୩ ଜାତିକୁ ସମ୍ବିଧାନର ୨୪ ଧାରାରେ ସାମିଲ ମାମଲା:୪ ସପ୍ତାହ ଭିତରେ ପଦକ୍ଷେପ ନିଅ

କଟକ ଅଫିସ, ୬ା୧୧:ଭାରତୀୟ ସମ୍ବିଧାନର ଧାରା ୨୪ର ଅନୁସୂଚିତ ଜାତି ତାଲିକାରେ ଗିର୍‌ଗିରିଆ, ଗିର୍‌ଗିରା, ଗିଙ୍ଗିରା ଜାତି ସାମିଲ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରି ଏବଂ ବିଚାରପତି କେ.ଆର୍‌. ମହାପାତ୍ରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି ମଙ୍ଗଳବାର ଶେଷ କରିଛନ୍ତି। ୪ ସପ୍ତାହ ଭିତରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଆଇନଜୀବୀ ସୁଧାଂଶୁ ଶେଖର ବେହେରା ଏବଂ ଅନ୍ୟମାନେ ଧାରା ୨୪ ଅନୁସୂଚିତ ଜାତି ତାଲିକାରେ ଉପରୋକ୍ତ ୩ ଜାତିକୁ ସାମିଲ କରିବା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ଆବେଦନକାରୀ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିକଟରେ ସମାନ ଦାବି ଉପସ୍ଥାପନ କରିଥିଲେ। ବିଭାଗ ଆବେଦନକାରୀଙ୍କ ଦାବିକୁ ତର୍ଜମା କରି ଗତ ଜୁନ୍‌ ୨୪ତାରିଖରେ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗକୁ ଉକ୍ତ ୩ଜାତିକୁ ତଫସିଲଭୁକ୍ତ ଜାତି ବର୍ଗରେ ସାମିଲ କରିବାକୁ ସୁପାରିସ କରିଥିଲେ। ମାତ୍ର କେନ୍ଦ୍ର ସରକାର ଏ ନେଇ କୌଣସି ତତ୍ପରତା ପ୍ରକାଶ ନ କରିବାରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୂର୍ଯ୍ୟକାନ୍ତ ଦ୍ୱିବେଦୀ, ନିରଞ୍ଜନ ହୋତା ଏବଂ ସ୍ମୃତିଧର ପତି ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୃଷି କାର୍ଯ୍ୟରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ସୋନପୁର, ୫।୧୨(ନି.ପ୍ର.) ଭାରତର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାଏ। ଦେଶର ୮୦ ପ୍ରତିଶତ ମହିଳା କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟରେ ନିଜକୁ ନିୟୋଜିତ...

କୋଭିଡ୍‌ ଯୋଦ୍ଧାଙ୍କୁ ସାଧୁବାଦ

ବିଜେପୁର,୧୯ା୪(ଡି.ଏନ୍‌.ଏ.): କୋଭିଡ୍‌-୧୯କୁ ପ୍ରତିହତ କରିବାକୁ ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ଦିନରାତି କର୍ମ ସଂପାଦନ କରୁଛନ୍ତି। ତେଣୁ...

ଜି.ଉଦୟଗିରିରେ ଶୀତ ଲହର ଜାରି

ଜି.ଉଦୟଗିରି,୧୬ା୧୧(ଡି.ଏନ.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ସହରରେ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି। ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ସେଲସିୟସ ରହିଥିବା...

୪୫ ଗହଣା ଦୋକାନରେ ଚଢ଼ାଉ

ଭୁବନେଶ୍ୱର, ୩୦ା୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନ ବୈଧମାପ ବିଜ୍ଞାନ (ଓଜନ ଓ ମାପ) ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶମତେ ଚଳିତ...

ରାଜ୍ୟରେ ୧୩୦ କରୋନା ଆକ୍ରାନ୍ତ ଚିହ୍ନଟ: ଜଣେ ମୃତ

ଭୁବନେଶ୍ୱର,୨୩।୧(ବ୍ୟୁରୋ): ରାଜ୍ୟରେ ଶନିବାର ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୬ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୫୪ ଜଣ ଲୋକାଲ...

ଭାଇରାଲ ହେଉଛନ୍ତି ଜୟପୁରର କିଶୋର କୁମାର

ଜୟପୁର,୪ା୯ (ଡି.ଏନ୍‌.ଏ.):‘ଚଲ୍‌ତେ ଚଲ୍‌ତେ ମେରେ ୟେ ଗୀତ୍‌ ୟାଦ୍‌ ରଖନା, କଭି ଅଲ୍‌ବିଦା ନା କେହ୍‌ନା।’ ଜୟପୁର ସହରର ଏକ ନିର୍ଦ୍ଦିଷ୍ଟ ଅଟୋରେ ଆପଣ ଯାତ୍ରା...

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ନଷ୍ଟକଲେ ଫସଲ

ଦେବଗଡ଼, ୧୭ା୧୨ (ଡି.ଏନ.ଏ)-ମଙ୍ଗଳବାର ରାତ୍ରିରେ ୨୨ଟି ହାତୀ ବାରକୋଟ ଫରେଷ୍ଟ ରେଞ୍ଜ ଓ ବଳମ ଫରେଷ୍ଟ ସେକ୍ସନ ଅଞ୍ଚଳରେ ଉପଦ୍ରବ କରିଛନ୍ତି। ଏହି ସେକ୍ସନର ବଡଛାପଲ...

ଅସାବଧାନତାରୁ ଜୀବନ ହାନି

ଭୁବନେଶ୍ୱର,୭।୧୧ବ୍ୟୁରୋ):ରାଜ୍ୟରେ ଗମନାଗମନ କ୍ଷେତ୍ରରେ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ହେଲେ ସଡ଼କ ଦୁର୍ଘଟଣାରେ ରୋକ ଲଗାଯାଇ ପାରୁନାହିଁ। ପ୍ରତିବର୍ଷ ସଡ଼କ...

Advertisement
Archives

Model This Week