୩୪୨୭ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ବନ୍ଦ

ନୂଆଦିଲ୍ଲୀ,୪-୧୧: ଗତ ୫ ବର୍ଷରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୩୪୨୭ ବ୍ୟାଙ୍କ ଶାଖା ବନ୍ଦ କରିଥିବା ଜଣାପଡିଛି। ସୂଚନା ଅଧିକାର କର୍ମୀ ଚନ୍ଦ୍ର ଶେଖର ଗୌଡ ରିଜର୍ଭ ବ୍ୟାଙ୍କକୁ ଏ ନେଇ ମାଗିଥିବା ଏକ ସୂଚନାରୁ ଏହା ସାମ୍ନାକୁ ଆସିଛି। ମିଶ୍ରଣ କିମ୍ବା ବନ୍ଦ ପ୍ରକ୍ରିୟା ମୁତାବକ ଏହି ଶାଖାଗୁଡିକ ବନ୍ଦ କରାଯାଇଛି। ବନ୍ଦ ହୋଇଥିବା ମୋଟ ଶାଖା ମଧ୍ୟରୁ ପ୍ରାୟ ୭୫% ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ଶାଖା ରହିଥିବା ସୂଚନା ରହିଛି। ଏସ୍‌ବିଆଇ ସହ ଏହାର ୫ ସହଯୋଗୀ ବ୍ୟାଙ୍କ ଏବଂ ମହିଳା ବ୍ୟାଙ୍କର ମିଶ୍ରଣ ପରେ ଅନେକ ଶାଖା ବନ୍ଦ କରାଯାଇଥିଲା। ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ଦ୍ୱାରା ୪ ବଡ ବ୍ୟାଙ୍କଗଠନ ଦିଗରେ ଏବେ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏଭଳି ସମୟରେ ବ୍ୟାଙ୍କ ବନ୍ଦ ନେଇ ସୂଚନା ଲୋକ ଲୋକଚନକୁ ଆସିଛି।
ରିଜର୍ଭ ବ୍ୟାଙ୍କ ସୂଚନା ମୁତାବକ ଦେଶର ୨୬ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୨୦୧୪-୧୫ରେ ୯୦ ଶାଖା ବନ୍ଦ କରିଥିଲେ। ସେହିଭଳି ୨୦୧୫-୧୬ ୧୨୬ ଶାଖା, ୨୦୧୬-୧୭ ୨୫୩ ଶାଖା, ୨୦୧୭-୧୮ରେ ୨୦୮୩ ଶାଖା ଏବଂ ୨୦୧୮-୧୯ରେ ୮୭୫ ଶାଖା ବନ୍ଦ କିମ୍ବା ଅନ୍ୟ ଶାଖା ସହ ମିଶ୍ରଣ କରି ଦିଆଯାଇଛି। ଏହି ପ୍ରକ୍ରିୟାରେ ଏସ୍‌ବିଆଇର ସର୍ବାଧିକ ୨,୫୬୮ଶାଖା ପ୍ରଭାବିତ ହୋଇଛି। ଏହି ଶାଖାଗୁଡିକର ବନ୍ଦ ନେଇ ସ୍ପଷ୍ଟ କରିବାକୁ ଉତ୍ତର ଲୋଡାଯାଇଥିଲେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ଦେଇ ନ ଥିବା ଜଣା ପଡିଛି।

ମିଶ୍ରଣ ହୋଇଥିବା ବିଭିନ୍ନ ବ୍ୟାଙ୍କ
ରିଜର୍ଭ ବ୍ୟାଙ୍କ ସୂଚନା ମୁତାବକ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହ ଭାରତୀୟ ମହିଳା ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍‌ ବିକାନେର ଏବଂ ଜୟପୁର, ଷ୍ଟେଟ ବ୍ୟାଙ୍କ ଅଫ୍‌ ହାଇଦ୍ରାବାଦ, ଷ୍ଟେଟ ବ୍ୟାଙ୍କ ଅଫ୍‌ ମହୀଶୂର, ଷ୍ଟେଟ ବ୍ୟାଙ୍କ ଅଫ ପଟିଆଲା, ଷ୍ଟେଟ ବ୍ୟାଙ୍କ ଅଫ୍‌ ଟ୍ରାଭାଙ୍କୋରର ମିଶ୍ରଣ ୨୦୧୭ ଏପ୍ରିଲଠାରୁ କାର୍ଯ୍ୟକାରୀ ହୋଇଥିଲା। ଏହାବାଦ ବ୍ୟାଙ୍କ ଅଫ୍‌ ବରୋଦା ସହ ବିଜୟା ଏବଂ ଦେନା ବ୍ୟାଙ୍କର ମିଶ୍ରଣ ୨୦୧୯ ଏପ୍ରିଲ ପହିଲାରୁ ହୋଇଛି।
ପ୍ରଭାବିତ ହେବ ଆଉ ୭ ହଜାର ଶାଖା
ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ଦେଶର ବ୍ୟାଙ୍କ କର୍ମଚାରୀ ସଂଘଗୁଡିକ ପକ୍ଷରୁ ବିରୋଧ କରାଯାଉଛି। ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇ ଆସୋସିଏଶନ (ଏଆଇବିଇଏ) ମହାସଚିବ ସିଏଚ୍‌ ଭେଙ୍କଟଚଳମ କହିଛନ୍ତି ଯେ, ଦେଶର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ସରକାର ୪ ବଡ ବ୍ୟାଙ୍କ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ଦ୍ୱାରା ପ୍ରାୟ ୭ ହଜାର ଶାଖା ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି। ଏହା ମଧ୍ୟରେ ସହର ଏବଂ ମହାନଗରର ଅଧିକାଂଶ ଶାଖା ସାମିଲ ରହିଥିବା ସେ କହିଛନ୍ତି।
ବ୍ୟାଙ୍କ ମିଶ୍ରଣ ସମୟର ଆବଶ୍ୟକତା
ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ସମୟର ଆବଶ୍ୟକତା ବୋଲି ଅର୍ଥନୀତିଜ୍ଞ ଜୟନ୍ତି ଲାଲ ଭଣ୍ଡାରୀ କହିଛନ୍ତି। ଛୋଟ ଛୋଟ ବ୍ୟାଙ୍କଗୁଡିକୁ ବଡ ବ୍ୟାଙ୍କ ସହ ମିଶ୍ରଣ ଦ୍ୱାରା ଆଗାମୀ ଦିନରେ ରାଜକୋଷକୁ ଫାଇଦା ହେବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଦୃଢ ବିତ୍ତିୟ ସ୍ଥିତି ଯୋଗୁ ଋଣ ଯୋଗାଣ ଉନ୍ନତ କରି ପାରିବେ। ଏହା ଦେଶର ବିକାଶରେ ସହାୟକ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜିୟୁର ନବାଗତ ଏମ୍‌ବିଏ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୮।୭: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ପକ୍ଷରୁ ଶୁକ୍ରବାର ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଉକ୍ତ...

