Posted inଜାତୀୟ

୪୦୦ ଜିଲାରେ ଆୟୋଜିତ ହେବ ଋଣମେଳା:୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଏନ୍‌ପିଏ ଘୋଷିତ ହେବନି ଏମ୍‌ଏସ୍‌ଏମ୍‌ଇ ଋଣ

ନୂଆଦିଲ୍ଲୀ,୨୦-୯: ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ଦୂରକରିବା ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ବ୍ୟାଙ୍କଗୁଡ଼ିକ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଏମ୍‌ଏସ୍‌ଏମ୍‌ଇଙ୍କ ଋଣକୁ ଅନାଦାୟ ଋଣ ବା ଏନ୍‌ପିଏ ଘୋଷଣା କରିବେ ନାହିଁ। ଏ ନେଇ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୀତାରାମନ୍‌ ଏଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏଠାରେ ବ୍ୟାଙ୍କ ମୁଖ୍ୟମାନଙ୍କ ସହ ଆଲୋଚନା ପରେ ସେ କହିଛନ୍ତି ଯେ, ଋଣ ପ୍ରଦାନ ପାଇଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଦେଶର ୪୦୦ ଜିଲାରେ ଋଣ ମେଳା ଆୟୋଜନ କରାଯିବ। ଏମ୍‌ଏସ୍‌ଏମ୍‌ଇ ଋଣକୁ ଏନ୍‌ପିଏ ଘୋଷଣା କରା ନ ଗଲେ ସେମାନଙ୍କୁ ସହାୟତା ମିଳିବ। ସେ କହିଛନ୍ତି ଯେ, କେତେକ ଅଣବ୍ୟାଙ୍କିଙ୍ଗ୍‌ କ୍ଷେତ୍ରକୁ ଚିହ୍ନଟ କରାଯାଇଛି ଯେଉଁମାନଙ୍କୁ ଋଣ ଉପଲବ୍‌ଧ କରାଯାଇପାରିବ। ଫଳରେ ଋଣ ନେବାକୁ ଇଚ୍ଛୁକ ବ୍ୟକ୍ତିବିଶେଷଙ୍କୁ ନଗଦ ଉପଲବ୍ଧ ହୋଇପାରିବ। ବ୍ୟାଙ୍କଗୁଡ଼ିକ ଆସନ୍ତା ୨୯ରୁ ପ୍ରଥମେ ୨୦୦ ଜିଲାରେ ଏନ୍‌ବିଏଫ୍‌ସି ଓ ଖୁଚୁରା ଋଣଗ୍ରହୀତାଙ୍କ ସହ ବୈଠକ କରିବେ। ଅକ୍ଟୋବର ୧୦ରୁ ୧୫ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ୨୦୦ ଜିଲାରେ ଏଭଳି ବୈଠକ ଆୟୋଜନ କରାଯିବ। ଏହାଦ୍ୱାରା ପାର୍ବଣ ଋତୁ ସମୟରେ ଅଧିକରୁ ଅଧିକ ଋଣ ପ୍ରଦାନ କରିବା ନିଶ୍ଚିତ ହୋଇପାରିବ ବୋଲି ମନେ କରାଯାଉଥିବା ସୀତାରାମନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ସମ୍ପର୍କୀୟ ଦର୍ଶାଇ କାହାକୁ ଅଭିଯୁକ୍ତ କରାଯାଇ ପାରିବ ନାହିଁ, କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୨୨।୫ : ପାରିବାରିକ ହିଂସା ମାମଲାରେ ଦିଲ୍ଲୀର ଏକ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଅଦାଲତ କହିଛନ୍ତି ଯେ ଘରୋଇ ହିଂସା ମାମଲାରେ...

ସିଧୁଙ୍କ ହତ୍ୟାର ୫ଦିନ ପରେ ପୁଣି ବଢ଼ିଲା ଭିଆଇପିଙ୍କ ସୁରକ୍ଷା

ଚଣ୍ଡିଗଡ଼,୨।୬: ପଞ୍ଜାବ ସରକାର ୪୨୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିନେବାର ଦିନକ ପରେ ମନସା ଜିଲାରେ ଖ୍ୟାତନାମା ପଞ୍ଜାବୀ ରାପର ଗାୟକ ସିଧୁ...

‘କିଷାନ ଯାତ୍ରା’ ଆରମ୍ଭ ପୂର୍ବରୁ ଅଖିଳେଶ ଅଟକ

ଲକ୍ଷ୍ନୌ,୭।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଉତ୍ତରପ୍ରଦେଶ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି। ସମାଜବାଦୀ ପାର୍ଟି ପକ୍ଷରୁ ସ୍ଥିତିରୁ ଫାଇଦା ଉଠାଇବାର ଉଦ୍ୟମ ଆରମ୍ଭ...

କେଜରିଓ୍ବାଲଙ୍କ ଅଭିଯୋଗର ଉତ୍ତର ରଖିଲେ ପାଶଓ୍ବାନ

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀର ପାନୀୟ ଜଳ ବିଶୁଦ୍ଧ ନୁହେଁ। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶଓ୍ବାନ ନିକଟରେ ଏକ ରିପୋର୍ଟ ପ୍ରଦାନ କହିଥିଲେ। ଯେଉଁଥିରେ ବିଶ୍ୱରେ...

ଯୋଜନା ଥିଲା ୧୯୯୩ ଭଳି ସିରିଜ୍‌ ବିସ୍ଫୋରଣ

ନୂଆଦିଲ୍ଲୀ, ୧୭।୯: ୧୯୯୩ ମସିହା ମାର୍ଚ୍ଚ ୧୨ ତାରିଖରେ ମୁମ୍ବାଇକୁ ଥରାଇ ଦେଇଥିଲା ସିରିଜ୍‌ ବସ୍ଫୋରଣ। ମୁମ୍ବାଇର ବିଭିନ୍ନ ସ୍ଥାନରେ ୧୨ ବୋମା ବିସ୍ଫୋରଣ ଅନେକଙ୍କ...

ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ,୧୬।୬: ଉତ୍ତରପ୍ରଦେଶ ସରକାର ଉପଯୁକ୍ତ ଆଇନଗତ ପ୍ରକ୍ରୟା ବିନା ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଚଳାଇଥିବାରୁ ଏହାକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଜମାଏତ୍‌-ଉଲେମା-ଇ-ହିନ୍ଦ୍‌ ଓ ଅନ୍ୟମାନେ...

ପାକ୍‌ର ମିଛ ଦୋହରାଇବାକୁ କୁଳଭୂଷଣଙ୍କ ଉପରେ ଚାପ

ନୂଆଦିଲ୍ଲୀ,୩ା୯: କୁଳଭୂଷଣଙ୍କୁ ଦୂତାବାସ ମାଧ୍ୟମରେ ଆଇନଗତ ସହାୟତା ଯୋଗାଇଦେବା ପାଇଁ ସୁଯୋଗ ମିଳିଥିଲେ ହେଁ ତାଙ୍କୁ ପାକିସ୍ତାନର ମିଛ ଦୋହରାଇବା ପାଇଁ ଅତ୍ୟଧିକ ଚାପ ପକାଯାଇଥିବା...

ସେଲିବ୍ରେଶନ୍‌ ମୁଡରେ ଭାଜପା

ବେଙ୍ଗାଲୁର,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ସାରା ଦେଶରେ ପାଖାପାଖି ୨୨୯ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୫୧ ଆସନରେ ଆଗରେ ରହିଛି। ଏପର୍ଯ୍ୟନ୍ତ...

Advertisement
Archives

Model This Week