୩୪ ବର୍ଷରେ କ୍ରିକେଟର ଜାହିର ଖାଁଙ୍କ ସ୍ତ୍ରୀ ସାଗରିକା: ରଶ୍‌ ଫିଲ୍ମର କିସିଂ ସିନ୍‌ ଯୋଗୁ ରାତାରାତି ପାଲଟିଥିଲେ ଷ୍ଟାର…

ମୁମ୍ବାଇ,୮।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ତଥା କ୍ରିକେଟର ଜାହିର ଖାଁଙ୍କ ସ୍ତ୍ରୀ ସାଗରିକା ଘାଟଗେ ବୁଧବାର ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୬ ଜାନୁୟାରୀ ୮ରେ କୋହ୍ଲାପୁରଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ସେ ଅନେକ ଫିଲ୍ମରେ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି। ତେବେ ଫିଲ୍ମ ରଶ୍‌ରେ ଲଭର ବୟ ଅଭିନେତା ଇମ୍ରାନ୍‌ ହାସିମ୍‌ଙ୍କ ସହିତ ଦୀର୍ଘ ସମୟର କିସିଂ ସିନ୍‌ ସାଗରିକାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା। ସେ ଶାହରୁଖ୍‌ ଖାଁଙ୍କ ସହିତ ଚକ୍‌ ଦେ ଇଣ୍ଡିଆରେ ମଧ୍ୟ ଅଭିନୟ କରିଥିଲେ। କ୍ରିକେଟର ଜାହିର ଖାଁଙ୍କ ସହିତ ସେ ଦେଢ଼ବର୍ଷ ଡେଟିଂ କରିବା ପରେ ୨୦୧୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସାଗରିକା ଜଣେ ଭଲ ହକି ଖେଳାଳି ଭାବେ ବେଶ୍‌ ଜଣାଶୁଣା। ତେବେ ବିବାହ ପରେ ସେ ଫିଲ୍ମ ଦୁନିଆଠାରୁ ଦୂରେଇ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନରେ ଅଙ୍କିତାଙ୍କର ହେଲା ନିର୍ବନ୍ଧ !

ମୁମ୍ବାଇ: ଫିଲ୍ମ ‘ମଣିକର୍ଣ୍ଣିକା’ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିବା ଟେଲିଭିଜନର ଫେମଶ ଆକ୍ଟ୍ରେସ୍‌ ଅଙ୍କିତା ଲୋଖଣ୍ଡେ ଏବେ ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ଆସିଥିବା ଟାଇଗର ଶ୍ରଫ,...

ଆନ୍ତଃ ସ୍କୁଲ ଫୁଟବଲ: ବିଜେଇଏମ୍‌ ବିଜୟୀ

ଭୁବନେଶ୍ୱର, ୭।୮(କ୍ରୀଡ଼ା ପ୍ରତିନିଧି): ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୬ ନମ୍ବର ହାଇସ୍କୁଲ ପଡ଼ିଆରେ ଚାଲିଥିବା ୟୁନିଲାଇଟ କପ୍‌ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟରେ ବୁଧବାର ଗୋଟିଏ...

ବିଜୁ ପଟ୍ଟନାୟକ ଗୋଲ୍ଡ କପ୍‌: ଫୁଟବଲ ଫୁଲବାଣୀ ସ୍ପୋଟର୍‌ସ ହଷ୍ଟେଲ ଚାମ୍ପିୟନ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ବିଜୁ ପଟ୍ଟନାୟକ ଗୋଲ୍ଡ କପ୍‌ ଫୁଟବଲରେ ଫୁଲବାଣୀ ସ୍ପୋଟର୍‌ସ ହଷ୍ଟେଲ ଚାମ୍ପିୟନ ହୋଇଛି। ୟୁନିଟ-୬...

ଅଶ୍ୱିନଙ୍କୁ ଛାଡ଼ିବ କିଙ୍ଗ୍ସ ଏକାଦଶ

ନୂଆଦିଲ୍ଲୀ,୪।୯(ପିଟି): ଆଇପିଏଲର ଆଗାମୀ ସଂସ୍କରଣରେ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ (କେଏକ୍ସଆଇପି) ଛାଡ଼ିବା ନେଇ ସ୍ପଷ୍ଟ କରିଛି। ସେ ଗତ ଦୁଇ...

ଶ୍ୱଶୁରଙ୍କ ମୃତ୍ୟୁ ପରେ କାଜଲଙ୍କ ମାଆ ହସ୍ପିଟାଲରେ ଭର୍ତ୍ତି

ଅଜୟ ଦେବଗନ ଏବଂ କାଜଲଙ୍କ ପରିବାରରେ ଖରାପ ସମୟ ପଡ଼ିଛି। ଶ୍ୱଶୁର ବୀରୁ ଦେବଗନଙ୍କ ମୃତ୍ୟୁକୁ ୩ ଦିନ ନ ପୂରୁଣୁ କାଜଲଙ୍କ ମାଆ ଏବେ...

କୋଭିଡ-୧୯:ବର୍ଲିନ ଫର୍ମୁଲା ଇ ଗ୍ରାଁ ପ୍ରି ଘୁଞ୍ଚିଲା

ପ୍ୟାରିସ,୧୭।୪(ଏଏଫ୍‌ପି): କୋଭିଡ-୧୯ ମହମାରୀ କାରଣରୁ ବର୍ଲିନ ଫର୍ମୁଲା ଇ ଗ୍ରାଁ ପ୍ରିକୁ ସ୍ଥଗିତ ରଖାଯାଇଛି। ଏହା ଜୁନ୍‌ ୨୧ ତାରିଖରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା।...

ଚା’ କପ୍‌, ଟିକେ ବର୍ଷା, ବାତ୍ୟା ଅପେକ୍ଷାରେ ଟ୍ବିଙ୍କଲ

ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ନିସର୍ଗ’ ମହାରାଷ୍ଟ୍ରର ରାୟଗଡ଼ ଜିଲା ହରିହରେଶ୍ୱର-ଡାମନ ମଝି ଆଲିବାଗରେ ଲ୍ୟାଣ୍ଡଫଲ କରୁଛି। ଆଜି ମଧ୍ୟାହ୍ନରେ ଏହା ଲ୍ୟାଣ୍ଡଫଲ କରୁଛି।...

ପଞ୍ଜାବରେ ଆଉ ୨ ସପ୍ତାହ ବଢ଼ିଲା ଲକ୍‌ଡାଉନ

ଚଣ୍ଡିଗଡ଼,୨୯।୪: କରୋନା ଭାଇରସ୍‌ ମହାମାରୀ ପ୍ରକୋପ ଜାରି ରହିଥିବାରୁ ପଞ୍ଜାବ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର କର୍ଫ୍ୟୁ ଓ...


Coronavirus Update

Archives

Model This Week

Why Dharitri