୩ ଲକ୍ଷ କୋଟିର ରାଷ୍ଟ୍ରାୟତ୍ତ ସମ୍ପତ୍ତି ବିକ୍ରି ଯୋଜନା

ନୂଆଦିଲ୍ଲୀ,୯-୮: କେନ୍ଦ୍ର ସରକାର ବ୍ୟବହାରରେ ଆସୁ ନ ଥିବା ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ରାଷ୍ଟ୍ରାୟତ୍ତ ସମ୍ପତ୍ତି ବିକ୍ରି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଟ୍ରାନ୍ସମିଶନ ଲାଇନ, ଟେଲିକମ ଟାଓ୍ବାର, ଗ୍ୟାସ୍‌ ପାଇପଲାଇନ, ଏୟାରପୋର୍ଟର ସମ୍ପତ୍ତ ବିକ୍ରି କରାଯିବ। ବିଭିନ୍ନ ମନ୍ତ୍ରଣାଳୟ ସହ ଆଲୋଚନା କରିବା ପରେ ନୀତି ଆୟୋଗ ପକ୍ଷରୁ ବିକ୍ରି ହେବାକୁ ଥିବା ସମ୍ପତ୍ତିର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ପାଓ୍ବାର ଗ୍ରିଡ୍‌ର ଟ୍ରାନ୍ସମିଶନ ଲାଇନ, ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନଏଲ୍‌ର ଟାଓ୍ବାର, ଗେଲ୍‌ ଇଣ୍ଡିଆର ଗ୍ୟାସ୍‌ ପାଇପଲାଇନ, କେତେକ ସହରରେ ଥିବା ବିମାନ ବନ୍ଦର ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପଡି ରହିଥିବା ମୂଲ୍ୟବାନ ଜମିକୁ ବିକ୍ରି ତାଲିକାରେ ରଖାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ପାଓ୍ବାର ଗ୍ରିଡ୍‌ର ୧.୪୫ ଲକ୍ଷ ସର୍କିଟ କିମି ଲାଇନ, ଗେଲ୍‌ ଇଣ୍ଡିଆର ୧୧,୫୦୦ କିମି ଗ୍ୟାସ୍‌ ପାଇପଲାଇନ, ବିଏସ୍‌ଏନଏଲ ଓ ଏମଟିଏନ୍‌ଏଲର ୭୦ ହଜାର ଟାଓ୍ବାର ବିକ୍ରି ହେବ। ଏହାଛଡ଼ା ନ୍ୟାଶନାଲ ଟେକ୍ସଟାଇଲ କର୍ପୋରେଶନ, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ, ଏନ୍‌ଟିପିସିର ଜମି ବିକ୍ରି କରାଯିବ। କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ସରକାରୀ ସମ୍ପତ୍ତି ବିକ୍ରି କରି ୧.୦୫ ଲକ୍ଷ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଏହାଛଡ଼ା ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ସରକାରଙ୍କ ଅଂଶଧନକୁ ୫୧%ରୁ ହ୍ରାସ କରିବାକୁ ସରକାର ରାଜି ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ ଘୋଷଣା ବେଳେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମିଲା ୩୯ ଔଷଧ ଦର

ଭୁବନେଶ୍ୱର,୫।୯: ନ୍ୟାଶନାଲ ଲିଷ୍ଟ ଅଫ୍‌ ଏସେନସିଆଲ ମେଡିସିନ୍‌(ଏନ୍‌ଏଲ୍‌ଇଏମ୍‌) କୁ ସଂଶୋଧନକରି କେନ୍ଦ୍ର ସରକାର ୩୯ଟି ଗୁରୁତ୍ୱର ଔଷଧ ମୂଲ୍ୟ ହ୍ରାସ କରିଛନ୍ତି। ଏହି କ୍ରମରେ କର୍କଟ...

ସୁପ୍ରିମକୋର୍ଟରେ ଟିକଟକ୍‌ ମାମଲାର ଶୁଣାଣି;ମାଡ୍ରାସ ହାଇକୋର୍ଟକୁ ୨୪ ସୁଦ୍ଧା ସମୟ, ନଚେତ ବ୍ୟାନ ହଟିବ

ନୂଆଦିଲ୍ଲୀ,୨୩-୪: ଭାରତ ସମେତ ବିଶ୍ୱର ବହୁ ଦେଶରେ ଅତ୍ୟନ୍ତ ଲୋକପ୍ରିୟ ସର୍ଟ ଭିଡ଼ିଓ ଆପ୍‌ ଟିକ୍‌ଟକ ଉପରେ ଲାଗିଥିବା ବ୍ୟାନ୍‌ ହଟିଯିବା ସମ୍ଭାବନା ରହିିଛି। ସୋମବାର...

