Posted inଜାତୀୟ

୩୫ ବର୍ଷରେ ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକା: ଏବେ ବି ମିଳିନି ମୃତକଙ୍କୁ ନ୍ୟାୟ !

ଭୋପାଳ,୨।୧୨: ମଧ୍ୟପ୍ରଦେଶର ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକାକୁ ଇତିମଧ୍ୟରେ ୩୫ବର୍ଷ ପୂରିଛି। ଏବେ ମଧ୍ୟ ମୃତକଙ୍କୁ ମିଳିନି ନ୍ୟାୟ। ଦୋଷୀ ଆଇନ ହାତରୁ ସହଜରେ ଖସି ଯାଇଥିବା ଆଲୋଚନା ହେଉଛି । ୧୯୮୪ ଡିସେମ୍ବର ୨-୩ ତାରିଖ କାଳରାତିରେ ସ୍ଥାନୀୟ ପେଷ୍ଟିସାଇଡ୍‌ କାରଖାନା ୟୁନିୟନ୍‌ କାର୍ବାଇଡ୍‌ ଇଣ୍ଡିଆ ଲିମିଟେଡ୍‌ରୁ ଟାଙ୍କିରୁ ନିର୍ଗତ ହୋଇଥିଲା ବିଷାକ୍ତ ମିଥାଇଲ୍‌ ଆଇସୋସିଆନେଟ୍‌ ଗ୍ୟାସ୍‌। ଏହାର ପ୍ରଭାବରେ ୨ ହଜାର ୨ଶହ ୫୯ ଲୋକଙ୍କ ତତ୍‌କ୍ଷଣାତ୍‌ ମୃତ୍ୟୁ ଘଟିଥିଲା। ପରେ ମୃତ୍ୟୁ ସଂଖ୍ୟା ୩ ହଜାର ୭ ଶହ ୮୭ ଛୁଇଁଥିଲା ବୋଲି ରାଜ୍ୟ ସରକାର ରିପୋର୍ଟ ଦେଇଥିଲେ। ତେବେ ମୃତ୍ୟୁ ସଂଖ୍ୟା ୧୬ ହଜାରରୁ ଅଧିକ ବୋଲି ବେସରକାରୀ ସୂତ୍ରରୁ କୁହାଯାଇଥିଲା। ବିଷାକ୍ତ ଗ୍ୟାସ୍‌ର ପ୍ରଭାବରେ ୫ ଲକ୍ଷ ୫୮ ହଜାର ଶହେ ୨୫ ଜଣ ଲୋକ ଗୁରୁତର ଆହତ ହୋଇଥିବାବେଳେ ୩୮ ହଜାର ୪ ଶହ ୭୮ ଜଣ ଆଶିଂକ ଆହତ ହୋଇଥିଲେ ବୋଲି ରାଜ୍ୟ ସରକାର ୨୦୦୬ରେ ସତ୍ୟପାଠ ଦାଖଲ କରିଥିଲେ। ୩ ହଜାର ୯ ଶହ ଜଣ ଏହାଯୋଗୁ ଦିବ୍ୟାଙ୍ଗ ହୋଇଥିଲେ। ଦୁଇସପ୍ତାହ ମଧ୍ୟରେ ୮ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ପରବର୍ତ୍ତୀ ସମୟରେ ବିଷାକ୍ତ ଗ୍ୟାସ୍‌ ପ୍ରଭାବରେ ଅନ୍ୟ ୮ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ୧୯୬୯ରେ ଏଠାରେ ପେଷ୍ଟିସାଇଡ୍‌ କାରଖାନା ୟୁନିୟନ୍‌ କାର୍ବାଇଡ୍‌ ଇଣ୍ଡିଆ ଲିମିଟେଡ୍‌ ସ୍ଥାପିତ ହୋଇଥିଲା। ଗତ ୪୯ ବର୍ଷ ମଧ୍ୟରେ ବର୍ତ୍ତମାନ ସୁଦ୍ଧା କମ୍ପାନୀ ଏଠାକାର ଭୂତଳ ଜଳରେ ୧୦ ହଜାର ଟନ୍‌ ମିଶ୍ରିତ କରିସାରିଛି। ପ୍ରଥମେ ଏହାଯୋଗୁ ୧୫ଟି ବସ୍ତି ପ୍ରଭାବିତ ହୋଇଥିବାବେଳେ ପରେ ୩୦ ଏବଂ ଏବେ ୪୨ ବସ୍ତିର ମାଟି ତଳ ପାଲଟିଛି ଜହର। ଏବେ କମ୍ପାନୀର ବାହ୍ୟ ପରିସରରେ ଟନ୍‌ ଟନ୍‌ ବିଷାକ୍ତ ବର୍ଜ୍ୟବସ୍ତୁ ପଡ଼ି ରହିଛି। ଏହାକୁ ନେଇ ବିଭିନ୍ନ ସମୟରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କାରଖାନାର ସଞ୍ଚାଳକ ଓ୍ବାରେନ୍‌ ଆଣ୍ଡରସନ୍‌ ଭାରତ ଛାଡ଼ି ନିଜ ଦେଶ ଆମେରିକା ଚାଲିଯାଇଥିଲେ। ପୀଡ଼ିତ ତାଙ୍କୁ ଦଣ୍ଡ ଦେବାକୁ ଦାବି କରିଥିଲେ। ତେବେ ଭାରତ ସରକାର ଆଣ୍ଡରସନ୍‌ଙ୍କୁ ଭାରତ ଆଣି ପାରି ନ ଥିଲେ। ୨୦୧୪ ସେପ୍ଟେମ୍ବର ୨୯ରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କ ପୁଅ/ଝିଅଙ୍କୁ ଟିକେଟ୍‌ ନ ମିଳିବା ପାଇଁ ମୁଁ ଦାୟୀ: ମୋଦି