୮.୬୫%କୁ ବୃଦ୍ଧି ପାଇଲା ଇପିଏଫ୍‌ ସୁଧ ହାର, ୬ କୋଟି ପିଏଫ୍‌ ଆକାଉଣ୍ଟଧାରୀଙ୍କୁ ଫାଇଦା

ନୂଆଦିଲ୍ଲୀ,୨୪-୯: ଦୀର୍ଘ ୭ ମାସ ଧରି ଅପେକ୍ଷା କରିବା ପରେ କେନ୍ଦ୍ର ସରକାର ଶେଷରେ ମଙ୍ଗଳବାର ଆର୍ଥିକ ବର୍ଷ ୨୦୧୮-୧୯ ଲାଗି ଇପିଏଫ୍‌ ସୁଧ ହାର...

ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ଏଲ୍‌ଆଇସି ଲିଷ୍ଟିଂ

ନୂଆଦିଲ୍ଲୀ,୧୨।୮: ରାଷ୍ଟ୍ରାୟତ୍ତ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)କୁ ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ପୁଞ୍ଜିବଜାରରେ ଲିଷ୍ଟିଂ ବା ସୂଚୀଭୁକ୍ତ କରାଇବା ଲାଗି ସରକାର ଯୋଜନା...

ଧନତେରସରେ ବିକ୍ରି ୪୦% କମିଲା

ନୂଆଦିଲ୍ଲୀ,ଭୁବନେଶ୍ୱର (ବ୍ୟୁରୋ)୨୬-୧୦: ଚଳିତ ବର୍ଷ ଧନତେରସ ଶୁକ୍ରବାର ପଡିଥିବା ବେଳେ ସୁନା ଏବଂ ରୁପା ଗହଣା ବିକ୍ରି ପ୍ରଭାବିତ ହୋଇଛି। ଧନତେରସରେ ସୁନା କିଣିଲେ ଶୁଭ...

ହିରୋର ଇଭି ସ୍କୁଟର ଉନ୍ମୋଚିତ

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟକର୍ପର ବହୁ ପ୍ରତୀକ୍ଷିତ ଇଲେକ୍ଟ୍ରି ଭେଇକିଲ (ଇଭି) ଯାନର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଘରୁ କାମ କରିବେ ଫୋର୍ଡର ୧୦ ହଜାର କର୍ମଚାରୀ

ମୁମ୍ବାଇ,୧୮-୩: କରୋନା ଯୋଗୁ ଅଟୋମୋବାଇଲ ଶିଳ୍ପରେ ପ୍ରତିଷେଧମୂଳକ ବ୍ୟବସ୍ଥା ଆରମ୍ଭ ହୋଇଛି। ଆମେରିକା ଭିତ୍ତିକ ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଫୋର୍ଡ ଏହାର ୧୦ ହଜାର କର୍ମଚାରୀଙ୍କୁ...

ସାଇ ଇଣ୍ଟରନ୍ୟାଶନାଲ ହୋଟେଲ ଉଦ୍‌ଘାଟିତ

ପାରଳାଖେମୁଣ୍ଡି,୨୧ା୩(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରବିବାର ସାଇ ଇଣ୍ଟରନ୍ୟାଶନାଲ ହୋଟେଲ ଉଦ୍‌ଘାଟିତ ହୋଇଯାଇଛି। ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ...

ଅନ୍‌ଲାଇନରେ ସୁନା କ୍ରୟ ଟ୍ରେଣ୍ଡ

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ସୁନା କ୍ରୟ କରିବାକୁ ଚାହୁଁଛନ୍ତି ଏବଂ ପାଖରେ ବେଶି ଟଙ୍କା ନାହିଁ ତେବେ ୧୦୦ ଟଙ୍କାରୁ ସୁନାରେ ନିବେଶ ଆରମ୍ଭ କରିପାରିବେ। ଟାଟାର...

Advertisement
Archives

Model This Week