୪ରୁ ୭ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩।୮(ବ୍ୟୁରୋ): ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ବିଶେଷକରି ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, କଟକ, ଗଜପତି, ଗଞ୍ଜାମ, କଳାହାଣ୍ଡି, ଜଗତ୍‌ସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ପୁରୀ ଏବଂ ରାୟଗଡ଼ାରେ ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିସହ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ଲଘୁଚାପ ଯୋଗୁ ୩ ତାରିଖ ରାତିରୁ ବର୍ଷା ଆରମ୍ଭ ହେବ। ୪ ଓ ୫ ତାରିଖରେ ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଅଗଷ୍ଟ ୭ ଯାଏ ବର୍ଷା ଲାଗିରହିବ। ତେବେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ସାମାନ୍ୟ କମ୍‌ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୪ରୁ ୬ ତାରିଖ ଯାଏ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଲଘୁଚାପ ଯୋଗୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଜିଲାରେ ଥିବା ନଦୀଗୁଡ଼ିକ ଫୁଲିବା ସମ୍ଭାବନା ରହିଛି।
ଆସନ୍ତା ୫ ଦିନ ଯାଏ ବର୍ଷା ଲାଗି ରହିବ। ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଏବଂ ନୂଆପଡା ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେବା ପରେ ରାଜ୍ୟ ସରକାର ମଧ୍ୟ ସତର୍କ ହୋଇଯାଇଛନ୍ତି। ଉକ୍ତ ଜିଲାଗୁଡ଼ିକର ଜିଲାପାଳଙ୍କୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅନ୍ୟ ଜିଲାର ଜିଲାପାଳମାନେ ମଧ୍ୟ ଏ ନେଇ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଖାଦ୍ୟ ସାମଗ୍ରୀ, ପାନୀୟ ଜଳ, ଔଷଧ ଇତ୍ୟାଦି ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷାଜନିତ ବନ୍ୟା ପରେ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଖାଦ୍ୟ ସାମଗ୍ରୀ ଯୋଗାଇବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନ୍‌ ଜୋନ୍‌ରେ ଚାଲିବ ସରକାରୀ ବସ୍‌: ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଦୁଇ ଗୁଣା ଭଡ଼ା

ଭୁବନେଶ୍ୱର, ୧୩।୫(ବ୍ୟୁରୋ): ରାଜ୍ୟରେ ସାଧାରଣ ଯାତ୍ରୀଙ୍କ ପାଇଁ ଗ୍ରୀନ୍‌ ଜୋନ୍‌ରେ ସରକାରୀ ବସ୍‌ ଚାଲିବ। ଏ ନେଇ ବୁଧବାର ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ...

ଦୂଷିତ ପାଣି ପିଉଛନ୍ତି ଲୋକେ

ତେଲକୋଇ, ୧୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ମୁଖ୍ୟାଳୟର ହାଲପୋଡି ଗ୍ରାମରେ ଉକତ୍ଟ ଜଳ ସମସ୍ୟା ଦେଖାଦେଇଛି । ଗଭୀର କୂପ ଓ ପୋଖରୀ ଶୁଖି ଯାଇଥିବା...

ଆଜି ଭୁବନେଶ୍ୱରରୁ ୩ ଆକ୍ରାନ୍ତ ଚିହ୍ନଟ: ୫ ସୁସ୍ଥ

ଭୁବନେଶ୍ୱର,୮।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୧ ଲୋକାଲ କେସ...

ସୁନାବେଶରେ ଦାରୁଦିଅଁ

ପୁରୀ ଅଫିସ,୨୨ା୭: ତିନିରଥ ଉପରେ ବୁଧବାର ସୁନାବେଶରେ ଦର୍ଶନ ଦେଇଛନ୍ତି ଦାରୁଦିଅଁ। ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ତିନି ବିଗ୍ରହଙ୍କୁ ଅଢ଼େଇ ମହଣ ସୁନାରେ ସଜ୍ଜିତ କରାଯାଇଛି।...

ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୨୯ା୬(ବ୍ୟୁରୋ)- ପୂର୍ବତଟ ରେଳପଥ ଦ୍ୱାରା ଓଡ଼ିଶା ଭିତରେ ଚାଲୁଥିବା ସ୍ପେଶାଲ ଏକ୍ସପ୍ରେସ୍‌ ଟ୍ରେନ୍‌ ଜୁନ୍‌ ୩୦ ପରିବର୍ତ୍ତେ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ। ଜୁନ୍‌ ୮...

ବସଷ୍ଟାଣ୍ଡରେ ପ୍ରେମିକାଙ୍କୁ ଛାଡି ପ୍ରେମିକ ଫେରାର

ଅମରପାଲି,୧୫ା୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବସଷ୍ଟାଣ୍ଡରେ ଜଣେ ଯୁବକ ପ୍ରେମିକାଙ୍କୁ ଛାଡି ଫେରାର ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଯୁବତୀ ଜଣକ ଗର୍ଭବତୀ ଥିବା...

ସିବିଏସ୍‌ଇ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ବୃଦ୍ଧି ମାମଲା: ୪ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ସିବିଏସ୍‌ଇକୁ ନିର୍ଦ୍ଦେଶ

କଟକ ଅଫିସ,୧୯ା୧୧: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ବୃଦ୍ଧି ମାମଲାର ଶୁଣାଣି ସୋମବାର...

ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ବିବୁଧେନ୍ଦ୍ରଙ୍କ ପ୍ରତିମୂର୍ତ୍ତି

କଟକ ଅଫିସ,୧୨ା୩: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଘନିଷ୍ଠ ସହଯୋଗୀ, କ୍ରାନ୍ତିକାରୀ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିବୁଧେନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତି ବାରବାଟୀ ଷ୍ଟାଡିୟମସ୍ଥିତ ବିବୁଧେନ୍ଦ୍ର...

Advertisement


Archives

Model This Week