୩୧ରୁ ଆରମ୍ଭ ହୋଇପାରେ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୪-୧: ଚଳିତ ମାସ ୩୧ରେ ବଜେଟ ଅଧିବେଶନ ଆରମ୍ଭ କରିବା ନେଇ ସରକାର ବିଚାର କରୁଛନ୍ତି। ସେହିଭଳି ସାଧାରଣ ବଜେଟ ଫେବୃୟାରୀ ପହିଲାରେ ଉପସ୍ଥାପନ ହୋଇପାରେ। ବଜେଟ ଅଧିବେଶନ ନେଇ ଚୂଡାନ୍ତ ତାରିଖର ବିଜ୍ଞପ୍ତି ଏ ଯାଏ ପ୍ରକାଶ ପାଇନାହିଁ। ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି(ସିସିପିଏ) ଏ ନେଇ ତାରିଖ ପ୍ରସ୍ତାବ ଦେବା ପରେ ବିଜ୍ଞପ୍ତି ଆସିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସିସିପିଏ ବୈଠକ ଶୀଘ୍ର ବସିବା ସହ ଏ ସଂକ୍ରାନ୍ତରେ ପ୍ରସ୍ତାବ ଦେବ। ବଜେଟ ଅଧିବେଶନର ଆରମ୍ଭ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ସଦନର ମିଳିତ ଅଧିବେଶନକୁ ଅଭିଭାଷଣ ଦେବେ। ସମାନ ଦିନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇବ। ବଜେଟ ଅଧିବେଶନ ଏପ୍ରିଲ ଯାଏ ଚାଲିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ସରକାରୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ତ୍ରୈମାସ ଜିଡ଼ିପି ୪.୭%କୁ ଖସିଲା

  ନୂଆଦିଲ୍ଲୀ,୨୯-୨: ଚଳିତ ଆର୍ଥତ୍କ ବର୍ଷ ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୪.୭%କୁ ହ୍ରାସ ଘଟିଛି। ଏହା ୭ ବର୍ଷର ସର୍ବନିମ୍ନ ସ୍ତର ବୋଲି...

ନିବେଶକଙ୍କ କ୍ଷତି ୨.୩୩ ଲକ୍ଷ କୋଟି

ମୁମ୍ବାଇ: ଶୁକ୍ରବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(...

ବିମାନ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୦।୯: ସରକାର ବିମାନ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି ପ୍ରଦାନ କରିବା ସହ ଯାତ୍ରୀ ପରିବହନ କ୍ଷମତା ୭୨.୫%ରୁ ୮୫%କୁ ବୃଦ୍ଧି କରିଛନ୍ତି। ଏହା ସହ ବିମାନ ଭଡ଼ା...

୭୬.୨୨ ସ୍ତରରେ ଟଙ୍କା

ମୁମ୍ବାଇ,୨୪-୩: କରୋନା ପ୍ରଭାବରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବକାଳୀନ ନିମ୍ନ ସ୍ତରକୁ ଖସିଯାଇଛି। ଏହି ସମୟରେ ଟଙ୍କା ୧୦୨ ପଇସା ଖସିବା ଫଳରେ ଏହାର...

୮ ମାସରେ ସୁଧୁରିପାରେ ଏମ୍‌ଏସ୍‌ଏମ୍‌ଇ ସ୍ଥିତି

ନୂଆଦିଲ୍ଲୀ,୧୨।୮: କୋଭିଡ୍‌ ଯୋଗୁ ବର୍ତ୍ତମାନ ଦେଶର ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। କ୍ଷୁଦ୍ରଶିଳ୍ପର ସ୍ଥିତିରେ ସୁଧାର ଆସିବା ଲାଗି ଅନ୍ତତଃ...

୭ ଲକ୍ଷ କୋଟି ଟଙ୍କା ବଢିଲା ଆଲଫାବେଟର ବଜାର ପୁଞ୍ଜୀକରଣ

ନୂଆଦିଲ୍ଲୀ,୧୯-୧: ଗୁଗଲର ମୂଳ କମ୍ପାନୀ ଆଲ୍‌ଫାବେଟର ବଜାର ପୁଞ୍ଜୀକରଣ ପ୍ରଥମଥର ଲାଗି ୧ ଟ୍ରିଲିୟନ ଡଲାର(୭୧ ଲକ୍ଷ କୋଟି ଟଙ୍କା) ଟପିଛି। ପ୍ରବାସୀ ଭାରତୀୟ ସୁନ୍ଦର...

ଚଳିତ ସପ୍ତାହରେ ହୋଇପାରେ ଏଜିଆର୍‌ ଶୁଣାଣି

ନୂଆଦିଲ୍ଲୀ,୩୧।୮: ଚଳିତ ସପ୍ତାହରେ ଟେଲିକମ୍‌ କମ୍ପାନୀଗୁଡିକର ଆଡ୍‌ଜଷ୍ଟେଡ ଗ୍ରସ ରେଭେନ୍ୟୁ(ଏଜିଆର୍‌) ମାମଲାର ଶୁଣାଣି ହୋଇପାରେ ବୋଲି ଆଶା କରାଯାଉଛି। ଏହି ମାମଲା ଭୋଡାଫୋନ-ଆଇଡିଆ କମ୍ପାନୀର ଭାଗ୍ୟ...

ଏୟାର ଇଣ୍ଡିଆକୁ ପାଇଲଟଙ୍କ ଚେତାବନୀ;ବକେୟା ଦିଅ ନଚେତ୍‌ ଏନ୍‌ସିଏଲ୍‌ଟିକୁ ଯିବୁ

ନୂଆଦିଲ୍ଲୀ,୩୦-୬: ଋଣରେ ବୁଡ଼ି ରହିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ପୁନର୍ବାର ବିକ୍ରି କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଆସନ୍ତା...

Advertisement


Archives

Model This Week