୩୫ହଜାରଙ୍କୁ ଛଟେଇ କରିବ ଏଚ୍‌ଏସ୍‌ବିସି

ଲଣ୍ଡନ,୧୮।୬: ଇଂଲଣ୍ଡ ଭିତ୍ତିକ ଦି ହଂକଂ ଆଣ୍ଡ ସାଂଘାଇ ବ୍ୟାଙ୍କିଙ୍ଗ୍‌ କର୍ପୋରେଶନ (ଏଚ୍‌ଏସ୍‌ବିସି) ମଧ୍ୟବର୍ତ୍ତୀ କାଳୀନ ସମୟ ପାଇଁ ତା’ର ପ୍ରାୟ ୩୫ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଜଣାପଡିଛି। ବୁଧବାର ରଏଟର୍ସକୁ ବ୍ୟାଙ୍କ ଏ ନେଇ ସୂଚନା ଦେଇଛି। ସାରା ବିଶ୍ୱରେ ଏଚ୍‌ଏସ୍‌ବିସିର ମୋଟ ୨.୩୫ ଲକ୍ଷ କର୍ମଚାରୀ କାମ କରୁଥିବା ଏହାର ମୁଖପାତ୍ର ସୂଚନା ଦେଇଛନ୍ତି । କୋଭିଡ୍‌-୧୯ ସଂକ୍ରମଣ କାରଣରୁ ବ୍ୟାଙ୍କ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ବୋଲି ସିଇଓ ନୋଏଲ କ୍ୟୁନୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ନୂତନ ନିଯୁକ୍ତି ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ। ବ୍ୟାଙ୍କ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ସ୍ଥିତିରେ ସୁଧାର ଆଣିବା ଚ୍ୟାଲେଞ୍ଜିଂ ହୋଇଛି। ପ୍ରତିବର୍ଷ ବ୍ୟାଙ୍କରୁ ପ୍ରାୟ ୨୫ହଜାର କର୍ମଚାରୀଙ୍କ ନିଯୁକ୍ତି କାଟ କରିଥାଏ। ହେଲେ ଚଳିତ ବର୍ଷ ହ୍ରାସ ହେଉଥିବା ନିଯୁକ୍ତି ଆଉ ପୂରଣ କରାଯିବ ନାହିଁ ବୋଲି ସିଇଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରପ୍ତାନି କଟକଣା ସତ୍ତ୍ୱେ ଶୀଘ୍ର ଖସିବନି ପିଆଜ ଦର

ନୂଆଦିଲ୍ଲୀ,୩୦-୯ : ପିଆଜ ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ଜାରି କରିବା ଲାଗି ସରକାର ରବିବାର ରପ୍ତାନି ଉପରେ ନିଷେଦ୍ଧାଦେଶ ଜାରି କରିଥିଲେ ମଧ୍ୟ ପିଆଜ...

ଫେଲ୍‌ ମାରିଲା ଟ୍ରମ୍ପଙ୍କ ଜିଏସ୍‌ପି ପ୍ରତ୍ୟାହାର ନିଷ୍ପତ୍ତି;ଆମେରିକାକୁ ଭାରତରୁ ରପ୍ତାନି ବଢ଼ିଛି ୩୨%

ନୂଆଦିଲ୍ଲୀ,୧୩-୮: ଭାରତ ଠାରୁ ପ୍ରିଫରେନ୍ସିଆଲ ଟାରିଫ୍‌ ସିଷ୍ଟମ ଜିଏସ୍‌ପି ପ୍ରତ୍ୟାହାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଫେଲ୍‌ ମାରିଛି। ଜିଏସ୍‌ପି ହଟିବା ପରେ...

