୪,୧୫୨ କୋଟି ଟଙ୍କାର ପ୍ରିମିୟମ ସଂଗ୍ରହ କଲା ଏଲ୍‌ଆଇସି

ଭୁବନେଶ୍ୱର, ୧୮-୪: ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର ପୂର୍ବ କେନ୍ଦ୍ରୀୟ ଜୋନ ବୀମା ପ୍ରିମିୟମ ସଂଗ୍ରହ କ୍ଷେତ୍ରରେ ରେକର୍ଡ ହାସଲ କରିଛି। ଜୋନ ପ୍ରଥମ ପ୍ରିମିୟମ ଆୟ ଭାବେ ୪୧୫୨ କୋଟି ଟଙ୍କା ସଂଗ୍ରହ କରିବାକୁ ସକ୍ଷମ ହୋଇଥିବା ପ୍ରବନ୍ଧକ ସି.ବିକାଶ ରାଓ ସୂଚନା ଦେଇଛନ୍ତି। ଏଲଆଇସିର ଏକମାତ୍ର ଜୋନ ଭାବେ ଏହା ପଲିସି, ଏକକ ପ୍ରିମିୟମ, ନିୟମିତ ପ୍ରିମିୟମ, ମୋଟ ପ୍ରଥମ ପ୍ରିମିୟମ ଆୟ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିଛି। ପ୍ରଥମ ପ୍ରିମିୟମ ଆୟ ଅଭିବୃଦ୍ଧି ଏବଂ ବଜେଟ ଲକ୍ଷ୍ୟ ହାସଲ ଦିଗରେ ଏହା ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି। ୧୬,୧୯୧ ଏଜେଣ୍ଟଙ୍କୁ ନିଯୁକ୍ତ କରିବା ସହ ୨୨ ହଜାରରୁ ଉର୍ଦ୍ଧ୍ୱ ସ୍ବାସ୍ଥ୍ୟ ବିମା ,୧୩୪୮୦ ଜୀବନ ଶାନ୍ତି ପଲିସି ସହ ୭୦୨ କୋଟି  ପ୍ରିମିୟମ ସଂଗ୍ରହ କରିଛି। ୨୦୧୮-୧୯ରେ ଜୋନ ୩୦.୧୩ ଲକ୍ଷ କ୍ଲେମ ସମାଧାନ କରିଛି। ପଲିସିରେ କଟକ ଡିଭିଜନ ପ୍ରଥମ ସ୍ଥାନରେ ରହିଛି। ବ୍ରହ୍ମପୁର ଏବଂ ଭୁବନେଶ୍ୱର ଭଳି ଡିଭିଜନଗୁଡିକ ପଲିସି ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ପ୍ରଥମ ପ୍ରିମିୟମ ଆୟ କ୍ଷେତ୍ରରେ କଟକ ଡିଭିଜନ ପ୍ରଥମ ରହିଥିବା ବେଳେ ଏଫ୍‌ପିଆଇ କ୍ଷେତ୍ରରେ ହଜାରିବାଗ ଡିଭିଜନ ଅଗ୍ରଣୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri