୩ ବ୍ରାଉନସୁଗାର ବ୍ୟବସାୟୀ ଜେଲ୍‌ ଗଲେ: ୫ ଲକ୍ଷର ବ୍ରାଉନସୁଗାର, ୫ ମୋବାଇଲ ଓ କାର ଜବତ

ଭୁବନେଶ୍ୱର,(ବ୍ୟୁରୋ)/ପାତ୍ରପଡ଼ା, ୨୧।୧୧(ଡି.ଏନ୍‌.ଏ.): ଖଣ୍ଡଗିରି ଥାନା ପୋଲିସ ଓ କ୍ୟୁଏଟି ମିଳିତ ଭାବେ ଚଢ଼ାଉ କରି ୩ଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ନାରାୟଣ ବସ୍ତିର ଦୟାନିଧି ବରାଡ଼ (୩୭), ଖଣ୍ଡଗିରି ଥାନା ଶିରିପୁରର ପ୍ରଭାତ କୁମାର ଚୌହାନ (୩୫) ଓ ମୟୂରଭଞ୍ଜର ସୂଯର୍ର୍‌ୟକାନ୍ତ ଘଡ଼େଇ (୨୩)। ସେମାନଙ୍କ ନିକଟରୁ ୫୬ ଗ୍ରାମ ବ୍ରାଉନସୁଗାର ସହ ୪ ମୋବାଇଲ ଫୋନ୍‌ ଓ ଗୋଟିଏ କାର ଜବତ କରିଛି। ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ସୂଚନା ମୁତାବକ, ମଙ୍ଗଳବାର ରାତି ୮ଟାରେ ଭରତପୁର ଛକ ନିକଟରେ ୩ଜଣ ଯୁବକ ଏକ କାରରେ ଆସି ବ୍ରାଉନସୁଗାର ବିକ୍ରି କରୁଥିବାନେଇ କ୍ୟୁଏଟି ନିକଟରେ ଖବର ପହଞ୍ଚତ୍ଥିଲା। ପରେ ମିଳିତ ଟିମ୍‌ ସେଠାରେ ଚଢଉ କରି ୩ଜଣଙ୍କୁ ଧରିଥିଲା। ଏନେଇ ଏକ ମାମଲା (ନଂ.୬୫୭/୧୯) ରୁଜୁ କରି ବୁଧବାର ସେମାନଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ୩ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବର୍ଷା: ୧୮ରେ ହାଲ୍‌କା ୧୯, ୨୦ରେ ପ୍ରବଳ ବର୍ଷିପାରେ

ଭୁବନେଶ୍ୱର,୧୬।୯(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ମିଆଁମାର ଉପକୂଳରେ ଗୁରୁବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା କ୍ରମଶଃ ପଶ୍ଚିମ, ଉତ୍ତର ପଶ୍ଚିମ...

ପାଠପଢ଼ା ଚାପରେ ଜୀବନ ହାରିଲେ ୪ର୍ଥ ଶ୍ରେଣୀ ଛାତ୍ରୀ

ଭବାନୀପାଟଣା,୩୧।୧: ଭବାନୀପାଟଣା ସହରସ୍ଥିତ ରାମନଗରପଡ଼ାରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂଚନା ମୁତାବକ, ଛାତ୍ରୀଙ୍କ ମା’ କୌଣସି...

ଜଳୁଛି ଓଡ଼ିଶା, ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର

ଭୁବନେଶ୍ୱର,୩୧।୩(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା। ବୁଧବାର ରାଜ୍ୟରେ ଗରମ ପବନ ବହିବା ସାଙ୍ଗକୁ ୨୪ ଘଣ୍ଟାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ଆଶଙ୍କା...

ତିର୍ତ୍ତୋଲରେ ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ସକାଳୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତିର୍ତ୍ତୋଲରେ ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପୁଣି...

ଆଜି ଜନ୍ମଦିନ ପାଳୁଛି ରାଜଧାନୀ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ୩ ହଜାର ବର୍ଷର ପୁରୁଣା ସହର ଭୁବନେଶ୍ୱର ରାଜଧାନୀ ମାନ୍ୟତା ପାଇବାର ୭୩ବର୍ଷ ବିତିଛି। ୧୯୪୬ରେ ଜମାର୍ନୀର ସ୍ଥପତି ଅଟୋ କଏନ୍ସବର୍ଗର ଏଥିପାଇଁ ନକ୍ସା...

ଗଣିତ ପ୍ରଫେସର ଅଭାବ:ରାଜ୍ୟରୁ ପୂରଣ ହୋଇପାରିଲାନି ଆଇଏମ୍‌ଏ ନିର୍ଦ୍ଦେଶକ ପଦ

ଭୁବନେଶ୍ୱର,୨୨ା୧(ବ୍ୟୁରୋ):ରାଜ୍ୟରେ ଡିଗ୍ରୀ କଲେଜଗୁଡ଼ିକରେ ଗଣିତ ପ୍ରଫେସର ପାହ୍ୟାର ଶିକ୍ଷକଙ୍କ ଅଭାବ ପରିଲଖିତ ହୋଇଛି। ନିକଟରେ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥମେଟିକ୍ସ ଏଣ୍ଡ ଆପ୍ଲିକେଶନ୍ସ(ଆଇଏମ୍‌ଏ)ରେ ନିର୍ଦ୍ଦେଶକ ନିଯୁକ୍ତି...

କେନ୍ଦୁପତ୍ର ବୋନସ ଘୋଷଣାକୁ ଲଲିପପ୍‌ କହିଲା ଭାଜପା

ଭୁବନେଶ୍ୱର,୧୩ା୧(ବ୍ୟୁରୋ): କେନ୍ଦୁପତ୍ର ତୋଳାଳି ଶ୍ରମିକଙ୍କୁ ରାଜ୍ୟ ସରକାର ଏକ ‘ଲଲିପପ୍‌’ ଧରାଇ ଦେଇଥିବା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି। ସରକାରଙ୍କ ବୋନସ ଘୋଷଣାକୁ...

ମହାନଦୀ ମଝିପଠାରେ ହାତୀପଲ, ଦେଖିବା ଲାଗି ଜମୁଛି ଲୋକଙ୍କ ଭିଡ଼

ନରାଜ,୧୭ା୯(ଡି.ଏନ.ଏ)- ମୁଣ୍ଡଳି ନିକଟସ୍ଥ ମହାନଦୀ ପଠାରେ ସୋମବାର ବିଳମ୍ବିତ ରାତିରେ ଏକ ହାତୀପଲ ଆସି ଅଟକି ଯାଇଥିବା ଦେଖାଯାଇଛି। ଏହି ହାତୀପଲରେ ୧୧ଗୋଟି ହାତୀ ଥିବାବେଳେ...

Advertisement
Archives

Model This Week