୪ବର୍ଷ ପୁରୁଣା ବିବାଦ;ସମାଧାନ ଲାଗି ଫ୍ରାନ୍ସକୁ ୭୬୦୦କୋଟି ଦେବ ଗୁଗଲ

ପ୍ୟାରିସ୍‌,୧୪-୯: ବିଶ୍ୱର ସର୍ବବୃହତ ସର୍ଚ୍ଚ ଇଞ୍ଜିନ ଗୁଗଲ ଫ୍ରାନ୍ସ ସହ ଚାଲିଥିବା ଏକ ପୁରୁଣା ବିବାଦର ସମାଧାନ ପାଇଁ ଆଗ୍ରହ ପ୍ରକାଶ କରିଛି। ଏହା ଫ୍ରାନ୍ସ ସରକାରଙ୍କୁ ୯୬.୫ କୋଟି ୟୁରୋ ବା ପ୍ରାୟ ୭୬୦୦ କୋଟି ଟଙ୍କା ପ୍ରଦାନ କରିବାକୁ ରାଜି ହୋଇଛି। ଗତବର୍ଷ କମ୍ପାନୀ ଉପରେ ୩୪ ହଜାର କୋଟି ଟଙ୍କାର ଜରିମାନା ଲାଗିଥିଲା। ୨୦୧୧ରୁ ୨୦୧୪ ମଧ୍ୟରେ ଟିକସ ଫାଙ୍କି ସମ୍ପର୍କିତ ମାମଲାରେ କୋର୍ଟରେ ଫ୍ରାନ୍ସ ସହ କମ୍ପାନୀର ସେଟେଲମେଣ୍ଟ ପାଇଁ ସହମତି ହୋଇଛି। ପ୍ୟାରିସର କୋର୍ଟ ଅଫ୍‌ ଅପିଲ ପକ୍ଷରୁ ଗୁଗଲ୍‌କୁ ୫୦ କୋଟି ୟୁରୋ ଏବଂ ୪୬.୫ କୋଟି ୟୁରୋ ଅତିରିକ୍ତ ଭାବେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୫ରେ ଗୁଗଲ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଥିଲା। ସେତେବେଳେ କମ୍ପାନୀ ବିରୋଧରେ ଫ୍ରାନ୍ସ ଟିକସ ଫାଙ୍କି ଅଭିଯୋଗ ଅଣାଯାଇଥିଲା। ଇତିପୂର୍ବେ ୟୁରୋପୀୟ ସଂଘ ପକ୍ଷରୁ ପ୍ରତିଯୋଗିତା ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ଗୁଗଲ ଉପରେ ୧.୪୯ ବିଲିୟନ ୟୁରୋ ଅର୍ଥାତ୍‌ ୧୧୭ ବିଲିୟନ ଟଙ୍କା ଜରିମାନା ଆଦାୟ ଆଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଭିବୃଦ୍ଧି ନେଇ ସରକାରଙ୍କ ଚିନ୍ତା

ନୂଆଦିଲ୍ଲୀ,୧।୫: ଲକ୍‌ଡାଉନ ପରେ ଦେଶର ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଛିଡା କରାଇବା ଲାଗି ସରକାର ଯୋଜନା ହାତକୁ ନେଉଛନ୍ତି। ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାକୁ...

ଆମେରିକା ଭାରତର ଶୀର୍ଷ ବାଣିଜ୍ୟ ଅଂଶୀଦାର

ନୂଆଦିଲ୍ଲୀ, ୨୪-୨: ଚାଇନାକୁ ଟପି ଆମେରିକା ଭାରତର ଶୀର୍ଷ ବାଣିଜ୍ୟ ଅଂଶୀଦାର ହୋଇ ପାରିଛି। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ବୃହତ୍‌ ଅର୍ଥନୈତିକ ସମ୍ପର୍କ...

ଘରୋଇ ପେସାଦାରଙ୍କ ହାତରେ ରହିବ ରେଲଓ୍ବେର ପ୍ରଚାର ଅଭିଯାନ

ନୂଆଦିଲ୍ଲୀ,୧୭-୬: ଭାରତୀୟ ରେଲଓ୍ବେର ପ୍ରଚାର ଅଭିଯାନ(ପବ୍ଲିସିଟି କ୍ୟାମ୍ପେନ)ର ନୂଆ କଳେବର ହେବାକୁ ଯାଉଛି। ଏଥିଲାଗି ୧୭ ଘରୋଇ ପେସାଦାରଙ୍କୁ ନିଯୁକ୍ତ କରାଯିବ। ପ୍ରତି ଜୋନ୍‌ ଲାଗି...

ଭିମ ୟୁପିଆଇ-ରୁପେ କାର୍ଡ ବ୍ୟବହାର କଲେ ମିଳିବ ପ୍ରୋତ୍ସାହନ : କ୍ୟାବିନେଟ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୧।୧ : କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭିମ ୟୁପିଆଇ ଏବଂ ରୁପେ କାର୍ଡର ବ୍ୟବହାର ଉପରେ ପ୍ରୋତ୍ସାହନ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମହଙ୍ଗା ହୋଇପାରେ ଫୋନ୍‌ କଲ୍‌, ଇଣ୍ଟରନେଟ

ନୂଆଦିଲ୍ଲୀ,୬।୭ : ଆଗାମୀ ବର୍ଷେରୁ ଦେଢ଼ ବର୍ଷ ମଧ୍ୟରେ ଫୋନ୍‌ କଲ୍‌ ଏବଂ ଇଣ୍ଟରନେଟ ସମେତ ଏ ସଂକ୍ରାନ୍ତ ସମସ୍ତ ସେବାର ଦେୟ ବଢ଼ିପାରେ। ଏଥରେ...

୫ କୋଟି ଲୋକ ବେରୋଜଗାର

ନୂଆଦିଲ୍ଲୀ,୮।୪: କରୋନାକୁ ନିୟନ୍ତ୍ରଣ କରିବା ଲାଗି ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହା ଯୋଗୁ ସମଗ୍ର ଦେଶରେ କମ୍ପାନୀଗୁଡିକର କାର୍ଯ୍ୟକଳାପ ଠପ୍‌ ହୋଇଯାଇଛି। ପ୍ରାରମ୍ଭିକ...

ମାର୍ଚ୍ଚ ୧୧ରୁ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ,୯-୨: ବେତନ ସଂଶୋଧନ ଦାବିରେ ଦେଶର ବ୍ୟାଙ୍କ ସଂଘଗୁଡିକ ପକ୍ଷରୁ ଜାନୁୟାରୀ ୩୧ ଏବଂ ଫେବୃୟାରୀରେ ୧ରେ ୨ ଦିନିଆ ଧର୍ମଘଟ ଡାକରା ଦିଆଯାଇଥିଲା। ଏହି...

ଇଣ୍ଟରନେଟ୍‌ ସ୍ପିଡ୍‌ରେ ଭାରତ ପଛୁଆ…

ନୂଆଦିଲ୍ଲୀ,୨୪।୧୦: ଭାରତ ବନାମ ପାକିସ୍ତାନ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁକ୍ଷେତ୍ରରେ ପ୍ରତିଯୋଗୀତା ଦେଖିବାକୁ ମିଳିଥାଏ। ଯଦି ଇଣ୍ଟରନେଟ ସ୍ପିଡ ବିଷୟରେ କୁହାଯାଏ, ତେବେ ଭାରତ...

Advertisement
Archives

Model This Week