୩ ବର୍ଷରେ ୧୦୬ ହରିଣ ଶିକାର

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ରାଜ୍ୟରେ ହରିଣ ଶିକାର ଦ୍ରୁତ ଗତିରେ ବଢୁଛି। ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ପ୍ରଜାତିର ୧୦୬ ହରିଣଙ୍କୁ ଶିକାର କରାଯାଇଛି। ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ସେ କହିଛନ୍ତି ଯେ ୨୦୧୬-୧୭ ଏବଂ ୨୦୧୮-୧୯ରେ ୧୦୬ ହରିଣ ଶିକାର ହୋଇଛନ୍ତି। ୨୦୧୬-୧୭ରେ ୨୮ଟି ହରିଣଙ୍କୁ ମାରି ଦିଆଯାଇଥିବା ବେଳେ ୨୦୧୭-୧୮ରେ ୪୪ ଏବଂ ୨୦୧୮-୧୯ରେ ୩୪ଟି ହରିଣଙ୍କୁ ଶିକାର କରାଯାଇଛି। ଏହି ସମୟ ମଧ୍ୟରେ ୬ଟି କଲାରାପତରିଆ ବାଘ ଏବଂ ୬ଟି ହାତୀଙ୍କୁ ମଧ୍ୟ ଶିକାରୀ ମାରିଛନ୍ତି। ଶିକାରୀଙ୍କ କବଳରୁ ଜୀବଜନ୍ତୁଙ୍କୁ ରକ୍ଷା କରିବା ପାଇଁ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ଜୀବଜନ୍ତୁ ସୁରକ୍ଷା ସ୍କ୍ବାର୍ଡ ଗଠନ କରାଯାଇ ୨୪ ଘଣ୍ଟା ନଜର ରଖାଯାଉଛି। ପଶୁଜନ୍ତୁଙ୍କୁ ଶିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଅପରାଧ ଶାଖାରେ ଏକ ସେଲ ଖୋଲାଯାଇଛି। ଯେଉଁମାନେ ଶିକାରୀମାନଙ୍କ ବିଷୟରେ ଖବର ଦେବେ ସେମାନଙ୍କୁ ପୁରସ୍କୃତ କରିବା ବ୍ୟବସ୍ଥା ରହିିଛି ବୋଲି ବିଧାୟକ ମୋହନ ମାଝିଙ୍କ ତାରକା ପ୍ରଶ୍ନ (ନଂ-୬୨୬)ର ଉତ୍ତର ଦେଇ ମନ୍ତ୍ରୀ ଏହା କହିଛନ୍ତି। ସେହିପରି ମହେନ୍ଦ୍ରଗିରି ପର୍ବତକୁ ଜୈବମଣ୍ଡଳ ଘୋଷଣା ନିମନ୍ତେ ଏହାର ସାମାଜିକ ଓ ଅର୍ଥନୈତିକ ସର୍ଭେ କରିବା ପାଇଁ ଯୋଜନା ଚାଲିଛି। ସେହି ଅଞ୍ଚଳର ଜୈବ ବିବିଧତାକୁ ପୁଙ୍ଖାନୁପୁଙ୍ଖ ଭାବେ ଅଧ୍ୟୟନ କରିବାକୁ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାର ତଥ୍ୟ ଆସିନାହିଁ। ତଥ୍ୟ ମିଳିବାପରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପ୍ରେରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ପୋଲ: ୨ ଥର ଶିଳାନ୍ୟାସ

ଲଙ୍ଗଳେଶ୍ୱର,୫।୧୨(କମଳାକାନ୍ତ ଦାସ): ଗୋଟିଏ ପୋଲକୁ ଦୁଇଥର ଶିଳାନ୍ୟାସ। ସକାଳେ ବିଧାୟକ ଏବଂ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହି ଗୋଟିଏ ଜାଗାରେ ଫଳକ ଶିଳାନ୍ୟାସ କରିଥିବା ବେଳେ...

ଜାଲ୍‌ ତଥ୍ୟ ଦେଇ ଆବାସ ହାତେଇଥିଲେ ନାଏବ ସରପଞ୍ଚ

ରସୁଲପୁର,୫ା୧୨(ରଞ୍ଜତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତର ନାଏବ ସରପଞ୍ଚ ତିଳୋତ୍ତମା ନାୟକ...

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ...

ବସ୍‌ରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୫।୧୨(ସୂର୍ଯ୍ୟକାନ୍ତ ବେହେରା):ବସ୍‌ରେ ଆସି ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରି ଚମ୍ପଟ ମାରୁଥିବା ଏକ ୩ଜଣିଆ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୋଲିସ ଧରିଛି।...

ବିନା ବ୍ରେକ୍‌ରେ ୪୮ଘଣ୍ଟା ନାଟକ ପ୍ରଦର୍ଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ):ବିନା ବ୍ରେକ୍‌ରେ ଲଗାତର ୪୮ ଘଣ୍ଟାରୁ ଅଧିକ ସମୟ ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ନାଟ୍ୟ ସଂସ୍ଥା ମିରର ଥିଏଟର।...

ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ ସିରିଜ। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ ବିଶେଷ...

ବ୍ୟାଙ୍କିଙ୍ଗ୍‌ ଠକେଇ ରୋକିବ ‘ରାପିଡ୍‌ ଆଲର୍ଟ ସିଷ୍ଟମ’

ଭୁବନେଶ୍ୱର,୫।୧୨(ଅନୁରାଧା ମହାରଣା):ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବୃଦ୍ଧି ସହିତ ବ୍ୟାଙ୍କିଙ୍ଗ ଠକେଇ ଘଟଣା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେବେ ଏପରି ଠକେଇ ମାମଲାକୁ ନିୟନ୍ତ୍ରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri