୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନୂଆ ସିଇଓ

ନୂଆଦିଲ୍ଲୀ,୨୧-୧: ସରକାର ୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନୂଆ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ନିଯୁକ୍ତ ହୋଇଛନ୍ତି। ଏହି ବ୍ୟାଙ୍କଗୁଡିକ ମଧ୍ୟରେ ବ୍ୟାଙ୍କ ଅଫ ବରୋଦା (ବିଓବି), ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ଏବଂ କାନାରା ବ୍ୟାଙ୍କ ରହିଛି। ବିଓଆଇ ନୂଆ ସିଇଓ ଭାବେ ଓଡିଆ ଅଧିକାରୀ ଅତନୁ କୁମାର ଦାସ ଅବସ୍ଥାପିତ ହୋଇଛନ୍ତି। ସେ ବିଓଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି) ଭାବେ ଏବେ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ୩ ବର୍ଷ ଲାଗି ସିଇଓ ପଦବୀରେ ନିଯୁକ୍ତି ମିଳିଛି। ଜୁନ ୩୦ ପରଠାରୁ ଏହି ପଦବୀ ଖାଲି ପଡିଥିଲା। ସେହିଭଳି ବିଓବିର ନୂଆ ସିଇଓ ଭାବେ ସଞ୍ଜୀବ ଚଢା ନିଯୁକ୍ତ ହୋଇଛନ୍ତି। ତାଙ୍କୁ ମଧ୍ୟ ୩ ବର୍ଷ ଲାଗି ନିଯୁକ୍ତି ଦିଆଯାଇଛି। ଏସ୍‌ବିଆଇ କ୍ୟାପିଟାଲର ଏମ୍‌ଡି ତଥା ସିଇଓ ଭାବେ ଚଢା ବର୍ତ୍ତମାନ କାର୍ଯ୍ୟ କରୁଥିବା ବେଳେ ବ୍ୟାଙ୍କ ବୋର୍ଡ ବ୍ୟୁରୋ(ବିବିବି) ତାଙ୍କ ନାମକୁ ନୂଆ ପଦବୀ ଲାଗି ସୁପାରିସ କରିଥିଲା। ସେହିଭଳି ବାଙ୍ଗାଲୋର ଭିତ୍ତିକ କାନାରା ବ୍ୟାଙ୍କର ନୂଆ ସିଇଓ ଭାବେ ଏଲ୍‌.ଭି. ପ୍ରଭାକର ଫେବୃୟାରୀ ପହିଲାରୁ ଦାୟିତ୍ୱ ଗ୍ରହଣ କରିବେ। ସେ ବର୍ତ୍ତମାନ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଇଡି ଭାବେ ଅବସ୍ଥାପିତ ଅଛନ୍ତି। ଅପରପକ୍ଷରେ ଏସ୍‌ବିଆଇର ନୂଆ ଏମ୍‌ଡି ଭାବେ ସି.ଏସ୍‌.ସେଟ୍ଟୀଙ୍କୁ ୩ ବର୍ଷ ଲାଗି ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମେଟା’ର ଶେୟାର ମୂଲ୍ୟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୧୦: ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଫେସ୍‌ବୁକ୍‌’ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ନିକଟରେ ଫେସ୍‌ବୁକ୍‌ର ରିବ୍ରାଣ୍ଡ କରି ଏହାର ନାମ ‘ମେଟା’ ରହିବ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନ...

ସୋମବାରଠାରୁ ୭ମ ଅର୍ଥନୈତିକ ଜନଗଣନା ଆରମ୍ଭ

ନୂଆଦିଲ୍ଲୀ,୨୮-୭: କେନ୍ଦ୍ର ସରକାର ସୋମବାରଠାରୁ ସାରାଦେଶରେ ୭ମ ଅର୍ଥନୈତିକ ଜନଗଣନା ଆରମ୍ଭ କରିବେ। ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରୁ ଏହି ଜନଗଣନା କାର୍ଯ୍ୟ ଆରମ୍ଭ ହେବ। ଦେଶରେ...

ଅର୍ଥନୈତିକ ସୁଧାର ତ୍ୱରାନ୍ବିତ ହେବ

ନୂଆଦିଲ୍ଲୀ: ଭାରତୀୟ ଅର୍ଥ ବ୍ୟବସ୍ଥାରେ ସୁଧାର ପ୍ରକ୍ରିୟା ଆଶାଠାରୁ ଅଧିକ ହେବ। ଚଳିତ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସରେ ମୁଦ୍ରାସ୍ଫୀତି ୬%ରୁ ଉର୍ଦ୍ଧ୍ୱ ରହିପାରେ। ଅକ୍ସଫୋର୍ଡ...

୪୩୨ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ଗୁରୁବାର ୪୩୨ ପଏଣ୍ଟ ବଢ଼ିଛି। ମେଟାଲ ଏବଂ ବ୍ୟାଙ୍କିଙ୍ଗ୍‌ ଷ୍ଟକ୍‌ କାରବାର ଉନ୍ନତ ହେବାରୁ ବଜାରରେ ଏଭଳି ସ୍ଥିତି...

ଜିଓ ଟ୍ରୁ ୫ଜିର କ୍ୟାମ୍ପସ ଅଭିଯାନ

ଭୁବନେଶ୍ୱର,୧୬।୯ : ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ଟ୍ରଷ୍ଟ ଫଣ୍ଡ କଲେଜ (ବରଗଡ), ତାଳଚେର ଅଟୋନମସ କଲେଜ (ତାଳଚେର), ବିନାୟକ ଆଚାର୍ଯ୍ୟ କଲେଜ (ବହ୍ମପୁର) ଏବଂ ଦେବରାୟ...

ବଜାଜ ଫାଇନାନ୍ସ ଅଧ୍ୟକ୍ଷ ପଦବୀରୁ ଓହରିଲେ ରାହୁଲ ବଜାଜ

ନୂଆଦିଲ୍ଲୀ,୨୧।୭: ପ୍ରତିଷ୍ଠିତ ଉଦ୍ୟୋଗପତି ରାହୁଲ ବଜାଜ, ବଜାଜ ଫାଇନାନ୍ସର ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପବଦୀରୁ ଓହରିଯାଇଛନ୍ତି। ଚଳିତ ମାସ ଶେଷ ଯାଏ ସେ ଏହି ପଦବୀରେ ରହିବେ।...

ସାଧାରଣ ବୀମା କମ୍ପାନୀଙ୍କୁ ମିଳିପାରେ ପୁଞ୍ଜି

ମୁମ୍ବାଇ,୧୩-୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଗାମୀ ବଜେଟରେ ସାଧାରଣ ବୀମା କମ୍ପାନୀଗୁଡିକ ଲାଗି ଦ୍ୱିତୀୟ ପର୍ଯ୍ୟାୟ ପୁଞ୍ଜି ଘୋଷଣା କରିପାରନ୍ତି। କମ୍ପାନୀଗୁଡିକର ଆର୍ଥତ୍କ ସ୍ବାସ୍ଥ୍ୟରେ ଉନ୍ନତି...

ଟାଟା ଏଆଇଏ ଏନ୍‌ଏଫ୍‌ଓ ଶୁଭାରମ୍ଭ

ନୂଆଦିଲ୍ଲୀ,୩।୪: ଟାଟା ଏଆଇଏ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଟାଟା ଏଆଇଏ ସଷ୍ଟେନେବିଲିଟି ଇକ୍ୱିଟି ଫଣ୍ଡ୍‌ ଓ ଟାଟା ଏଆଇଏ ଡାଇନାମିକ୍‌ ଆଡଭାଣ୍ଟେଜ୍‌ ଫଣ୍ଡ୍‌ର ଏନ୍‌ଏଫ୍‌ଓ ଶୁଭାରମ୍ଭ...

Advertisement
Archives

Model This Week