Posted inଖେଳ

୪୭ ଟଙ୍କାରେ ଦେଖିପାରିବେ ଇଣ୍ଟରନ୍ୟାଶ୍‌ନାଲ କ୍ରିକେଟ ମ୍ୟାଚ୍‌

ଇସଲାମାବାଦ,୨୯।୧୧: ଦିନକୁ ଦିନ ପାକିସ୍ତାନର ଆର୍ଥିିକ ଅବସ୍ଥା ବିଗିଡିବାରେ ଲାଗିଛି। ଋଣ ବୋଝ ଯୋଗୁ ପାକିସ୍ତାନ ସରକାର ଏବେ ଚିନ୍ତାରେ ଅଛନ୍ତି। କେବଳ ପାକିସ୍ତାନ ସରକାର ନୁହେଁ, ଏହାର କ୍ରିକେଟ ବୋର୍ଡ ମଧ୍ୟ ଦେବାଳିଆ ହେବାରେ ଲାଗିଛି। ଶ୍ରୀଲଙ୍କା କ୍ରିକେଟରଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ପରେ କୌଣସି ଦେଶ ପାକିସ୍ତାନରେ କ୍ରିକେଟ ଖେଳିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ୧୦ ବର୍ଷ ପରେ ଶ୍ରୀଲଙ୍କା କ୍ରିକେଟ ଦଳ ପାକିସ୍ତାନ ଗସ୍ତରେ ଯାଇଥିଲା। ଏବେ ସେଠାରେ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଷ୍ଟାଡିୟମରେ ଅଧିକ ଦର୍ଶକ ହେବା ଲକ୍ଷ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଟିକେଟ ଦାମ ହ୍ରାସ କରିଛି। ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍‌ରେ ସର୍ବନିମ୍ନ ଟିକେଟ ମୂଲ୍ୟ ୪୭ ଟଙ୍କା ରଖାଯାଇଛି। ଏହି ମ୍ୟାଚ୍‌ ପାଇଁ ସର୍ବାଧିକ ଟିକେଟ ମୂଲ୍ୟ ୪୦୦/୫୦୦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୂଳିଝଡକୁ ଧନ୍ୟବାଦ ଦେଲେ କୋହଲି: ଜାଣନ୍ତୁ କାହିଁକି

ମୁମ୍ବାଇ,୨୮।୪: ଆଇପିଏଲ୍‌ ୨୦୨୧ର ଏକ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ର ୧ ରନ୍‌ରେ ପରାସ୍ତ କରି...

ଟୋକିଓରେ ପହଞ୍ଚିଲା ବିଶାଳ ଅଲିମ୍ପିକ କଣ୍ଢେଇ

ଟୋକିଓ,୧୮।୭(ଏପି): ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ୬ ଦିନ ବାକିଥିବା ବେଳେ ଏକ ବିଶାଳ ଅଲିମ୍ପିକ କଣ୍ଢେଇ ଟୋକିଓରେ ଆସି ପହଞ୍ଚିଛି। ଏ ନେଇ ଅଲିମ୍ପିକ୍‌...

ବିସିସିଆଇ ନେଲା ବଡ଼ ନିଷ୍ପତ୍ତି: ଆଇପିଏଲ୍‌ ସ୍ଥଗିତ

ନୂଆଦିଲ୍ଲୀ,୪।୫: କରୋନା ସଙ୍କଟ ମଧ୍ୟରେ ଆଇପିଏଲ୍‌ ସ୍ଥଗିତ ରଖିଛି ବିସିସିଆଇ। ଗତ କିଛିଦିନ ହେବ ଅଧିକାଂଶ ଟିମ୍‌ର ଖେଳାଳି କରୋନା ଆକ୍ରାନ୍ତ ହୋଇଥିଲେ। ଏହାପରେ ଏଭଳି...

ଦଳୀୟ ଏକାଦଶ ପାଇଁ ଚିନ୍ତାରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୧୦।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲର ୮ ଦିନ ପୂର୍ବରୁ ଅଭ୍ୟାସ ଆରମ୍ଭ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌...

ଓଡ଼ିଶା ଭଲିବଲ ଦଳ ଘୋଷିତ

ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶର ପାନ୍ନାଠାରେ ୨୫ତମ ଜାତୀୟ ୟୁଥ୍‌ ଭଲିବଲ ଚାମ୍ପିୟନଶିପ୍‌ (ମହିଳା/ପୁରୁଷ) ଚଳିମାସ ୧୬ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ...

ବାଲାଂଦେଶ ବିପକ୍ଷରେ ଶତକ ମାରି ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା

ବର୍ମିଂହାମ, ୧।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପରେ ପୁଣି ଥରେ ଶତକ ଅର୍ଜନ କରିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ବାଲାଂଦେଶ ବିପକ୍ଷରେ ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଉଥିବା ମ୍ୟାଚରେ...

ଓ୍ବାଇଡ୍‌ ଯୋଗୁ ହ୍ୟାଟ୍ରିକରୁ ବଞ୍ଚିତ ହେଲେ ଦୀପକ

ନୂଆଦିଲ୍ଲୀ,୧୩।୧୧-  ୨୭ ବର୍ଷୀୟ ଭାରତୀୟ ମଧ୍ୟଗତିର ବୋଲର ଦୀପକ ଚହର ୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିବାରୁ ଅଳ୍ପକେ...

ଭାରତୀୟ ଜିମ୍ନାଷ୍ଟିକ ଦଳରେ ରାକେଶ ପାତ୍ର

ନୂଆଦିଲ୍ଲୀ, ୧୨।୬(ପି.ଟି.): ମଙ୍ଗୋଲିଆର ଉଲ୍ଲାନବାତରଠାରେ ଆସନ୍ତା ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସିନିୟର ଏସିଆନ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ଚାମ୍ପିୟନଶିପ୍‌ ପାଇଁ ବୁଧବାର ଭାରତୀୟ...

Advertisement
Archives

Model This Week