Posted inଜାତୀୟ

୪ ଜେଇଏମ୍‌ ଆତଙ୍କବାଦୀଙ୍କ ବିରୋଧରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୩ା୨(ପି.ଟି.): ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣର ପାକିସ୍ତାନୀ ମାଷ୍ଟରମାଇଣ୍ଡଙ୍କ ୪ ସହଯୋଗୀ ଜୈଶ-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ବୁଧବାର ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ କରିଛି। ଗତବର୍ଷ ସେପ୍ଟେମ୍ବରରେ ଦାଖଲ ଚାର୍ଜଶିଟ୍‌ରେ ପୁଲ୍‌ଓ୍ବାମା ଆକ୍ରମଣ ମାଷ୍ଟରମାଇଣ୍ଡ ମୁଦାସିର୍‌ ଅହମଦ ଖାନ୍‌ଙ୍କ ଘନିଷ୍ଠ ସହଯୋଗୀ ଜେଇଏମ୍‌ ସଦସ୍ୟ ସଜ୍ଜାଦ ଅହମଦ ଖାନ୍‌ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିବା କୁହାଯାଇଥିଲା। ବୁଧବାର ୪ ଜେଇଏମ୍‌ ସଦସ୍ୟଙ୍କ ବିରୋଧରେ ଅପରାଧ ଷଡ଼ଯନ୍ତ୍ର, ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ଆହ୍ବାନ କରିବା ବା ଯୁଦ୍ଧଭଳି ସ୍ଥିତି ସୃଷ୍ଟି କରିବା ଏବଂ ବେଆଇନ କାର୍ଯ୍ୟକଳାପ (ପ୍ରତିକାର) ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ସେମାନେ ହେଲେ ସଜ୍ଜାଦ ଅହମଦ ଖାନ୍‌, ବିଲାଲ ଅହମଦ ମୀର୍‌, ଇଶ୍‌ଫାକ୍‌ ଅହମଦ ଭଟ୍ଟ ଏବଂ ମେହରାଜ-ଉଦ୍‌-ଦିନ୍‌ ଚୋପାନ। ସମସ୍ତେ ପୁଲ୍‌ଓ୍ବାମା ବାସିନ୍ଦା। ଗତବର୍ଷ ମାର୍ଚ୍ଚରେ ସୁରକ୍ଷାକର୍ମୀଙ୍କ ସହ ଏନ୍‌କାଉଣ୍ଟରରେ ମୁଦାସିର ନିହତ ହେବା ପରେ ତାଙ୍କ ବିରୋଧରେ ଅଭିଯୋଗ ପ୍ରତ୍ୟାହାର କରିନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶରେ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ

ଉତ୍ତରପ୍ରଦେଶ,୨୪।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଦେଶରେ ଚିନ୍ତା ବଢାଇଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ...

ବେରୋଜଗାର, ମଦ ଉପରେ ହେବ ବିତର୍କ

ନୂଆଦିଲ୍ଲୀ,୧୯।୧୨: ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ମଦ, ଖଣି ଓ ରାଜ୍ୟରେ ନିଯୁକ୍ତି ଉପରେ ବିତର୍କ ଲାଗି ଦେଇଥିବା ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି...

ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ୩୦ ଜାନୁୟାରୀ ପର୍ଯ୍ୟନ୍ତ ବନ୍ଦ, ସରକାରଙ୍କ ନିର୍ଦ୍ଦେଶ…

ଜୟପୁର, ୯।୧ : ରାଜସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ସହିତ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ରାଜ୍ୟରେ...

ବର୍ଷିଲେ ମାୟାବତୀ: କଂଗ୍ରେସକୁ ଶିଖାଇବେ ବୁଦ୍ଧି

ଲକ୍ଷ୍ନୌ,୨୮।୭: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ଶୁଶ୍ରୀ ମାୟାବତୀ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଉତ୍ତର ପ୍ରଦେଶର ଆଇନ...

ବିପଦରେ ଐତିହାସିକ ଗେଟ ୱେ ଅଫ ଇଣ୍ଡିଆ!

ନୂଆଦିଲ୍ଲୀ,୯ ।୩: ମୁମ୍ବାଇ ସମୁଦ୍ର କୂଳରେ ଥିବା ଐତିହାସିକ ଗେଟ ୱେ ଅଫ ଇଣ୍ଡିଆ ଏବେ ବିପଦରେ । ଏହାର ନିର୍ମାଣ ପାଖାପାଖି ୧୦୦ ବର୍ଷ...

ଏୟାର ମାର୍ଶଲ ଭି.ଆର୍‌. ଚୌଧୁରୀ ନୂଆ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୧।୯: ଭାରତ ସରକାର ଏୟାର ମାର୍ଶଲ ଭି.ଆର୍‌. ଚୌଧୁରୀଙ୍କୁ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ବାୟୁସେନା ମୁଖ୍ୟ ଥିବା...

ରକ୍ତରେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହିଳା ଶୁଟର: ନିର୍ଭୟା ଦୋଷୀଙ୍କୁ ନିଜ ହାତରେ ଫାଶୀଦେବାକୁ ମାଗିଲେ ଅନୁମତି

ନୂଆଦିଲ୍ଲୀ,୧୫।୧୨: ଅନ୍ତରାଷ୍ଟ୍ରୀୟ ମହିଳା ଶୁଟର ବର୍ତ୍ତିକା ସିଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ରକ୍ତରେ ଏକ ଚିଠି ଲେଖିଛନ୍ତି। ନିର୍ଭୟା ମାମଲାର ଦୋଷୀଙ୍କୁ ମହିଳାଙ୍କ ହାତରେ...

ମହାରାଷ୍ଟ୍ରରେ କୃଷିଋଣ ସମ୍ପୂର୍ଣ୍ଣ ଛାଡ଼ ହେବ

ପୁଣେ,୨୬ା୧୨(ଏଏଫ୍‌ପି): ମହାରାଷ୍ଟ୍ରରେ ଚାଷୀଙ୍କ କୃଷିଋଣ ସମ୍ପୂର୍ଣ୍ଣ ଛାଡ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବୁଧବାର ପ୍ରତିଶ୍ରୁତି ଦେଇଛନ୍ତି। ୨୦୧୫ ଏପ୍ରିଲ ୧ରୁ ୨୦୧୯ ମାର୍ଚ୍ଚ...

Advertisement
Archives

Model This Week