Posted inଖେଳ

୩୪ ବର୍ଷୀୟ ଏହି କ୍ରିକେଟର କହିଲେ, ଆଗାମୀ ୧୦ ବର୍ଷ ଭିତରେ ଅବସର ନେବାର ନାହିଁ

କ୍ରିକେଟର ମନୋଜ ତିଓ୍ବାରୀ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ କ୍ରିକେଟ ଖେଳିବାକୁ ଚାହୁଁଛନ୍ତି। ନିକଟରେ ଏକ ସାକ୍ଷାତକାରରେ ୩୪ ବର୍ଷୀୟ ମନୋଜ କହିଛନ୍ତି ମୁଁ ନିକଟ ଭବିଷ୍ୟତରେ ଅବସର ନେବାକୁ ଚାହୁଁନାହିଁ। ମୋତେ ଏବେ ମାତ୍ର ୩୪ ବର୍ଷ। ଆଗାମୀ ୧୦ ପର୍ଯ୍ୟନ୍ତ ମୁଁ କ୍ରିକେଟ ଖେଳିବି ବୋଲି ସେ କହିଛନ୍ତି। ଭାରତ ପକ୍ଷରୁ ୧୨ଟି ଏକ ଦିବସୀୟ ଏବଂ ୩ଟି ଟି-୨୦ ମ୍ୟାଚ୍‌ ଖେଲିଥିବା ମନୋଜ ୪୪ ବର୍ଷ ଯାଏ କ୍ରିକେଟ ଖେଳ ଜାରି ରଖିବା ପାଇଁ ଚାହୁଁଛନ୍ତି। ଯଦି ଜାହିର ଖାନ୍‌ ୪୨ ବର୍ଷ ବୟସରେ ଟି୧୦ ଲିଗ୍‌ ଖେଲିପାରୁଛନ୍ତି ତେବେ ମୁଁ କାହିଁକି ଖେଳିପାରିବି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଁ ଜାଣିଛି ଏହା ସହଜ ହେବ ନାହିଁ କିନ୍ତୁ ମୁଁ ନିଜକୁ ଫିଟ୍‌ ରଖି ଖେଳିବାକୁ ଚେଷ୍ଟା କରିବି ବୋଲି ତିଓ୍ବାରୀ ମତ ଦେଇଛନ୍ତି। ମନୋଜ ଶେଷଥର ପାଇଁ ୨୦୧୫ରେ ଭାରତ ପକ୍ଷରୁ ଖେଳିଥିଲେ। ୨୦୦୮ରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ। ସେତେବେଳେ ନିଜ ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ହୃଦୟ ଜିତିଥିଲେ। ତାଙ୍କ ଭାରତର ଉଦୀୟମାନ ଖେଳାଳି ଆଖ୍ୟା ଦିଆଯାଇଥିଲା। କିନ୍ତୁ ଲଗାତାର ଆହତଜନିତ କାରଣରୁ ଦଳରରୁ ବାଦ୍‌ ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୟଙ୍କ ନୁହନ୍ତି, ରୋହିତଙ୍କ ସହ ଓପନିଂ କରିବେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୫।୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଜ୍ଜାଜନକ ପରାଜୟକୁ ଭୁଲି ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ। ଏହି ସିରିଜ ଲାଗି ନିୟମିତ...

ଅଶ୍ୱିନଙ୍କୁ ନ ଖେଳାଇବା ପାଗଳାମୀ

ଲଣ୍ଡନ,୨।୯: ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତ ଦଳରେ ସ୍ଥାନ ମିଳିନାହିଁ। ଟିମ୍‌ ମ୍ୟାନେଜମେଣ୍ଟର...

ଚକ୍ରବର୍ତ୍ତୀଙ୍କ ବିନା ଓହ୍ଲାଇଲା କେକେଆର

ମୁମ୍ବାଇ,୨୮।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୪୧ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ଦିଲ୍ଲୀ...

ଫେଡରରଙ୍କୁ ହରାଇଲେ ତିସିତ୍‌ସିପାସ୍‌

ଲଣ୍ଡନ୧୭ା୧୧ (ଏଏଫ୍‌ପି)-ଏଟିପି ଫାଇନାଲ୍ସରେ ପ୍ରଥମ ପଦାର୍ପଣରେ ଗ୍ରୀସ୍‌ର ଷ୍ଟିଫାନୋସ ତିସିତ୍‌ସିପାସ୍‌ ବଡ଼ ସଫଳତା ହାସଲ କରିଛନ୍ତି। ଶନିବାର ସେ ୬ଥର ଚାମ୍ପିୟନ ରୋଜର ଫେଡରରଙ୍କୁ ୬-୩,...

ଭିଭୋ ହାତରୁ ଖସିଲା ଆଇପିଏଲ ଟାଇଟଲ ସ୍ପନସରଶିପ୍‌

ନୂଆଦିଲ୍ଲୀ,୧୧।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଟାଇଟଲ ସ୍ପନସର ଦାୟିତ୍ୱରୁ ଓହରି ଯାଇଛି ଫୋନ ନିର୍ମାତା କମ୍ପାନୀ ଭିଭୋ। ପରବର୍ତ୍ତୀ ଦୁଇ ସିଜନ ଲାଗି ଏହି...

ଭାରତରେ ଆୟୋଜନ ହେବ ୨୦୨୩ ହକି ବିଶ୍ୱକପ୍‌

ଲାଓସେନ,୯।୧୧(ପି.ଟି.)- କ୍ରମାଗତ ଦ୍ୱିତୀୟଥର ପାଇଁ ଭାରତ ହକି ବିଶ୍ୱକପ୍‌ ଆୟୋଜନ କରିବା ନିଶ୍ଚିତ ହୋଇଛି। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ବିଶ୍ୱକପ୍‌ର ଆଗାମୀ ୨୦୨୩ ସଂସ୍କରଣକୁ...

ଦକ୍ଷିଣ ଆଫ୍ରିକା ଗସ୍ତ ଉପରୁ ହଟିଲା କଳାବାଦଲ

କୋଲକାତା, ୪ା୧୨: ଦକ୍ଷିଣ ଆଫ୍ରିକାରେ କୋଭିଡ୍‌ର ନୂଆ ଭାରିଆଣ୍ଟ ସତ୍ତ୍ୱେ ଭାରତୀୟ ଦଳ ଏହି ଦେଶକୁ ଖେଳିବା ପାଇଁ ଗସ୍ତ କରିବ। ତେବେ ଉଭୟ ଦେଶର...

ୟୁଏସ୍‌ ଓପନ୍‌: ଜୋକୋଭିଚ୍‌, ଓସାକଙ୍କୁ ଟପ୍‌ ସିଡ୍‌

ନ୍ୟୁୟର୍କ, ୨୨।୮ (ଏଏଫ୍‌ପି)- ଚଳିତ ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। ଏହି...

Advertisement
Archives

Model This Week