୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

କଟକ ରୋଡ,୧୪ା୯(ଡି.ଏନ୍‌.ଏ.): କମିଶନରେଟ ପୋଲିସର କୁଇକ ଆକ୍ସନ ଟିମ ଓ ଲକ୍ଷ୍ମୀସାଗର ପୋଲିସ ରାଜଧାନୀର ବମିଖାଲ ଅଞ୍ଚଳରେ ଚଢ଼ାଉ କରି ୩ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ଲକ୍ଷ୍ମୀସାଗର ଥାନା ଅଧୀନ ବମିଖାଲ ତଳ ଭୋଇସାହିରେ ରହୁଥିବା ସଞ୍ଜୟ କୁମାର ଭୋଇ ଓରଫ ମିଞ୍ଜା, ମୟୂରଭଞ୍ଜ ଜିଲା ବଡ଼ସାହି ଥାନା କେନ୍ଦୁଡିହା ଗ୍ରାମର ଚକ୍ରଧର ବେହେରା ଓରଫ ଜଟିଆ ଓ ବାଲେଶ୍ୱର ଜିଲା ସହଦେବ ଖୁଣ୍ଟା ଥାନା ନୂଆବଜାର ଅଞ୍ଚଳର ସେଖ ଇକବାଲ। ଏମାନଙ୍କ ଠାରୁ ୪୧ଗ୍ରାମ ବ୍ରାଉନସୁଗାର, ୩୭ହଜାର ୧୮୦ଟଙ୍କା ଓ ଗୋଟିଏ ସ୍କୁଟି ଜବତ ହୋଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୪ଳକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଲକ୍ଷ୍ମୀସାଗର ଥାନା ଅଧିକାରୀ ଦୟାନିଧି ନାୟକ କହିଛନ୍ତି। ସୂଚନା ଅନୁଯାୟୀ, ଦୀର୍ଘ ଦିନ ହେବ ଏହି ୩ ଅଭିଯୁକ୍ତ ବମିଖାଲ କେନାଲ ରୋଡରେ ବ୍ରାଉନସୁଗାର ବିକ୍ରି କରୁଥିବା ନେଇ କ୍ୟୁଏଟି ଓ ସ୍ଥାନୀୟ ପୋଲିସକୁ ସୂଚନା ମିଳିଥିଲା। ପୂର୍ବାହ୍ନ ପ୍ରାୟ ୧୧ଟାରେ ଅଭିଯୁକ୍ତମାନେ ନିଶାଦ୍ରବ୍ୟ ବିକ୍ରି କରୁଥିବା ବେଳେ ସେମାନଙ୍କୁ ଧରାଯାଇଥିଲା। ଅଭିଯୁକ୍ତମାନେ ବ୍ୟବହାର କରୁଥିବା ୩ ମୋବାଇଲ ଫୋନକୁ ଜବତ କରିବା ପରେ ଯାଞ୍ଚ ଆରମ୍ଭ କରିଛି। ଏ ନେଇ ଥାନାରେ ଏକ ମାମଲା(ନଂ.୨୫୫/୧୯)ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମ ପାଇଁ ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର,୨୩।୬(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ‘ଡେଲ୍‌ଟା ପ୍ଲସ୍‌’ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ିଲାଣି। ଓଡ଼ିଶାରେ ଏ ପର୍ଯ୍ୟନ୍ତ କୌଣସି ଡେଲ୍‌ଟା ପ୍ଳସ୍‌...

ଆଜି ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ

ଭୁବନେଶ୍ୱର,୧୦ା୩(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଉରକେଲା ଗସ୍ତରେ ଯିବେ। ଅପରାହ୍ନ ୫ଟା ୨୦ମିନିଟରେ ସେ ରାଉରକେଲା ବିମାନବନ୍ଦରରେ ପହଞ୍ଚତ୍ବେ। ଏହାପରେ ୫ଟା ୩୦ରେ ସେ ବିଶ୍ରା...

ଆଜି ‘ବିଶ୍ୱ ପଖାଳ ଦିବସ’

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଆଜି ‘ବିଶ୍ୱ ପଖାଳ ଦିବସ’। ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଏ। ୨୦୧୨ ମସିହାରୁ ଏହା ପାଳନ...

ଭାସ୍କର୍ଯ୍ୟ ଶିଳ୍ପୀ ଜଗତର ପିତାମହ ଥିଲେ ରଘୁନାଥ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ସୋମବାର ଏକାଡେମୀ କାର୍ଯ୍ୟାଳୟରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି।...

କଟକ ପାଇବ ନୂଆ ରୂପ

କଟକ ଅଫିସ, ୨୪।୧ :ନୂଆ ରୂପ ନେବ କଟକ। ଅନେକ ଐତିହାସିକ ସ୍ମୃତି ବହନ କରୁଛି ଏହି ସହର। ତେଣୁ ଏହାର ସମୁଚିତ ବିକାଶ ସମସ୍ତଙ୍କର ମିଳିତ...

ପୃଥ୍ବୀ-୨ର ରାତ୍ରିକାଳୀନ ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୩।୧୨-ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼୍‌ରୁ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରଖୁଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରର...

ଝାବେରୀଙ୍କ ପରେ ଖାଲିପଡ଼ିଛି ମୁଖ୍ୟ ବିଚାରପତି ପଦ

କଟକ ଅଫିସ୍‌,୨୦।୪: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପଦ ପାଇଁ ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ଙ୍କ ନାମ ଶନିବାର ସୁପ୍ରିମକୋର୍ଟ...

୭ରୁ ଡଗ୍‌ ଶୋ ଭାଗନେବେ ୩୦ପ୍ରଜାତିର ୩୦୦ କୁକୁର ପ୍ରଥମଥର ପାଇଁ ହେବ ‘ବିଗଲ ସ୍ପେଶିଆଲିଟି’

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଓଡ଼ିଶା କେନେଲ କ୍ଲବ ପକ୍ଷରୁ ‘ଡଗ୍‌ ଶୋ’ ଆସନ୍ତା ୭ ତାରିଖଠାରୁ ଆରମ୍ଭ ହେବ। ଏନେଇ କ୍ଲବ୍‌ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ...

Advertisement
Archives

Model This Week