ଶୀର୍ଷ ୧୦ ଦେଶରେ ଅଟୋମୋବାଇଲ ସେକ୍ଟରକୁ ମାନ୍ଦାବସ୍ଥା ମାଡ଼: ଭାରତ ସର୍ବାଧିକ ପ୍ରଭାବିତ

ନୂଆଦିଲ୍ଲୀ,୮।୯: ଗତ କିଛିବର୍ଷ ହେବ ବିଶ୍ୱ ପାସେଞ୍ଜର ଗାଡ଼ି ମାର୍କେଟ ଅଭିବୃଦ୍ଧିରେ ଭାରତର ଯୋଗଦାନ ଅଧିକ ରହିଆସିଛି। ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬...

ଆଜିଠାରୁ ୨୫୦ ଜିଲାରେ ବ୍ୟାଙ୍କଗୁଡିକର ଋଣମେଳା

ନୂଆଦିଲ୍ଲୀ,୩-୧୦: ଦେଶର ବ୍ୟାଙ୍କଗୁଡିକ ପକ୍ଷରୁ ଗୁରୁବାରଠାରୁ ଦେଶର ୨୫୦ ଜିଲାରେ ଋଣ ମେଳା ଆୟୋଜନ କରାଯାଉଛି। ପାର୍ବଣ ସମୟରେ ଋଣ ଯୋଗାଣ ଲକ୍ଷ୍ୟରେ ଏଭଳି ମେଳା...

ଚାଇନାକୁ ପୁଣି ଝଟ୍‌କା: ଆପଲ ପ୍ଲେ ଷ୍ଟୋରରୁ ହଟିଲା ୪୫୦୦ ଗେମ୍‌ ଆପ୍‌

ନୂଆଦିଲ୍ଲୀ, ୭।୭: ଗଲଓ୍ବାନ ଘାଟିର ହିଂସକ ସଂଘର୍ଷ ପରେ ଚାଇନା ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ଭାରତ ସରକାର ୫୯ ଚାଇନା...

ସେଲ୍‌ରେ ୫% ଅଂଶଧନ ବିକ୍ରି ନେଇ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୧୦-୨: ଷ୍ଟିଲ ଅଥରିଟି ଇଣ୍ଡିଆ ଲିମିଟେଡ(ସେଲ୍‌)ରେ ୫% ଅଂଶଧନ ବିକ୍ରି କରିବାକୁ ସରକାର ଯୋଜନା କରୁଛନ୍ତି। ଅଫର ଫର ସେଲ ଦ୍ୱାରା ଏହି ଯୋଜନାକୁ ରୂପରେଖ...

ବ୍ୟାଙ୍କ ଗ୍ରାହକଙ୍କ ସେବା ସଂକ୍ରାନ୍ତ ଅଭିଯୋଗ ୫୭% ବୃଦ୍ଧି

ନୂଆଦିଲ୍ଲୀ: ବ୍ୟାଙ୍କଗୁଡିକ ପକ୍ଷରୁ ପ୍ରଦାନ କରାଯାଉଥିବା ସେବାରେ ଗ୍ରାହକ ବିଭିନ୍ନ ସମସ୍ୟା ସାମ୍ନା କରୁଥିବା ନଜରକୁ ଆସିଛି। ଫଳରେ ଗ୍ରାହଙ୍କ ସେବା ସଂକ୍ରାନ୍ତ ଅଭିଯୋଗ ୫୭%...

୧୦ କୋଟିର ଅନୀୟମିତତା ଧରିଲା ପେଟିଏମ୍‌

ନୂଆଦିଲ୍ଲୀ,୧୪-୫: ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମ୍‌ରେ ୧୦ କୋଟି ଟଙ୍କାର ଅନୀୟମିତତା ହୋଇଥିବା ଜଣାପଡିଛି। କମ୍ପାନୀର ଆଭ୍ୟନ୍ତରୀଣ ଯାଞ୍ଚରୁ ଏହା ଧରାପଡିଛି ବୋଲି ପେଟିଏମ୍‌ର ପ୍ରମୁଖ...

Advertisement
Archives

Model This Week