୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୧୮-୩: ଆସନ୍ତା ସପ୍ତାହରେ ଦେଶର ବିଭିନ୍ନ ପ୍ରାନ୍ତରେ ବ୍ୟାଙ୍କଗୁଡିକ ୪ ଦିନ ରହିବ। ବ୍ୟାଙ୍କ ଧର୍ମଘଟ ଏବଂ ଛୁଟିଯୋଗୁ ଏହି ସମୟରେ ବ୍ୟାଙ୍କ ମୋଟ ୩ ଦିନ ଖୋଲା ରହିବ ବୋଲି ସୂଚନା ରହିଛି। ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇଜ୍‌ ଆସୋସିଏଶନ (ଏଆଇବିଇଏ) ଏବଂ ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ (ଏଆଇବିଓଏ) ମାର୍ଚ୍ଚ ୨୭ରେ ଧର୍ମଘଟ ଡାକରା ଦେଇଛି। ବ୍ୟାଙ୍କ ଏମ୍ପ୍ଲଇଜ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ ଏହି ଧର୍ମଘଟରେ ଯୋଗଦେବ ବୋଲି ଜଣାପଡିଛି। ଆସନ୍ତା ସୋମବାର ଏବଂ ମଙ୍ଗଳବାର ବ୍ୟାଙ୍କ ଖୋଲା ରହିବ।୨୫ ମାର୍ଚ୍ଚରେ ଗୁଡିପର୍ବ ଏବଂ ତେଲୁଗୁ ନୂଆବର୍ଷ ପଡୁଛି। ଏହି ସମୟରେ ବାଙ୍ଗାଲୋର ଚେନ୍ନାଇ, ହାଇଦ୍ରାବାଦ, ମୁମ୍ବାଇ, ନାଗପୁର ଭଳି ସହରରେ ବ୍ୟାଙ୍କ ସେବା ବନ୍ଦ ରହିବ। ୨୮ ମାର୍ଚ୍ଚରେ ଚତୁର୍ଥ ଶନିବାର, ୨୯ ମାର୍ଚ୍ଚରେ ରବିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ଗୁରୁବାର ବ୍ୟାଙ୍କ ଖୋଲାରହିବ। ଶୁକ୍ରବାର ଧର୍ମଘଟ ଯୋଗୁ ପୁଣି ଥରେ ସେବା ବାଧାପ୍ରାପ୍ତ ହେବ। ଓଡିଶା କଥା ବିଚାର କଲେ ଆସନ୍ତା ୨୭, ୨୮ ଏବଂ ୨୯ ତାରିଖରେ ବ୍ୟାଙ୍କ ବନ୍ଦ ରହିବ ବୋଲି ବ୍ୟାଙ୍କିଙ୍ଗ ଶିଳ୍ପ ପକ୍ଷରୁ ସୂଚନା ରହିଛି। ଗତ ୩ ଦଶନ୍ଧି ଧରି କେନ୍ଦ୍ରରେ ଶାସନ କରି ଆସୁଥିବା ସରକାରଗୁଡିକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବିରୋଧୀ ନୀତି ଗ୍ରହଣ କରିବା ସହ ଲୋକମାରଣ ନୀତି ନେଇ ଆଗକୁ ବଢୁଛନ୍ତି। ଏହା ବିରୋଧରେ ଧର୍ମଘଟ ଡାକରା ଦିଆଯାଇଥିବା ଏଆଇବିଇଏ ସାଧାରଣ ସମ୍ପାଦକ ସି.ଏଚ୍‌.ଭେଙ୍କଟଚଲମ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ପାତ ପ୍ରକଳ୍ପ ଲାଗି ଜମି ଯୋଗାଣ;ସେଲ୍‌କୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୧୦-୬: ରାଷ୍ଟ୍ରାୟତ୍ତ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌) ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ନୂଆ ୟୁନିଟ୍‌ ସ୍ଥାପନା ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବାବେଳେ...

