ନୂଆଦିଲ୍ଲୀ,୧୨-୧୦: ୩ ରାଷ୍ଟ୍ରାୟତ୍ତ କମ୍ପାନୀର ଅଂଶଧନ ବିକ୍ରି ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କମ୍ପାନୀଗୁଡିକ ମଧ୍ୟରେ କଣ୍ଟେନର କର୍ପୋରେଶନ ଅଫ୍ ଇଣ୍ଡିଆ(କନ୍କର), ନେପ୍କୋ ଏବଂ ଟିଏଚ୍ଡିସି ଭଳି କମ୍ପାନୀ ରହିଛନ୍ତି। ଏହି କମ୍ପାନୀଗୁଡିକରେ ଥିବା ସରକାରଙ୍କ କଣ୍ଟ୍ରୋଲିଂ ଅଂଶଧନ ବିକ୍ରି ଲାଗି ଆଡଭାଇଜରଙ୍କଠାରୁ ବିଡ୍ ଆହ୍ବାନ କରାଯାଇଛି। ଚଳିତ ମାସ କେନ୍ଦ୍ର କ୍ୟାବିନେଟ କନ୍କର କମ୍ପାନୀରେ ୩୦% ଅଂଶଧନ ବିକ୍ରି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏହି କମ୍ପାନୀରେ ସରକାରଙ୍କ ୫୪.୮୦% ଅଂଶଧନ ରହିଛି। ପ୍ରସ୍ତାବିତ ଅଂଶଧନ ବିକ୍ରି ହେଲେ ଉକ୍ତ କମ୍ପାନୀ ସରକାରଙ୍କ ନିୟନ୍ତ୍ରଣରେ ଆଉ ରହିବ ନାହିଁ। ସେହିଭଳି ଶକ୍ତି କମ୍ପାନୀ ଟିଏଚ୍ଡିସି ଇଣ୍ଡିଆ ଏବଂ ନର୍ଥ ଇଷ୍ଟର୍ନ ଇଲେକଟ୍ରିକ ପାଓ୍ବାର କର୍ପୋରେଶନ(ନେପକୋ)ର ଅଂଶଧନ ଏନ୍ଟିପିସିକୁ ବିକ୍ରି ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।

ମାସେ ବଢ଼ିଲା ଜିଏସ୍ଟି କମ୍ପୋଜିଶନ ସ୍କିମ୍ ବାଛିବା ସମୟ
ନୂଆଦିଲ୍ଲୀ,୪-୭: ଆୟକର ବିଭାଗ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ସେବା ପ୍ରଦାନକାରୀ କମ୍ପାନୀଙ୍କୁ ଜିଏସ୍ଟି କମ୍ପୋଜିଶନ ସ୍କିମ୍ ବାଛିବା ଲାଗି ଆହୁରି ଏକ...

ସାମଗ୍ରୀ ଉତ୍ପତ୍ତିସ୍ଥଳ ଦର୍ଶାଇବା ବାଧ୍ୟତାମୂଳକ କଲା ଆମାଜନ
ବାଙ୍ଗାଲୋର,୧୬।୭: ଆସନ୍ତା ସପ୍ତାହରୁ ଆମାଜନ ପ୍ଲାଟ୍ଫର୍ମରେ ସାମଗ୍ରୀର ଉତ୍ପତ୍ତିସ୍ଥଳ କେଉଁଠି ତାହା ଗ୍ରାହକମାନେ ଜାଣିପାରିବେ। ଅର୍ଥାତ୍ ପ୍ଲାଟ୍ଫର୍ମରେ ଲିଷ୍ଟିଂ ହୋଇଥିବା ସାମଗ୍ରୀ କେଉଁଠାରେ ପ୍ରସ୍ତୁତ ହୋଇଛି...

