Posted inଜାତୀୟ

୩୭୦ ମୃତ୍ୟୁରେ କଶ୍ମୀରୀଙ୍କ ଆଶାର ଜନ୍ମ

ନୂଆଦିଲ୍ଲୀ,୯।୮(ଆଇଏଏନ୍‌ଏସ୍‌):ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଉପତ୍ୟକାରେ ଶ୍ମଶାନ ନୀରବତା ଛାଇଯାଇଥିବାବେଳେ ଏକ ଚାପା ଉତ୍ତେଜନା ଲାଗିରହିଛି। ଏହାସତ୍ତ୍ୱେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ବହୁ କଶ୍ମୀରୀଙ୍କ ପାଇଁ ନୂଆ ଆଶାକୁ ଜନ୍ମ ଦେଇଛି। କାରଣ ଏବେ କଶ୍ମୀରବାସୀଙ୍କୁ ନିଜକୁ କଶ୍ମୀରୀ ବୋଲି ପ୍ରମାଣିତ କରିବା ପାଇଁ କୌଣସି ପ୍ରମାଣପତ୍ର ଆବଶ୍ୟକ ହେବନାହିଁ। ସମ୍ବିଧାନର ଏହି ବିବାଦୀୟ ଅନୁଚ୍ଛେଦର ମୃତ୍ୟୁ ସେମାନଙ୍କୁ ବନ୍ଧନରୁ ମୁକ୍ତ କରିଛି, ଏକ ମୋହରକୁ ନେଇ ବଞ୍ଚତ୍ବା ବୋଝରୁ ମୁକ୍ତ କରିଛି ଏବଂ ସର୍ବୋପରି ନିଜ ପସନ୍ଦକୁ ନେଇ ଅଧିକାରର ସ୍ବାଧୀନତା ପ୍ରଦାନ କରିଛି। ଅନୁଚ୍ଛେଦ ୩୭୦ର ସର୍ତ୍ତ ଅନୁସାରେ ଏହି ବନ୍ଧନ କଶ୍ମୀରୀ ମହିଳାଙ୍କ ପାଇଁ ଏତେ କ୍ରୂର ଥିଲା ଯେ ସେମାନଙ୍କ ଜୀବନ ନିଷ୍ପତ୍ତି ସେମାନଙ୍କ ବାପା କିମ୍ବା ସ୍ବାମୀଙ୍କ ସହ ଯୋଡ଼ିହୋଇ ରହିଥିଲା। କଶ୍ମୀରୀ ମହିଳାଙ୍କ ପାଇଁ ସ୍ବାଧୀନତା ବୋଲି କିଛି ନ ଥିଲା। ଯଦି ବି ସେମାନେ ସ୍ବାଧୀନତା ଉପଭୋଗ କରିବାକୁ କିଛି ପଦକ୍ଷେପ ନେଉଥିଲେ, ସେମାନଙ୍କୁ ଅବିଶ୍ୱସନୀୟ ଭାବେ ତ୍ୟାଗ କରିବାକୁ ପଡ଼ୁଥିଲା।
ନିଜ ଜନ୍ମସ୍ଥାନର ଅଧିକାର ହରାଇବା ଏପରି ଏକ କ୍ଷତି ଯାହାର ଭରଣା କରାଯାଇ ପାରିବ ନାହିଁ। ଏହାର ଯନ୍ତ୍ରଣା ଏପରି ଯେ ଯାହାକୁ ଭାଷାରେ ବ୍ୟକ୍ତ କରିବା ଅସମ୍ଭବ। ୨୦୧୯ ଅଗଷ୍ଟ ୫ ପର୍ଯ୍ୟନ୍ତ କଶ୍ମୀରରେ ଏଭଳି ସ୍ଥିତି ରହିଥିଲା, ଯାହାକି ସମ୍ବିଧାନରୁ ଅନୁଚ୍ଛେଦ ୩୭୦ ହଟାଇବା ପରେ ସ୍ବତଃ ହଟିଯାଇଛି। ଜଣେ କଶ୍ମୀରୀ ମହିଳାଙ୍କ ରାଜ୍ୟ ସମ୍ପର୍କିତ ପ୍ରମାଣପତ୍ର ନିଜ ବ୍ୟକ୍ତିଗତ ଆଧାରରେ ନୁହେଁ, ବରଂ ପିତା କିମ୍ବା ସ୍ବାମୀଙ୍କୁ ନେଇ ପ୍ରସ୍ତୁତ କରାଯାଉଥିଲା। ବିବାହ ପରେ ତାଙ୍କ ପ୍ରମାଣପତ୍ରକୁ ନବୀକରଣ କରିବାକୁ ପଡ଼ୁଥିଲା। ଏହାସହ ସ୍ବାମୀଙ୍କ ଅଧାରରେ ତାଙ୍କୁ ନୂଆ ପ୍ରମାଣପତ୍ର ପ୍ରଦାନ କରାଯାଉଥିଲା। ସମ୍ପୃକ୍ତ ମହିଳା ଜଣେ ଅଣକଶ୍ମୀରୀଙ୍କୁ ବିବାହ କଲେ କଶ୍ମୀରର ନାଗରିକ ଭାବେ ତାଙ୍କୁ ମାନ୍ୟତା ହରାଇବାକୁ ପଡ଼ୁଥିଲା। ଏପରି କି ତାଙ୍କ ସନ୍ତାନସନ୍ତତିଙ୍କୁ ମଧ୍ୟ କଶ୍ମୀରୀ ବୋଲି ବିବେଚନା କରାଯାଉ ନ ଥିଲା କି ସେମାନେ ରାଜ୍ୟରେ କୌଣସି ଅଧିକାରର ହକ୍‌ଦାର ହୋଇପାରୁ ନ ଥିଲେ।
ବାରାମୁଲାର ସଫ୍ଟଓ୍ବେର ଇଞ୍ଜିନିୟର ନାହିଦାଙ୍କ କଥା ବିଚାର କରାଯାଉ। ସେ ଜଣେ କଶ୍ମୀରୀ ମୁସ୍‌ଲିମ୍‌ ମହିଳା, ଯିଏ ନିଜ ହୃଦୟର କଥା ଶୁଣି ଜଣେ ଅଣକଶ୍ମୀରୀ ମୁସଲମାନ ଯୁବକଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସେ ଜାଣିଥିଲେ ଯେ, ଅନୁଚ୍ଛେଦ ୩୭୦ର ସର୍ତ୍ତ ଅନୁସାରେ ତାଙ୍କୁ ଅନେକ କିଛି ହରାଇବାକୁ ପଡ଼ିବ। କଶ୍ମୀରରେ ତାଙ୍କ ବାପା ବିପୁଳ ସମ୍ପତ୍ତିର ଅଧିକାରୀ, ଯାହା ଉପରେ ତାଙ୍କ ସମ୍ପର୍କୀୟମାନଙ୍କ ନଜର ରହିଥିଲା। କିନ୍ତୁ ଏବେ ୩୭୦ ଯିବା ପରେ ତାଙ୍କ ପାଇଁ ନୂଆ ଆଶାର କିରଣ ସଞ୍ଚାରିତ ହୋଇଛି। ବର୍ତ୍ତମାନ ଉପତ୍ୟକାରେ ନିଜ ପରିବାର ସହ ଭବିଷ୍ୟତକୁ ନେଇ ସେ ବେଶ୍‌ ଆଶାବାଦୀ। ତାଙ୍କ ଦୁଇ ପିଲା ମଧ୍ୟ ଏବେ କଶ୍ମୀରୀ ବୋଲି ପରିଗଣିତ ହେବେ। ଯଦି ଅନୁଚ୍ଛେଦ ୩୭୦ କେବଳ କଶ୍ମୀରୀ ମହିଳାଙ୍କ ପାଇଁ ନୁହେଁ, ବରଂ କଶ୍ମୀରୀ ପଣ୍ଡିତଙ୍କ ଲାଗି ମଧ୍ୟ ପ୍ରମାଣପତ୍ର ହାସଲ ନିମନ୍ତେ ଅଡ଼ୁଆ ସୃଷ୍ଟି କରୁଥିଲା। ୧୯୯୦ ଦଶକର ପ୍ରାରମ୍ଭରେ ବହୁସଂଖ୍ୟକ କଶ୍ମୀରୀ ପଣ୍ଡିତ ସେମାନଙ୍କ ମୂଲ୍ୟବାନ ସମ୍ପତ୍ତିରୁ ବେଦଖଲ ହୋଇ ଦସ୍ତାବିଜ ହରାଇଥିଲେ। କାରଣ ସେମାନେ ଗଣପଳାୟନ କରିବାକୁ ବାଧ୍ୟ ହୋଇଥିଲେ। ସେମାନଙ୍କ ମୁଣ୍ଡ ଉପରେ ମଧ୍ୟ ନିଜକୁ କଶ୍ମୀରୀ ବୋଲି ପ୍ରମାଣିତ କରିବାର ବୋଝ ରହିଥିଲା। ସାର୍ଟିଫିକେଟ ନ ଥିବା ପଣ୍ଡିତମାନେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଅନେକ ଯୋଜନାର ସୁବିଧାରୁ ବଞ୍ଚତ୍ତ ହେଉଥିଲେ। ପ୍ରମାଣପତ୍ର ହାସଲ କରିବାର ପ୍ରକ୍ରିୟାକୁ ଉଦ୍ଦେଶ୍ୟମୂଳକ ଭାବେ ଅଧିକ ଜଟିଳ କରିଦିଆଯାଇଥିଲା ବୋଲି କଶ୍ମୀରୀ ପଣ୍ଡିତ କର୍ମୀ ସତୀଶ ମହଲଦାର ଅଭିଯୋଗ କରନ୍ତି। ସେହିପରି ଦିଲ୍ଲୀରେ ବ୍ୟବସାୟ କରୁଥିବା ସୁନୀତା ରୈନାଙ୍କୁ ମଧ୍ୟ ତାଙ୍କ ୧୮ ବର୍ଷୀୟ ପୁଅଙ୍କ ପାଇଁ ରାଜ୍ୟ ପ୍ରମାଣପତ୍ର ଲାଗି ଜମ୍ମୁରେ ମାସେ ରହିବାକୁ ପଡ଼ିଥିଲା। ତେବେ ସେ ଓ ତାଙ୍କ ସ୍ବାମୀ ନିଜକୁ କଶ୍ମୀରୀ ବୋଲି ଏଯାଏ ପ୍ରମାଣିତ କରିପାରିନାହାନ୍ତି। ଏହି ଜଟିଳ ସମସ୍ୟା ପାଇଁ ବହୁ କଶ୍ମୀରୀ ପଣ୍ଡିତ ପ୍ରଶାସନର ବୈମାତୃକ ମନୋଭାବକୁ ଦାୟୀ କରିଛନ୍ତି। ନିକଟରେ ମହଲଦାରଙ୍କ ନେତୃତ୍ୱରେ ଏହି ସମ୍ପ୍ରଦାୟର ଏକ ପ୍ରତିନିଧି ଦଳ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟି ଫେରାଦ ହୋଇ ସେମାନଙ୍କ ପରିଚୟ ସଙ୍କଟର ସମାଧାନ ପାଇଁ ଗୁହାରି କରିଥିଲେ। ୩୭୦ ହଟିବା ପରେ କେବଳ କଶ୍ମୀରୀ ପଣ୍ଡିତ ନୁହନ୍ତି, ମୁସଲମାନ ସମ୍ପ୍ରଦାୟର ମହିଳାମାନେ ମଧ୍ୟ ଖୁସି ମନାଉଛନ୍ତି। ଏକ ୭୨ ବର୍ଷ ପୁରୁଣା ଅଭିଶପ୍ତ ଆଇନର ମୃତ୍ୟୁ ସେମାନଙ୍କୁ ସରହଦ ଓ ବନ୍ଧନରୁ ମୁକ୍ତ କରିଛି। ଏଣିକି କୌଣସି କଶ୍ମୀରୀଙ୍କୁ ନିଜ ପରିଚୟ ପାଇଁ ପ୍ରମାଣପତ୍ର ଖୋଜିବାକୁ ପଡ଼ିବ ନାହିଁ। ଏହା ଏପରି ଏକ ମୃତ୍ୟୁ, ଯାହା ପାଇଁ ସାରା ଦେଶ ଉତ୍ସବ ପାଳନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?