ନିବେଶକଙ୍କ ଲାଭ ୭.୬୮ ଲକ୍ଷ କୋଟି

ମୁମ୍ବାଇ,୧। ୫: ଗୁରୁବାର ଭାରତୀୟ ପୁଞ୍ଜିବଜାରର ସେନ୍‌ସେକ୍ସ ୯୯୭ ପଏଣ୍ଟ ବଢିଛି। ଗତ ୪ ଦିନ ଧରି ଶେୟାର ବଜାରରେ କାରବାର ଉନ୍ନତ ରହିବାରୁ ନିବେଶକଙ୍କ...

ସରକାରଙ୍କ ହସ୍ତକ୍ଷେପ ଫଳରେ ଖାଇବାତେଲ ଦର କମିଛି

ବେଙ୍ଗାଲୁରୁ,୨୬ା୧୨: ଚଳିତ ବର୍ଷ କୋଭିଡ୍‌ କଟକଣା ଯୋଗୁ ଉପତ୍ାଦନ ଓ ଆମଦାନୀରେ ଅନେକ ସମସ୍ୟା କାରଣରୁ ଖାଇବାତେଲର ଦର ଅନେକାଂଶରେ ବୃଦ୍ଧି ପାଇଥିଲା। ଫଳରେ ଖାଉଟି ସରକାରଙ୍କ...

ଜୁନ ୨୩ରେ ଫିଟ୍‌ଜୀର ଏକ୍ସଟ୍ରା ରେ ଏଜ୍‌ ପରୀକ୍ଷା

ଭୁବନେଶ୍ୱର,୨୬-୫: ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଫିଟ୍‌ଜୀ ପକ୍ଷରୁ ଏକ୍ସଟ୍ରା ରେ ଏଜ ପରୀକ୍ଷା ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଜୁନ ୨୩ରେ ଅନୁଷ୍ଠିତ ହେବ। ଦ୍ୱାଦଶ...

ମାନ୍ଦାବସ୍ଥା ବିରୋଧରେ ଅସ୍ତ୍ର ହେବ ଆର୍‌ବିଆଇ ପୁଞ୍ଜି

ମୁମ୍ବାଇ,୨୮-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସରକାରଙ୍କୁ ଲାଭାଂଶ ବାବଦରେ ୧.୭୬ ଲକ୍ଷ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। ଏହି ପୁଞ୍ଜି ମୋଦି ସରକାରଙ୍କ ଲାଗି...

ଜିଡିପି ୫.୮%କୁ ଖସିଲା

ନୂଆଦିଲ୍ଲୀ,୧-୬: ମୋଦି ସରକାର ଶପଥଗ୍ରହଣର ଦ୍ୱିତୀୟ ଦିନରେ ଅର୍ଥନୀତି ଦୃଷ୍ଟିରୁ ଖରାପ ଖବର ଆସିଛି। ଆର୍ଥିକ ବର୍ଷ ୨୦୧୮-୧୯ର ଚତୁର୍ଥ ତ୍ରୈମାସରେ ଦେଶର ଆର୍ଥିକ ବିକାଶ(ଜିଡ଼ିପି)...

ସୁପ୍ରିମକୋର୍ଟରେ ଟିକଟକ୍‌ ମାମଲାର ଶୁଣାଣି;ମାଡ୍ରାସ ହାଇକୋର୍ଟକୁ ୨୪ ସୁଦ୍ଧା ସମୟ, ନଚେତ ବ୍ୟାନ ହଟିବ

ନୂଆଦିଲ୍ଲୀ,୨୩-୪: ଭାରତ ସମେତ ବିଶ୍ୱର ବହୁ ଦେଶରେ ଅତ୍ୟନ୍ତ ଲୋକପ୍ରିୟ ସର୍ଟ ଭିଡ଼ିଓ ଆପ୍‌ ଟିକ୍‌ଟକ ଉପରେ ଲାଗିଥିବା ବ୍ୟାନ୍‌ ହଟିଯିବା ସମ୍ଭାବନା ରହିିଛି। ସୋମବାର...

Advertisement
Archives

Model This Week