Posted inଜାତୀୟ

‘୩୭୦, ସିଏଏ ନିଷ୍ପତ୍ତି ଠିକ୍‌’

ବାରାଣସୀ,୧୭ା୨ (ପି.ଟି.): ସମ୍ବିଧାନର ଧାରା ୩୭୦ ଓ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ସମ୍ପର୍କରେ ପୁନର୍ବିଚାର କରାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପ୍ରକାଶ କରିଛନ୍ତି। ଏନେଇ ବିଭିନ୍ନ ଆଡ଼ୁ ଚାପ ବଢ଼ୁଥିଲେ ହେଁ ସରକାର ଦୃଢ଼ ଥିବା ସେ କହିଛନ୍ତି। ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଠିକ୍‌ ଓ ଏଥିରୁ ଓହରିବାର ନାହିଁ ବୋଲି ନିଜ ନିର୍ବାଚନମଣ୍ଡଳୀ ବାରାଣସୀରେ ମୋଦି ସ୍ପଷ୍ଟ କରିଛନ୍ତି। ଦୀର୍ଘବର୍ଷ ଧରି ଦେଶ ଏଭଳି ନିଷ୍ପତ୍ତିକୁ ଅପେକ୍ଷା କରି ରହିଥିଲା ବୋଲି ଜନସଭାକୁ ସମ୍ବୋଧନ କରି ସେ ପ୍ରକାଶ କରିଛନ୍ତି। ଦେଶ ହିତ ଲାଗି ଏଭଳି ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି।
ଅଗଷ୍ଟରେ ସମ୍ବିଧାନର ଧାରା ୩୭୦କୁ ହଟାଇ ଦିଆଯିବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ସ୍ବତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳ କରାଗଲା। ଏହା ପରେ ସିଏଏକୁ ସ୍ବୀକୃତି ମିଳିଲା। ବହୁ ଜଟିଳ ପରିସ୍ଥିତି ସତ୍ତ୍ୱେ ଦେଶ ହିତ ଲାଗି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାବାଦ୍‌ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ଟ୍ରଷ୍ଟ ଗଠନ କରାଯାଇଛି। ଏହି ଟ୍ରଷ୍ଟ ଯୁଦ୍ଧକାଳୀନ ଭାବେ କାର୍ଯ୍ୟାରମ୍ଭ କରିବ। ଟ୍ରଷ୍ଟକୁ ୬୭ ଏକର ଜମି ପ୍ରଦାନକରିବା ଲାଗି ସରକାର ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ପୂର୍ବରୁ ମୋଦି ରବିବାର ନିଜ ନିର୍ବାଚନମଣ୍ଡଳୀରେ ୧,୨୫୪ କୋଟି ଟଙ୍କାର ୫୦ଟି ପ୍ରକଳ୍ପ ଶିଳାନ୍ୟାସ କରିଥିଲେ। ଏଥିସହ ‘ଆଇଆର୍‌ସିଟିସି’ର ମହାକାଳ ଏକ୍ସପ୍ରେସକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଟ୍ରେନ ୩ ଜ୍ୟୋତିର୍ଲିଙ୍ଗକୁ ଯୋଡ଼ିବ। ଉତ୍ତରପ୍ରଦେଶର ବାରାଣସୀ, ମଧ୍ୟପ୍ରଦେଶର ଉଜ୍ଜୟିନୀ ଓ ଓକାରେଶ୍ୱରକୁ ଏକାଠି ବାନ୍ଧି ରଖିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ସ୍ମୃତିକେନ୍ଦ୍ର ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗକରିବା ସହ ଆର୍‌ଏସ୍‌ଏସ୍‌ର ଆଦର୍ଶଙ୍କ ୬୨ ଫୁଟର ଏକ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ଏଥିସହ ୪୩୦ ଶଯ୍ୟାବିଶିଷ୍ଟ ସୁପରସ୍ପେଶିଆଲିଟି ସରକାରୀ ହସ୍ପିଟାଲକୁ ମଧ୍ୟ ସେ ଉଦ୍‌ଘାଟନ କରିଥିଲେ। ଦମାମୀ ଗଙ୍ଗେ କାର୍ଯ୍ୟକ୍ରମର ସଫଳତାକୁ ସେ ପ୍ରଶଂସାକରିବା ସହ ପୁଣି ୨୧ ହଜାର କୋଟି ଟଙ୍କାର କାର୍ଯ୍ୟ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ବେହାଲ ବରଗଡ଼ ସହର, ତଳି ଅଞ୍ଚଳ ଜଳମଗ୍ନ

ବରଗଡ଼,୬।୭,(ପ୍ରେମାନନ୍ଦ ଖମାରୀ): ବିିକଶିତ ବରଗଡ଼ ଲକ୍ଷ୍ୟ ନେଇ ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହୋଇଛି। ସେଠାରେ ଡ୍ରେନ ନିର୍ମାଣ କରାଯାଇଛି। କେଉଁଠି ଡ୍ରେନ ନିର୍ମାଣ ସରିଛି ତ ଆଉ…

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଲୋକେ ବହୁତ ଭଲ।…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri