୩ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ

ରାଉରକେଲା ଅଫିସ,୧୪ା୧୧: ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ସୁନ୍ଦରଗଡ଼ ସୀମାନ୍ତରେ ଦୀର୍ଘଦିନ ଧରି ପିଏଲ୍‌ଏଫ୍‌ଆଇ ନଁ।ରେ ଆତଙ୍କ ସୃଷ୍ଟି କରୁଥିବା ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରାଉରକେଲା ପୋଲିସ ଗିରଫ କରିଛି। ସେମାନେ ହେଲେ ଝାଡ଼ଖଣ୍ଡ ପଶ୍ଚିମ ସିଂଭୂମ ଜିଲା ବନ୍ଦଗଁ। ଅଞ୍ଚଳର ପୱାନ ତାନିବାଡିଙ୍ଗ(୨୪), ଝାଡ଼ଖଣ୍ଡ ଖୁଣ୍ଟି ଅଞ୍ଚଳର ସାମୁଏଲ ସୟ(୨୨) ଏବଂ ପଶ୍ଚିମ ସିଂଭୂମ କିରିବୁରୁ ଥାନା ବାସିନ୍ଦା ରାଜେଶ ବିରୁଆ(୪୫)। ପୋଲିସ ତାଙ୍କ ପାଖରୁ ୨ଟି ଦେଶୀ ବନ୍ଦୁକ, ଗୁଳି, ଭୁଜାଲି ଆଦି ମାରଣାସ୍ତ୍ର ଜବତ କରିଛି। ଗିରଫ ୩ଜଣ ୨୦୧୫ରୁ ପିଏଲ୍‌ଏଫ୍‌ଆଇ ଲିଡର ଦିନେଶ ଗୋପଙ୍କ ସଂସ୍ପର୍ଶରେ ଆସି ପରବର୍ତ୍ତୀ ସମୟରେ କାମ ଆରମ୍ଭ କରିଥିଲେ। ସେମାନେ ସମ୍ପୃକ୍ତ ଅଞ୍ଚଳରେ ବିଭିନ୍ନ ଆପରାଧିକ କାର୍ଯ୍ୟ କରି ଲୋକଙ୍କୁ ଭୟଭୀତ କରୁଥିଲେ। ଗିରଫ ୩ଜଣ ସୁପାରି କିଲର ସାଙ୍ଗକୁ ସାର୍ପ ସୁଟର ଭାବେ ପରିଚିତ ଥିଲେ। ସେମାନଙ୍କ ବିରୋଧରେ ହତ୍ୟା, ଲୁଟ୍‌, ଦାଦାବଟି ଆଦାୟ ଭଳି ଏକାଧିକ ମାମଲା ବିଭିନ୍ନ ଥାନାରେ ରହିଥିବା ବୁଧବାର ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଆଇଜି କବିତା ଜଲାନ, ଏସ୍‌ପି କେ ଶିବା ସୁବ୍ରମଣୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ନଭେମ୍ବର ୧୨ତାରିଖ ରାତିରେ ଭାଲୁଲତା ସାପ୍ତାହିକ ବଜାରରେ ଗିରଫ ୩ଜଣ ଏକାଠି ହୋଇ ଏକ ପେଟ୍ରୋଲ ପମ୍ପରେ ଡକାୟତି ଯୋଜନା ପ୍ରସ୍ତୁତ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା। ଏନେଇ ବିଶ୍ରା ଥାନାରେ ଏକ ମାମଲା (ନଂ.୧୦୪/୧୯) ରୁଜୁ ହୋଇଛି। ଗିରଫ ୩ ଜଣଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ ଚୈତ୍ର ଯାତ୍ରାରେ କଟକଣା: ମୁଣ୍ଡନ, କଲ୍ୟାଣମଣ୍ଡପ, ବସସେବା ବନ୍ଦ

ଛତ୍ରପୁର,୧୫।୩(ଡି.ଏନ୍‌.ଏ.): କରୋନା ପରିପ୍ରେକ୍ଷୀରେ ଗଞ୍ଜାମର ଆରାଧ୍ୟ ଦେବୀ ମା’ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ମୁଣ୍ଡନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।...

