୪୧ ବାଣିଜି୍ୟକ କୋଇଲା ଖଣି ନିଲାମ ଆରମ୍ଭ

ନୂଆଦିଲ୍ଲୀ,୧୯।୬: ଦେଶରେ ବହୁଳ ପରିମାଣରେ କୋଇଲା ଗଚ୍ଛିତ ଥିବାରୁ ଆଗାମୀ ଦିନରେ ଏ କ୍ଷେତ୍ରର ସମ୍ଭାବନାକୁ ପରଖିବା ଆବଶ୍ୟକ। ବିଶ୍ୱର ସର୍ବବୃହତ୍‌ କୋଇଲା ରପ୍ତାନିକାରୀ ହେବାକୁ ଭାରତ ଲକ୍ଷ୍ୟ ରଖିବା ଉଚିତ। ଗୁରୁବାର କୋଇଲା କ୍ଷେତ୍ରରେ ସଂସ୍କାର ପଦକ୍ଷେପ ସ୍ବରୂପ ପ୍ରଥମଥର ଲାଗି ବାଣିଜି୍ୟକ କୋଇଲା ଖଣିକୁ ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ସେ ୪୧ ବାଣିଜି୍ୟକ କୋଇଲା ଖଣିର ନିଲାମକୁ ଭିଡିଓ କନ୍‌ଫରେନ୍ସ ଯୋଗେ ଉନ୍ମୋଚନ କରିଛନ୍ତି। ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ କୋଇଲା କ୍ଷେତ୍ରରେ ପ୍ରାୟ ୩୩ ହଜାର କୋଟି ଟଙ୍କାର ନିବେଶ ଆସିବା ନେଇ ଆଶାବାଦୀ ରହିଥିବା ସେ ମତ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, କରୋନା ମହାମାରୀ ଭାରତକୁ ଆତ୍ମନିର୍ଭର ହେବା ଶିଖାଇଛି। ଗତ କିଛି ଦଶନ୍ଧି ଧରି ଦେଶର କୋଇଲା କ୍ଷେତ୍ର ଲକ୍‌ଡାଉନ ହୋଇ ପଡ଼ିରହିଥିଲା। ମାତ୍ର ବର୍ତ୍ତମାନ ଏହାକୁ ଅନ୍‌ଲକ୍‌ କରିବା ସହ ଦେଶକୁ କୋଇଲା ରପ୍ତାନି କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। ଭାରତ ବର୍ତ୍ତମାନ ବିଶ୍ୱର ୪ର୍ଥ ବୃହତ୍‌ କୋଇଲା ଉତ୍ପାଦନକାରୀ ଦେଶ ହୋଇଥିବା ବେଳେ ଆମଦାନୀ କ୍ଷେତ୍ରରେ ଦ୍ୱିତୀୟ। କୋଇଲା ସମ୍ପଦ ଗଚ୍ଛିତ କ୍ଷେତ୍ରରେ ଭାରତ ୪ର୍ଥ ସ୍ଥାନରେ ରହିଛି। ପ୍ରମୁଖ କୋଇଲା ଉତ୍ପାଦନକାରୀଙ୍କ ମଧ୍ୟରେ ରହିବା ସତ୍ତ୍ୱେ ମଧ୍ୟ ଦେଶରୁ ରପ୍ତାନି ନିମ୍ନରେ ରହିଛି। ଭାରତ କାହିଁକି ପ୍ରମୁଖ ରପ୍ତାନିକାରୀ ଦେଶ ହୋଇପାରିବ ନାହିଁ ବୋଲି ସେ ଆହ୍ବାନ ଜଣାଇଛନ୍ତି। ବର୍ତ୍ତମାନର ପଦକ୍ଷେପ ଦେଶର ଶକ୍ତିକ୍ଷେତ୍ର