ଜିଏସ୍ଟି ରିଟର୍ନ ଦାଖଲ ଅବଧି ବୃଦ୍ଧି
ନୂଆଦିଲ୍ଲୀ,୧୦-୯: ଜିଏସ୍ଟି ରିଟର୍ନ ଦାଖଲ ଅବଧି ବୃଦ୍ଧି ପାଇଛି। ସେଣ୍ଟ୍ରାଲ ବୋର୍ଡ ଅଫ୍ ଇନ୍ଡାଇରେକ୍ଟ ଟ୍ୟାକ୍ସେସ ଆଣ୍ଡ କଷ୍ଟମ୍ସ(ସିବିଆଇସି) ପକ୍ଷରୁ ଜାରି ସୂଚନା ମୁତାବକ ଜିଏସ୍ଟିଆର୍-୯,...

ଫୋକସ୍ରେ ଗ୍ରାହକକୈନ୍ଦ୍ରିକ ସେବା
ମହାମାରୀ କରୋନା ସାରା ବିଶ୍ୱର ଅର୍ଥନୀତିକୁ ଉଜାଡ଼ିଦେଇଛି। କୋଭିଡ୍ ମୁକାବିଲା ପାଇଁ ଜାରି କଟକଣା ଯୋଗୁ ପ୍ରାୟ ସବୁ ଇଣ୍ଡଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି।...

ଓଡ଼ିଶାରେ ୧୫୦୦ କୋଟି ନିବେଶ କରିବ ଶିବା ସିମେଣ୍ଟ
ଭୁବନେଶ୍ୱର: ଜେଏସ୍ଡବ୍ଲ୍ୟୁ ସିମେଣ୍ଟ ଲିମିଟେଡ୍ର ସହଯୋଗୀ ସଂସ୍ଥା ଶିବା ସିମେଣ୍ଟ ଓଡ଼ିଶାରେ ୧୫୦୦ କୋଟି ଟଙ୍କା ନିବେଶ ଯୋଜନା ରଖିଛି। ଜେଏସ୍ଡବ୍ଲ୍ୟୁ ସିମେଣ୍ଟର ପରିଚାଳନା ନିର୍ଦ୍ଦେଶକ...

ଏୟାର ଇଣ୍ଡିଆ ବିକ୍ରି: ବିଦେଶୀ ନିୟନ୍ତ୍ରଣ ନିୟମ ସଂଶୋଧନ ଉପରେ ବିଚାର
ନୂଆଦିଲ୍ଲୀ, ୪-୧୨: ଏୟାର ଇଣ୍ଡିଆ ବିକ୍ରି ନେଇ ସରକାର ବର୍ତ୍ତମାନ ଯୋଜନା ରଖିଥିବା ବେଳେ ଏକ୍ଷେତ୍ରରେ ବିଦେଶୀ ନିୟନ୍ତ୍ରଣ ନିୟମ ସଂଶୋଧନ କରିବା ଉପରେ ବିଚାର...

୧୦ ଲକ୍ଷ କୋଟିର ଋଣ ପୁନର୍ଗଠନ ହୋଇପାରେ
ନୂଆଦିଲ୍ଲୀ,୭।୯ : ବ୍ୟାଙ୍କଗୁଡିକ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଋଣକୁ ପୁନର୍ଗଠନ କରିପାରନ୍ତି। କୋଭିଡ୍ ଦ୍ୱାରା ବେଶି କ୍ଷତିଗ୍ରସ୍ତ ହୋଇଥିବା ପ୍ରାୟ ୫ରୁ ୬...

ବଢୁଛି ଟମାଟୋ ଦର: ଦିଲ୍ଲୀରେ ୭୦ ଟଙ୍କା ଛୁଇଁଲା
ନୂଆଦିଲ୍ଲୀ,୧୨।୭ : କୋଭିଡ୍ ଯୋଗୁ ଉତ୍ପାଦନ ପ୍ରଭାବିତ ହେବା ଫଳରେ ଟମାଟୋର ଖୁଚୁରା ମୂଲ୍ୟ ବୃଦ୍ଧି ପରିଲକ୍ଷିତ ହେଉଛି। ଦେଶର ରାଜଧାନୀ ଦିଲ୍ଲୀରେ ଟମାଟୋ ଦର...