୩ ଶ୍ରମିକଙ୍କୁ ବିମାନରେ ଘରକୁ ପଠାଇଲେ ୧୨ ବର୍ଷର ଝିଅ

ନୋଏଡା,୨।୬: କରୋନା ମହାମାରୀ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଅନ୍ୟ ରାଜ୍ୟକୁ ଦାଦନ ଖଟିବା ଲାଗି ଯାଇଥିବା ପ୍ରବାସୀ ଶ୍ରମିକମାନେ ଏଥିପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଏ ହଜାର ହଜାର କିଲୋମିଟର ଚାଲି ଚାଲି ଘରକୁ ଫେରୁଥିଲା ବେଳେ ଅନ୍ୟକେହି ଘରେ ପହଞ୍ଚିଲା ବେଳକୁ ଭୋକ ଉପାସରେ ତା’ର ଜୀବନ ଚାଲି ଯାଉଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୨ ବର୍ଷୀୟ ଝିଅ ନିହାରିକା ଦ୍ୱିବେଦୀ। ସେ ନିଜ ସଞ୍ଚୟ ଟଙ୍କାରେ ୩ ଶ୍ରମିକଙ୍କୁ ବିମାନରେ ନିଜ ଘରକୁ ପଠାଇଛନ୍ତି। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରରେ ରହୁଥିବା ନିହାରିକା ୪୮ ହଜାର ୫୩୦ ଟଙ୍କା ସଞ୍ଚୟ କରି ରଖିଥିଲେ। ଏହି ଟଙ୍କାରେ ସେ ଶ୍ରମିକଙ୍କୁ ଝାଡଖଣ୍ଡ ପଠାଇଛନ୍ତି। ନିହାରିକା କହିଛନ୍ତି ଶ୍ରମିକମାନଙ୍କ ଦୁର୍ଦ୍ଦଶା ଟିଭିରୁ ଦେଖିବାକୁ ପାଇଥିଲି। ସେମାନେ ଆମ ସମାଜ ପାଇଁ ଅନେକ କିଛି କରିଛନ୍ତି ସେମାନଙ୍କ ଅସୁବିଧା ସମୟରେ ଆମେ ଆଗେଇ ଆସିବା ଉଚିତ୍‌। ନିହାରିକା ଯେଉଁ ୩ ଶ୍ରମିକଙ୍କୁ ଘରକୁ ପଠାଇଛନ୍ତି ସେମାନଙ୍କ ମଧ୍ୟରେ ଜଣେ କ୍ୟାନସର୍‌ରେ ପୀଡିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ-ଏନ୍‌ଆର୍‌ସି ଭୟ: କେଉଁଠି ଧୂଆଁ, କେଉଁଠି ନିଆଁ; ଆକ୍ରୋଶରୁ ଅରାଜକତା

ନୂଆଦିଲ୍ଲୀ/କୋଲକାତା, ୧୬ା୧୨: ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ ହେବା ପରେ ଉପୁଜିଥିବା ଅଡ଼ୁଆ ନ ଛିଣ୍ଡୁଣୁ ଏହାକୁ ଜାତୀୟ ସ୍ତରରେ ପ୍ରୟୋଗ କରିବା...

ବର୍ଷକରେ ୯୬୫ ଥର ଥରିଛି ଭାରତ

ନୂଆଦିଲ୍ଲୀ,୧୩।୨: ଦେଶରେ ଗତବର୍ଷ ୯୬୫ ଥର ଭୂକମ୍ପ ଘଟିଛି। ପ୍ରତିଦିନ ହାରାହାରି ୩ ଥର ଭୂକମ୍ପ ହୋଇଥିବା ନେଇ ବିଜ୍ଞାନ ଜ୍ଞାନକୌଶଳ ତଥା ସ୍ବାସ୍ଥ୍ୟମନ୍ତ୍ରୀ ଡ....

୧୩୫ ବହି ଲେଖି ସାରିଲେଣି ୧୨ ବର୍ଷର ବାଳକ

ଅଯୋଧ୍ୟା,୮।୭: କଳା ସଂସ୍କୃତି ଓ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ନେଇ ୧୨ ବର୍ଷର ବାଳକ ୧୩୫ଟି ବହି ରଚନା କରି ସାରିଲେଣି। ଉତ୍ତର ପ୍ରଦେଶର ମ୍ରିଗେନ୍ଦ୍ର ରାଜ...

କମଳନାଥଙ୍କ ପୁତୁରାଙ୍କ ୩୦୦ କୋଟିର ବଙ୍ଗଳା ଜବତ

ନୂଆଦିଲ୍ଲୀ,୧୨ା୮: ବେନାମୀ ସମ୍ପତ୍ତି ରଖିବା ମାମଲାରେ ଆୟକର ବିଭାଗ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁତୁରା ରାତୁଲ ପୁରୀଙ୍କର ୩୦୦ କୋଟି ଟଙ୍କାର ବଙ୍ଗଳା ସମେତ ୪୦...

କରୋନାରେ ଜଣଙ୍କର ବି ମୃତ୍ୟୁ ଦୁଃଖଦାୟକ: ମୋଦି

ନୂଆଦିଲ୍ଲୀ,୧୬।୬: ବିଶ୍ୱ ପାଇଁ ଏବେବି ଚିନ୍ତାର କାରଣ ପାଲଟିଛି କରୋନା ସଂକ୍ରମଣ। ଦେଶରେ ୨୪ ଘଣ୍ଟାରେ ୧୦ ହଜାରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା...

ଅଟୋରିକ୍ସାରେ ‘ହ୍ୟାଣ୍ଡଓ୍ବାଶ୍‌’ସୁବିଧା

ଥିରୁଭାନନ୍ତପୁରମ୍‌: ଭାରତରେ ସବୁଠାରୁ ଅଧିକ ସାକ୍ଷରତା ହାର ଏବଂ ଶିକ୍ଷିତ ରାଜ୍ୟଭାବେ ପରିଚିତ କେରଳ। ଏଠାରେ ଅଧିକାଂଶ ରିକ୍ସା ଏବଂ ଅଟୋ ଚାଳକ ମଧ୍ୟ ଗ୍ରାଜୁଏଟ୍‌...

ମୋଦି-ଶାହଙ୍କ ମଧ୍ୟରେ ଲାଗିଛି ବିବାଦ; ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ: ଭୂପେଶ ବଘେଲା

ରାୟପୁର,୧୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ରାଷ୍ଟ୍ରୀୟ ନାଗରିକତ୍ୱ...

ଜାମିନ ପାଇଁ ହାଇକୋର୍ଟ ଗଲେ ଲାଲୁ

ରାଞ୍ଚି, ୧୦।୬: ଚାରା ଘୋଟାଲାରେ ସମ୍ପୃକ୍ତ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଜେଲ୍‌ ଦଣ୍ଡ ଭୋଗୁଥିବାବେଳେ ଜାମିନ ପାଇଁ ଝାଡଖଣ୍ଡ ହାଇକୋର୍ଟରେ ଆବେଦନ କରିନ୍ତି।...

Play 250+ Trending Games
Archives

Model This Week

Why Dharitri