ଲାଗି ମଧ୍ୟ ଉପାଦେୟ ହୋଇପାରିବ। ଦେଶର ଆମଦାନୀ ବିଲ୍‌ ୩୦ ହଜାର କୋଟି କମିବା ନେଇ ଆଶାବାଦୀ। କରୋନା ସଙ୍କଟକୁ ଭାରତ ସୁଯୋଗ ଭାବେ ଗ୍ରହଣ କରିବ। କୋଇଲା ଆମଦାନୀ ଦ୍ୱାରା ଅନ୍ୟ ଦେଶ ଉପରେ ରହିଥିବା ନିର୍ଭରତାକୁ କମାଇବା ଦିଗରେ ବର୍ତ୍ତମାନର ପଦକ୍ଷେପ ସହାୟକ ହୋଇପାରିବ ବୋଲି ସେ ମତ ରଖିଛନ୍ତି।
ମୋଦି ପୁଣି କହିଛନ୍ତି ଯେ, ୨୦୩୦ ବେଳକୁ ଦେଶ ମଧ୍ୟରେ ୧୦୦ ନିୟୁତ ଟନ୍‌ କୋଇଲା ଗ୍ୟାସିଫିକେଶନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଯୋଜନାରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ନିବେଶ ହେବ। ବିଗତ ଦିନଗୁଡ଼ିକରେ ନୀତିରେ ରହିଥିବା ବିଭିନ୍ନ ଗଳାବାଟ ଯୋଗୁ ବଡ ଦୁର୍ନୀତି ହୋଇଥିଲା। ବର୍ତ୍ତମାନର ପଦକ୍ଷେପ ଦ୍ୱାରା କୋଇଲା କ୍ଷେତ୍ରରେ ସ୍ବଚ୍ଛତା ଆସିପାରିବ। ଏହା ଫଳରେ ଶକ୍ତି, ଇସ୍ପାତ, ସାର, ଆଲୁମିନିୟମ ଏବଂ ସିମେଣ୍ଟ ଭଳି କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପଡ଼ିବ। କୋଇଲା କ୍ଷେତ୍ରରେ ସଂସ୍କାର ଯୋଗୁ ଦେଶର ପୂର୍ବ ଏବଂ କେନ୍ଦ୍ରାଞ୍ଚଳକୁ ବିଶେଷ ଲାଭ ହେବ। କମର୍ସିଆଲ କୋଲ ବ୍ଲକ ସମସ୍ତଙ୍କ ଲାଗି ଓ୍ବିନ୍‌-ଓ୍ବିନ୍‌ ସ୍ଥିତି ଆଣିବ। କୋଇଲା ଏବଂ ଖଣି କ୍ଷେତ୍ରକୁ ସରକାର ଖୋଲା କରିଥିବାରୁ ଏଥିରେ ଅଧିକ ପ୍ରତିଦ୍ୱନ୍ଦ୍ୱିତା, ପୁଞ୍ଜି ଏବଂ ଟେକ୍ନୋଲୋଜିର ବ୍ୟବହାର ହେବ। ନୂଆ ନିଲାମ ଯୋଗୁ ରାଜ୍ୟଗୁଡ଼ିକୁ ରାଜସ୍ବ ଏବଂ ନିଯୁକ୍ତି ସୃଷ୍ଟି ଦିଗରେ ସହାୟକ ହୋଇପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି। କୋଇଲା ଖଣି ଅଞ୍ଚଳଗୁଡିକରେ ବୃହତ୍‌ ସଂଖ୍ୟାର ନିଯୁକ୍ତି ସୃଷ୍ଟି ଦିଗରେ ଏହା ଯୋଗଦାନ ରଖିବ। କୋଇଲା ଖଣି ଅଞ୍ଚଳଗୁଡିକରେ ଭିତ୍ତିଭୂମି ବିକାଶ ଲାଗି ସରକାର ପ୍ରାୟ ୫୦ ହଜାର କୋଟି ଟଙ୍କା ନିବେଶ କରିବେ। ଶିଳ୍ପ ବିକାଶକୁ ତ୍ୱରାନ୍ବିତ କରିବା ଲାଗି ଶକ୍ତି ଆବଶ୍ୟକତାକୁ ଏହା ପୂରଣ କରିବାରେ ଯୋଗଦାନ ମଧ୍ୟ ରଖିବ। ଏଭଳି ପଦକ୍ଷେପ ଦ୍ୱାରା ରାଜ୍ୟଗୁଡିକ ବାର୍ଷିକ ୨୦ ହଜାର କୋଟି ଟଙ୍କାର ରାଜସ୍ବ ମିଳିବ। ୧୦୦ କୋଟି ଟନ୍‌ କୋଇଲା ଉତ୍ପାଦନ ଲାଗି ସରକାର ନିବେଶକୁ ବଢ଼ାଇବେ ବୋଲି କାର୍ଯ୍ୟକ୍ରମରେ କୋଇଲା ମନ୍ତ୍ରୀ ପ୍ରହଲାଦ ଜୋଷୀ ସୂଚନା ଦେଇଛନ୍ତି।
ଓଡ଼ିଶାର ୯ କୋଇଲା ବ୍ଲକ୍‌ ସାମିଲ
ଆରମ୍ଭ ହୋଇଥିବା ୪୧ ବାଣିଜି୍ୟକ କୋଇଲା ଖଣି ମଧ୍ୟରୁ ଓଡ଼ିଶାରେ ୯ଟି ବ୍ଲକ ରହିଛି। ସେହିଭଳି ଉଭୟ ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ୯ଟି ଲେଖାଏ, ମହାରାଷ୍ଟ୍ରରେ ୩, ମଧ୍ୟପ୍ରଦେଶରେ ୧୧ଟି କୋଇଲ ବ୍ଲକ ରହିଥିବା ଜଣାପଡ଼ିଛି। ଏହା ମଧ୍ୟରେ ୩୪ ବ୍ଲକରୁ ସମ୍ପୂର୍ଣ୍ଣ ଉତ୍ତୋଳନ ହେଉଛି। ୪ଟିରୁ ଆଂଶିକ ଉତ୍ତୋଳନ ହେଉଥିବା ବେଳେ ୩ଟିରେ ଆଞ୍ଚଳିକ ସ୍ତରରେ ଉତ୍ତୋଳନ କାର୍ଯ୍ୟ ଜାରି ରହିଛି। ଖଣିଗୁଡିକ ଓଡ଼ିଶାର ଛେଣ୍ଡିପଦା, ମହାରାଷ୍ଟ୍ରର ବନ୍ଦେର, ଝାଡ଼ଖଣ୍ଡର ବ୍ରହ୍ମଡିହା, ଛତିଶଗଡ଼ର ଫତେପୁର ଇଷ୍ଟ ଏବଂ ମଧ୍ୟପ୍ରଦେଶର ଗୋଟିତୋରିଆ ଇଷ୍ଟ ସାମିଲ ରହିଛି। ସବୁ ପ୍ରକାରର କୋଲ ବ୍ଲକକୁ ନିଲାମ ପାଇଁ ଖୋଲା କରାଯାଇଛି। ଏହା ମଧ୍ୟରେ ୩୭ ଅଣକୁକିଂ, ୨ କୁକିଂ ଏବଂ ୨ କମ୍ବୋ ଖଣି। ସେହିଭଳି ମୋଟ ଖଣି ମଧ୍ୟରେ ୨୬ ଖୋଲା ଖଣି, ୭ ଭୂତଳ ଖଣି ଏବଂ ୮ ଉଭୟ ଭୂତଳ ଏବଂ ଖୋଲା ଖଣି ବୋଲି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦୦ ଜିଲାରେ ଆୟୋଜିତ ହେବ ଋଣ ମେଳା;୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଏନ୍‌ପିଏ ଘୋଷିତ ହେବନି ଏମ୍‌ଏସ୍‌ଏମ୍‌ଇ ଋଣ

ନୂଆଦିଲ୍ଲୀ,୨୦-୯: ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ଦୂରକରିବା ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି।...

୧.୩୭ ଲକ୍ଷ କୋଟି କମିଲା ନିବେଶକଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧୫।୩: ଶୁକ୍ରବାର ଶେୟାର ବଜାର କାରବାର ଖସିବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୧.୩୭ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି। ୩୦ ଶେୟାରବିଶିଷ୍ଟ ବମ୍ବେ ଷ୍ଟକ୍‌...

ଆଜିଠାରୁ ୧୯ କୋଇଲା ବ୍ଲକ ନିଲାମ

ନୂଆଦିଲ୍ଲୀ: ସୋମବାରଠାରୁ ୧୯ କୋଇଲା ବ୍ଲକ ନିଲାମ ଆରମ୍ଭ ହେଉଛି। ବାଣିିଜି୍ୟକ ଖଣି ଅଧୀନରେ ଏହି ନିଲାମ ପ୍ରକ୍ରିୟା ସମ୍ପାଦନ ହେବ। ଏହି ବର୍ଗରେ ଏହା...

ନିବେଶକଙ୍କୁ ୩୧ ଲକ୍ଷ କୋଟି ଲାଭ

ମୁମ୍ବାଇ, ୨।୮:  ଚଳିତ ଆର୍ଥତ୍କବର୍ଷରେ ଭାରତୀୟ ପୁଞ୍ଜି ବଜାରର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ମାତ୍ର ୪ ମାସରେ ନିବେଶକ ୩୧ ଲକ୍ଷ କୋଟି ଟଙ୍କାର...

ବନ୍ଦ ହୋଇପାରେ ସରକାରୀ ଗାଡ଼ି ରେଜିଷ୍ଟ୍ରେଶନ ନବୀକରଣ

ଭୁବନେଶ୍ୱର,୧୪।୩: କେନ୍ଦ୍ର ସରକାର ନୂଆ ସଡ଼କ ପରିବହନ ନିୟମ ସହ ପରିବେଶ ସୁରକ୍ଷା ଏବଂ ପୁରୁଣା ଗାଡ଼ି ପାଇଁ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ନୂଆ...

୪.୩୫% ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତ

ନୂଆଦିଲ୍ଲୀ,୧୩।୧୦: ସେପ୍ଟେମ୍ବରରେ ଖାଉଟି ମୂଲ୍ୟ ସୂଚୀ ଭିତ୍ତିକ ମୁଦ୍ରାସ୍ଫୀତି (ସିପିଆଇ) ୫ ମାସର ସର୍ବନିମ୍ନ ସ୍ତର ୪.୩୫% ସ୍ତରକୁ ଖସିଛି। ଏହା ଅଗଷ୍ଟରେ ୫.୫୯% ସ୍ତରରେ...

ପୂର୍ବତଟ ରେଳପଥ ନୂଆ ମୁଖ୍ୟ ଆର୍ଥତ୍କ ପରାମର୍ଶଦାତା

ଭୁବନେଶ୍ୱର,୩୦-୫: ପୂର୍ବତଟ ରେଳପଥର ନୂଆ ମୁଖ୍ୟ ଆର୍ଥତ୍କ ପରାମର୍ଶଦାତା ଭାବେ ରବି ଶଙ୍କର ମିତ୍ର ଯୋଗ ଦେଇଛନ୍ତି। ସେ ଭାରତୀୟ ରେଳବାଇ ଆକାଉଣ୍ଟସ ସେବାର ୧୯୮୭...

ଓଡ଼ିଶାରେ ଜିଏସ୍‌ଟି ୬% କମିଲା

ନୂଆଦିଲ୍ଲୀ,୨।୯: ଚଳିତ ବର୍ଷ ଅଗଷ୍ଟ ମାସରେ ଓଡିଶାରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ୬% ହ୍ରାସ ପାଇଛି। ଗତ ବର୍ଷ ଅଗଷ୍ଟରେ ୨୪୯୭ ଟଙ୍କା...

Advertisement
Archives

Model This Week