ମେ ୪ରୁ ମହିଳା ବାଣିଜ୍ୟ ମେଳା-୨୦୨୨

ଭୁବନେଶ୍ୱର,୨୮।୪: ଓଡ଼ିଶାରେ ପ୍ରଥମ ଥର ପାଇଁ ମହିଳା ଶିଳ୍ପୋଦ୍ୟୋଗୀମାନଙ୍କ ଦ୍ୱାରା ଏକ ୫ଦିନିଆ ‘ମହିଳା ବାଣିଜ୍ୟ ମେଳା-୨୨’ର ଆୟୋଜନ କରାଯାଉଛି। ମେ ୪ରୁ ୮ତାରିଖ ପର୍ଯ୍ୟନ୍ତ ଏହି...

ଏ.ବି.ସିଂଙ୍କ ‘ଜିନ୍ଦେଗୀ’ ପଦକ୍ଷେପ; ଗରିବ ମେଧାବୀଙ୍କ ଡାକ୍ତର ହେବା ସ୍ବପ୍ନକୁକରୁଛି ସାକାର

ଭୁବନେଶ୍ୱର,୧୦-୬(ବ୍ୟୁରୋ): ଦିନେ ଡାକ୍ତର ହେବେ ବୋଲି ସେ ସ୍ବପ୍ନ ଦେଖିଥିଲେ। ସେଥିଲାଗି ମେଡିକାଲ କୋଚିଂରେ ମଧ୍ୟ ନାମ ଲେଖାଇଥିଲେ। ହେଲେ ସମୟର ସୁଅରେ ତାଙ୍କର ସେ...

ରୁଷିଆ ଶକ୍ତିମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା: ତୈଳ, ବାଷ୍ପ କ୍ଷେତ୍ରରେ ନିବେଶ ଲାଗି କମ୍ପାନୀଙ୍କୁ ଆହ୍ବାନ

ଭୁବନେଶ୍ୱର,୪ା୭: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ରୁଷିଆ ଶକ୍ତିମନ୍ତ୍ରୀ ଆଲେକଜାଣ୍ଡାର ନୋଭାକଙ୍କ ସହ ଟେଲିଫୋନ ଯୋଗେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।...

ଜିଓରେ ୧୧୩୬୭ କୋଟି ନିବେଶ କରିବ କେକେଆର୍‌

ମୁମ୍ବାଇ,୨୩।୫: ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ୍‌ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟ୍‌ଫର୍ମରେ ନିବେଶକାରୀ ସଂସ୍ଥା କେକେଆର୍‌ ୧୧୩୬୭ କୋଟି...

ବାଲୁଗାଁରେ ପିଏନ୍‌ବିର ନୂତନ ଶାଖା

ଭୁବନେଶ୍ୱର,୭।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ଆଉ ଏକ ଶାଖା ଓଡ଼ିଶା ବଜାରରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଖୋର୍ଦ୍ଧା ଜିଲାର ବାଲୁଗଁାଠାରେ ପିଏନ୍‌ବିର ନୂତନ...

ଆଜିଠାରୁ ଓର୍‌ମାସ ଶିଶିର ସରସ ମେଳା

ଭୁବନେଶ୍ୱର,୧୩।୧:ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓର୍‌ମାସ ଦ୍ୱାରା ଜାତୀୟସ୍ତରୀୟ ହସ୍ତଶିଳ୍ପ ମେଳା ଶିଶିର ସରସ-୨୦୨୩...

କ୍ଷୁଦ୍ର ବାଣିଜ୍ୟକୁ ଡିଜିଟାଇଜ୍‌ କରିବ ଆମାଜନ

ନୂଆଦିଲ୍ଲୀ,୧୬-୧: ଦେଶର କ୍ଷୁଦ୍ର ବାଣିଜ୍ୟକୁ ଡିଜିଟାଇଜ କରିବା ଦିଗରେ ଆମାଜନ ଡଟ୍‌ କମ୍‌ ଇଙ୍କ ଯୋଜନା ହାତକୁ ନେବ। ଏଥିଲାଗି କମ୍ପାନୀ ଭାରତରେ ୧ ବିଲିୟନ...

Advertisement
Archives

Model This Week