୩୦ ବିଲିୟନ ଡଲାର ବଢ଼ିଲା ଜୁକରବର୍ଗଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୫।୫: ଗତ କିଛିଦିନ ତଳେ ଫେସ୍‌ବୁକ୍‌ର ମାର୍କ ଜୁକରବର୍ଗ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟ୍‌ଫର୍ମରେ ୪୪ ହଜାର କୋଟି ଟଙ୍କା ନିବେଶ ଦ୍ୱାରା ସେ ୧୦% ଅଂଶଧନ ହାସଲ କରିଛନ୍ତି। ବ୍ଲୁମ୍‌ବର୍ଗର ଏକ ରିପୋର୍ଟ ମୁତାବକ ଗତ ୨ ମାସରେ ଜୁକରବର୍ଗଙ୍କ ସମ୍ପତ୍ତି ଗତ ୨ ମାସରେ ୩୦ ବିଲିୟନ ଡଲାର ବଢିଛି। ଫଳରେ ତାଙ୍କ ସମ୍ପତ୍ତି ପ୍ରାୟ ୮୭.୫ ବିଲିୟନ ଡଲାର ଛୁଇଁଛି। ମାର୍ଚ୍ଚ ମଧ୍ୟଭାଗରେ ତାଙ୍କ ସମ୍ପତ୍ତି ୫୭.୫ ବିଲିୟନ ଡଲାର ରହିଥିଲା। ଏଭଳି ସମ୍ପତ୍ତି ବଢ଼ିବା ଯୋଗୁ ସଦ୍ୟତମ ର଼୍ୟାଙ୍କିଙ୍ଗ୍‌ ମୁତାବକ ସେ ବିଶ୍ୱର ୩ ନମ୍ବର ସବୁଠାରୁ ଅଧିକ ଧନଶାଳୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି। ଓ୍ବର୍କସାୟାର ହାଥାଓ୍ବେର ଚେୟାରମ୍ୟାନ ଓ୍ବାରେନ ବଫେଟଙ୍କୁ ସେ ବର୍ତ୍ତମାନ ପଛରେ ପକାଇ ଦେଇଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ଫେସ୍‌ବୁକ୍‌ ବର୍ତ୍ତମାନ ନିଜର ଅନ୍‌ଲାଇନ ଶପିଂ ଫିଚର ଶପ୍‌ସର ଶୁଭାରମ୍ଭ କରିଛି। ଏହା ଯୋଗୁ କମ୍ପାନୀର ଶେୟାର ଉଚ୍ଚ ସ୍ତରରେ ପହଞ୍ଚିଛି। ଫେସ୍‌ବୁକର ଗୋଟିଏ ଶେୟାର ମୂଲ୍ୟ ୨୩୦ ଡଲାରରେ ପହଞ୍ଚିଛି। ବର୍ତ୍ତମାନ ଓ୍ବାର୍କଫ୍ରମ ହୋମ୍‌ ଚାହିଦା ବଢିଛି। ଫଳରେ ଲୋକଙ୍କ ମଧ୍ୟରେ ଭିଡିଓ କଲିଂ ଆପ୍‌ ଜୁମ୍‌ ଲୋକପ୍ରିୟ ହୋଇଛି। ଜୁମ୍‌କୁ ଟକ୍କରଦେବା ଲାଗି କମ୍ପାନୀ ନିକଟରେ ମେସେଞ୍ଜର ରୁମ୍‌ସ ଫିଚର ଆଣିଛି। ଏହାଦ୍ୱାରା ୫୦ ଲୋକ ଭିଡିଓକଲିଂର ସୁବିଧା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜଟିଳ ମାନ୍ଦାବସ୍ଥା ଆଡ଼କୁ ବଢୁଛି ଭାରତ

ନୂଆଦିଲ୍ଲୀ,୧୩।୧୧- ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଦ୍ୱିତୀୟ ତ୍ରୈମାସରେ ଭାରତୀୟ ଅର୍ଥ ବ୍ୟବସ୍ଥା ଧିମା ହେଉଥିବା ନଜରକୁ ଆସିଛି। ଏହା ଭାରତକୁ ଜଟିଳ ମାନ୍ଦାବସ୍ଥା ଆଡକୁ ନେଇ...

ଆଉ ଏଟିଏମ୍‌କୁ ଯିବାକୁ ପଡ଼ିବନି, ଗୋଟିଏ ମେସେଜ୍‌ରେ ଘରେ ପହଞ୍ଚିବ ଟଙ୍କା; ଜାଣନ୍ତୁ କେମିତି

ବର୍ତ୍ତମାନ ଟଙ୍କା ଉଠାଇବା ପାଇଁ ଆପଣଙ୍କୁ ବ୍ୟାଙ୍କ୍‌ କିମ୍ବା ଏଟିଏମ୍‌କୁ ଯିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ଆପଣଙ୍କ ଗୋଟିଏ ମେସେଜ୍‌ରେ ଏଟିଏମ୍‌ ଆପଣଙ୍କ ଦୁଆରମୁହଁରେ ପହଞ୍ଚିବ।...

ଜିଡିପି ୯% ରହିବ: କେୟାର ରେଟିଂ

ଭୁବନେଶ୍ୱର: କରୋନା ମହାମାରୀର ୨ୟ ଲହର ଭାରତ ବଜାର ଉପରେ ଗଭୀର ପ୍ରଭାବ ପକାଇଛି। ସଂକ୍ରମଣକୁ ରୋକିବା ପାଇଁ ଦେଶ ମଧ୍ୟରେ ଲକ୍‌ଡାଉନ ଓ ଶଟ୍‌ଡାଉନ...

ମୋରାଟୋରିୟମ ବେଳେ ଜମାକାରୀଙ୍କ ସମସ୍ୟା ରହିବନି

ନୂଆଦିଲ୍ଲୀ,୨୯।୭: ବ୍ୟାଙ୍କ ଉପରେ କୌଣସି କାରଣବଶତଃ ଯଦି ମୋରାଟୋରିୟମ ଲାଗେ ତେବେ ନିଜ ଜମା ଅର୍ଥ ରାଶି ଉଠାଣ ନେଇ ଜମାକାରୀଙ୍କୁ ବେଶି ସମସ୍ୟା ସାମ୍ନା...

୧୧ ଦିନିଆ ରିମାଣ୍ଡରେ ଗଲେ ଦୀପକ କୋଚ୍ଚର

ନୂଆଦିଲ୍ଲୀ, ୯।୯ : ଭିଡିଓକନ-ଆଇସିଆଇସିଆଇ ବ୍ୟାଙ୍କ ଋଣ ଠକେଇ ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଦୀପକ କୋଚ୍ଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧୧ ଦିନିଆ ରିମାଣ୍ଡରେ ନେଇଛି।...

ଆର୍‌ବିଆଇ ମୁଦ୍ରାନୀତି କମିଟି ବୈଠକ ଆରମ୍ଭ; ରେପୋ ରେଟ୍‌ ହ୍ରାସ ସମ୍ଭାବନା

ନୂଆଦିଲ୍ଲୀ,୨-୯: ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ମୁଦ୍ରାନୀତି କମିଟି ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ଅର୍ଥନୀତିରେ ମାନ୍ଦାବସ୍ଥା ଲାଗି...

ଡାଲମିଆ ସିମେଣ୍ଟର ‘ପ୍ରୋଜେକ୍ଟ ହସ୍ତକଳା’

ଭୁବନେଶ୍ୱର,୧୫।୧୧: ଦେଶର ପ୍ରମୁଖ ଘରୋଇ ସିମେଣ୍ଟ କମ୍ପାନୀ ‘ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ’ ପକ୍ଷରୁ ଦକ୍ଷତାଭିତ୍ତିକ କାର୍ଯ୍ୟକ୍ରମ ‘ପ୍ରୋଜେକ୍ଟ ହସ୍ତକଳା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।...

ନୂଆପଡ଼ାରେ ଟ୍ରେଣ୍ଡ୍‌ସର ଏକ୍ସକ୍ଲୁସିଭ ଷ୍ଟୋର

ଭୁବନେଶ୍ୱର,୫।୨: ରିଲାଏନ୍ସ ରିଟେଲର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ‘ଟ୍ରେଣ୍ଡ୍‌ସ’ର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ଓଡ଼ିଶା ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ନୂଆପଡା...

Advertisement
Archives

Model This Week