ନୂଆଦିଲ୍ଲୀ,୧୫।୩: ଭାଜପା ସଂସଦୀୟ ଦଳର ବୈଠକ ମଙ୍ଗଳବାର ଶେଷ ହୋଇଛି। ଏହି ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ୍ବେଦକର ଇଣ୍ଟରନ୍ୟାଶନାଲ୍‌ ସେଣ୍ଟରରେ ପହଞ୍ଚିଥିଲେ।...

ରକ୍ତଦାନ କଲେ ମାଗଣାରେ ମିଳିବ ଏକ କିଲୋ ଚିକେନ-ପନିର୍‌: ଡିସେମ୍ବର ୧୧ରୁ ପଞ୍ଜିକରଣ ଆରମ୍ଭ

ମୁମ୍ବାଇ,୯।୧୨: କଥାରେ ଅଛି ରକ୍ତ ଦାନ ମହାପୁଣ୍ୟ। ତେବେ ଲୋକଙ୍କୁ ଏହି ମହାନ କାର୍ଯ୍ୟ ପ୍ରତି ଆକର୍ଷିତ କରାଇବା ଲାଗି ମହାରାଷ୍ଟ୍ରର ମହିମ୍‌-ଓ୍ବର୍ଲି ଅଞ୍ଚଳରେ ଏଭଳି...

ଅଜବ ବିଶ୍ୱାସ: ବାଘ ଏମାନଙ୍କ ପାଇଁ ଭାଇ

ଭୋପାଳ: କାହ୍ନା ଅଭୟାରଣ୍ୟ ବାହାରେ ରହିଥିବା ବଇଗା ସମ୍ପ୍ରଦାୟ ଆଦିବାସୀଙ୍କର ବାଘ ଓ ମଣିଷ ଏକାଠି ରହିବାର ଏକ ଅଜବ ବିଶ୍ୱାସ ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ...

ଭାଜପା ନେତାଙ୍କ ବିବାଦୀୟ ବୟାନ: କରୋନା ସଂକ୍ରମିତ ହୋଇ ମମତାଙ୍କୁ କରିବେ ଆଲିଙ୍ଗନ

କୋଲକାତା,୨୮ ।୯: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ହେଲେ ଏବେଠାରୁ ସେଠାରେ ବିଭିନ୍ନ ରାଜନୈତିକ ଦଳ ସଜବାଜ ହେବା ଦେଖାଗଲାଣି...

ଆସନ ବଞ୍ଚାଇ ପାରିଲେ ନାହିଁ ଦୁଇ ଥର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୦।୩: ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପଟିଆଲା ଅର୍ବାନରେ ପରାସ୍ତ ହୋଇଛନ୍ତି। ଦୁଇ ଥର ମୁଖ୍ୟମନ୍ତ୍ରୀଙ୍କୁ ଆମ ଆଦମି ପାର୍ଟି (ଏଏପି) ପ୍ରାର୍ଥୀ ଅଜିତ...

ରାଜ୍ୟରେ ସୋମବାରରୁ ଖୋଲିବ ସମସ୍ତ ସ୍କୁଲ

ଲକ୍ଷ୍ନୌ,୧୨।୨: ଉତ୍ତରପ୍ରଦେଶରେ କରୋନା ପ୍ରକୋପ କମିବାରେ ଲାଗିିଛି। ତେଣୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣି ଥରେ ରାଜ୍ୟରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି...

କରୋନା ତୃତୀୟ ଲହର: ଦେଶରେ ପ୍ରଥମଥର ୨୪ ଘଣ୍ଟାରେ ୨ ଲକ୍ଷ ଅତିକ୍ରମ କଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୩ ।୧: କରୋନାର ତୃତୀୟ ଲହର ଦେଶରେ ତାଣ୍ଡବ ରଚୁଥିବା ସମୟରେ ପ୍ରଥମଥର ଲାଗି ଗତ ୨୪ ଘଣ୍ଟାରେ ଗୁରୁବାର ୧୨ଟା ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା...

ଶୁକ୍ରବାର ୟୁପି ଗସ୍ତ କରିବେ ମୋଦି

ଲକ୍ଷ୍ନୌ,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୩ ଅର୍ଥାତ୍‌ ଶୁକ୍ରବାର ଉତ୍ତରପ୍ରଦେଶ ଗସ୍ତ କରିବେ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ମୋଦି ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ...

Advertisement
Archives

Model This Week