କନ୍ୟାଶ୍ରମରେ ନିର୍ଯାତନା ଅଭିଯୋଗର ତଦନ୍ତ ଆରମ୍ଭ:ଦୁଇ ସ୍କୁଲରେ ୧୩ ଛାତ୍ରୀଙ୍କ ହେଲା ନାମଲେଖା

ଅନୁଗୋଳ ଅଫିସ, ୭।୧ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଥିବା କ୍ଷୀରୋଦବାସିନୀ କନ୍ୟାଶ୍ରମରେ ଦୁଇ ଅନ୍ତେବାସୀ ଭଉଣୀଙ୍କୁ ନିର୍ଯାତନା ଦିଆଯିବା ଅଭିଯୋଗ ଘଟଣାର ତଦନ୍ତ ଆରମ୍ଭ...

ଓମିକ୍ରନ୍‌ ସଂକ୍ରମିତ ଦେଶରୁ ଆସିଲେ ହେବ ଆର୍‌ଟିପିସିଆର୍‌

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ଓମିକ୍ରନ୍‌ ସଂକ୍ରମିତ ଦେଶରୁ ଯେଉଁମାନେ ଆସିବେ ସେମାନଙ୍କ ଆର୍‌ଟିପିସିଆର ଟେଷ୍ଟ ହେବ। ଯେଉଁମାନେ ପଜିଟିଭ୍‌ ବାହାରିବେ ସେମାନଙ୍କର ଚିକିତ୍ସା କରାଯିବା ସହିତ କଣ୍ଟାକ୍ଟ ଟ୍ରେସିଂ...

ନିୟମିତ ବିଶୋଧନ କରାଯିବାକୁ କହିଲେ ଅଗ୍ନିଶମ ମହାନିର୍ଦ୍ଦେଶକ ଡ. ସତ୍ୟଜିତ୍‌ ମହାନ୍ତି

କଟକ ଅଫିସ,୨୦ା୭: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବ୍ୟାପକ ବିଶୋଧନ ଉପରେ ଗୁରୁତ୍ୱ ଦିଆଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିଶୋଧନ...

ଆଂଗ୍‌ଠି ନାଇଁ ଲେଖାପଢ଼ା କରମି କେନ୍‌ତା: ମୋର ଜୀବନ୍‌ଟା ମାଏଟ୍‌ କରିଦେଲା

ମନମୁଣ୍ଡା, ୧୬।୫ (ଡି.ଏନ.ଏ)-  ସବୁ ଛୁଆ ଛୋଟବେଲେ ଖାଇପିଇ ଖେଲକୁଦ କରସନ୍‌। ସ୍କୁଲରେ ପାଠ୍‌ପଢ଼ା ବାହାରେ ସାଂଗସରସାକର  ସଂଗେ ମିଶି ହସି ମଜାକ୍‌ରେ ସମିଆ ବିତାସନ୍‌।...

କେନାଲରେ ପାଣି: କ୍ଷେତରେ ପହଞ୍ଚୁନି

ପଟ୍ଟାମୁଣ୍ଡାଇ,୨୮ା୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଳିତ ଖରିଫ ଚାଷ ବିଳମ୍ବରେ ଆରମ୍ଭ ହୋଇଛି। ବର୍ଷା ନ ଥିବାରୁ ଚାଷୀ ନାନା ହଇରାଣର...

ଆଣ୍ଡାମାନରେ ନାଁ ରଖିଲେ ଓଡ଼ିଆ ପୁଅ ରାମପ୍ରସାଦ

ଭୁବନେଶ୍ୱର,୨।୪(ବ୍ୟୁରୋ): ଅଣ୍ଡାମାନରେ ଜଣେ ଓଡ଼ିଆ ପୁଅ ଏବେ ଚର୍ଚ୍ଚାରେ। ଜଣେ ସଫଳ ଉଦ୍ୟୋଗପତି ଭାବେ ପରିଚୟ ପାଇବା ସହ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ସେ...

ଯୁକ୍ତ୨ ପରୀକ୍ଷା ପରିଚାଳନା ନେଇ ଆଶଙ୍କା

ଭୁବନେଶ୍ୱର, ୨୬।୨(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ...

Advertisement
Archives

Model This Week