୪ ବର୍ଷରେ ବନ୍ଦ ହୋଇଥିଲା ଆର୍‌ଏଓ୍ବାଇ : ୭ ସହରରୁ ୩ ସହରରେ ପ୍ରକଳ୍ପ ଶୂନ

ଭୁବନେଶ୍ୱର, ୨୬।୭(ବ୍ୟୁରୋ) : ରାଜୀବ ଆବାସ ଯୋଜନା(ଆର୍‌ଏଓ୍ବାଇ) ୨୦୧୧ରୁ ଆରମ୍ଭ ହୋଇ ୨୦୧୫ ଜୁନ୍‌ ମାସରେ ବନ୍ଦ ହୋଇଯାଇଥିଲା। ଓଡିଶାର ୭ଟି ସହରକୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ଏହି ସମୟ ମଧ୍ୟରେ ରାଜ୍ୟର ସାମିଲ ହୋଇଥିବା ୭ ସହର ମଧ୍ୟରୁ ସମ୍ବଲପୁର, ରାଉରକେଲା ଓ ପୁରୀରେ ଏହି ଯୋଜନାରେ କୌଣସି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରିଲାନାହିଁ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭାରେ ଗତ ୨୩ତାରିଖରେ ପଚାରିଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ ଦର୍ଶାଇଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟର ୭ଟି ସହର ଯଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଯାଜପୁର ଏବଂ ପୁରୀରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଏହା ମଧ୍ୟରୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ଯାଜପୁରରେ ଯୋଜନା ଅନ୍ତର୍ଗତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରିଥିଲା। ଅନ୍ୟ ୩ଟି ସହରରେ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଯୋଜନାଟି ପୂର୍ବ ନିର୍ଦ୍ଧାରିତ ସମୟ ଆଗରୁ ବନ୍ଦ କରିଦିଆଯାଇଥିଲା। ରାଜଧାନୀ ସମେତ ରାଜ୍ୟର ଅନ୍ୟ ପୌରାଞ୍ଚଳରେ ରାଜୀବ ଆବାସ ଯୋଜନାରେ ଘର ପାଇବା ପାଇଁ କେତେଗୁଡିଏ ମାନଦଣ୍ଡ ରହିଥିଲା। ଏଥି ମଧ୍ୟରେ ହିତାଧିକାରୀଙ୍କ ସହରାଞ୍ଚଳରେ ପକ୍କା ଘର ନ ଥିବ ଏବଂ ସେ ବସ୍ତିବାସିନ୍ଦା ହୋଇଥିବେ। ଗୃହ ସମ୍ପ୍ରସାରଣ ନିମନ୍ତେ ହିତାଧିକାରୀ ବସ୍ତି ଅଞ୍ଚଳର ଏଭଳି ଗରିବ ଲୋକ ହୋଇଥିବା ଆବଶ୍ୟକ ଯାହାଙ୍କର ୨୧ ସ୍କୋୟାର ମିଟରରୁ କମ୍‌ ଅଞ୍ଚଳରେ ପକ୍କାଘର ଥିବ, ସହରର ବସ୍ତି ଅଞ୍ଚଳରେ ଭଡା ଘରେ ରହୁଥିବା ବ୍ୟକ୍ତି, ଶ୍ରମଜୀବୀ, ସହରକୁ ସାମୟିକ ଭାବେ କର୍ମ ସଂସ୍ଥାନ ପାଇଁ ଆସୁଥିବା ବ୍ୟକ୍ତିବିଶେଷ ଏବଂ ଗୃହହୀନ ବ୍ୟକ୍ତି ଯୋଗ୍ୟ ହିତାଧିକାରୀଭାବେ ବିବେଚିତ ହେଉଥିବେ ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି। ହେଲେ କେନ୍ଦ୍ର ସରକାର କରିଥିବା ଏହି ଯୋଜନା ବହୁତ ଶୀଘ୍ର ଅଚଳ ଅବସ୍ଥାକୁ ଚାଲିଯାଇଥିଲା। ୨୦୧୧ରୁ ଡିମାଣ୍ଡ ସର୍ଭେ କରାଯାଇ ଲୋକଙ୍କୁ ଘର ମିଳିବା ବେଳକୁ ଏହା ବନ୍ଦ ହେବା ସ୍ଥିତିକୁ ଚାଲିଯାଇଥିଲା। ୨୦୨୨ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଉପା ସରକାର ଲକ୍ଷ୍ୟ ରଖିଥିଲେ। ମାତ୍ର ୨୦୧୪ରେ ଭାଜପା କେନ୍ଦ୍ରରେ ସରକାରକୁ ଆସିବା ପରେ ଏହି ଯୋଜନା ପାଇଁ ନୂଆ ପ୍ଲାନକୁ ଅନୁମତି ଦେଲାନାହିଁ। ଅନ୍ୟପଟେ ୨୦୧୧ରୁ ୨୦୧୫ ପର୍ଯ୍ୟନ୍ତ ଏହି ଯୋଜନା ଚାଲିଥିବା ବେଳେ ଏହି ସମୟ ମଧ୍ୟରେ ୪ ସହରରେ ଏହି ଯୋଜନାରେ ମାତ୍ର ୧୧ହଜାର ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ସରକାରୀ ସ୍ତରରୁ ଜଣାପଡିଛି।
ଏହାପରେ କେନ୍ଦ୍ରର ଭାଜପା ସରକାର ୨୦୧୫ରେ ଏହି ଯୋଜନାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରୀ) ଆଣିଥିଲେ। ଏହି ଯୋଜନାରେ ଦେଶର ସମସ୍ତ ସହରରେ ଥିବା ବସ୍ତି ଏବଂ ଅଣବସ୍ତି ଅଞ୍ଚଳର ଗରିବ ଲୋକଙ୍କୁ ଘର ଦେବାକୁ ବ୍ୟବସ୍ଥା କରାଯାଇଛି। ଓଡିଶାର ବର୍ତ୍ତମାନ ୧୧୪ଟି ସହରକୁ ସାମିଲ କରାଯାଇଛି। ୨୦୧୫ରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧ଲକ୍ଷ ୨୭ ହଜାର ଲୋକଙ୍କୁ ଘର ମିଳିଥିବା ଜଣେ ସରକାରୀ ଅଧିକାରୀଙ୍କଠାରୁ ଜଣାପଡିଛି।
ସୂଚନାଯୋଗ୍ୟ,କେନ୍ଦ୍ରରେ ଉପା ସରକାର ଥିବାବେଳେ ରାଜୀବ ଆବାସ ଯୋଜନା ଆଣିଥିଲେ। ଉପା ସରକାର ଦେଶର କେତେଗୁଡିଏ ସହରର ବସ୍ତି ଅଞ୍ଚଳକୁ ମୁକ୍ତ କରିବାକୁ ଚାହିଁଥିଲେ। ଏହି ଯୋଜନା ମାଧ୍ୟମରେ ମୁଖ୍ୟତଃ ନିର୍ଦ୍ଦିଷ୍ଟ କେତେଗୁଡିଏ ସହରର ବସ୍ତି ଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଚିନ୍ତା କରିଥିଲେ। ଏହି ଯୋଜନାରେ କେନ୍ଦ୍ର ୫୦ପ୍ରତିଶତ ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର ୩୦ ପ୍ରତିଶତ ଭାଗ ଦେଉଥିଲେ। ଏହାଛଡା ୨୦ ପ୍ରତିଶତ ଅର୍ଥ ପୌରପାଳିକା ଦେଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ଯୋଜନାରେ ଭିନ୍ନଭିନ୍ନ ସହର ପାଇଁ ଅଲଗା ଅଲଗା ଅର୍ଥ ବ୍ୟବସ୍ଥା ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri