Posted inଜାତୀୟ

୩୦ ବର୍ଷ ପରେ ୪ ବାୟୁସେନା ଯବାନଙ୍କ ହତ୍ୟା ମାମଲାର ଶୁଣାଣି: ମୁଖ୍ୟ ଅଭିଯୁକ୍ତ ୟାସିନ୍‌ ମାଲିକ୍‌ଙ୍କୁ ଟାଡା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଶ୍ରୀନଗର,୧୧।୯: ବାୟୁସେନା ଯବାନଙ୍କୁ ହତ୍ୟା କରାଯିବା ମାମଲାରେ ଜେକେଏଲଏଫ୍‌ ମୁଖ୍ୟ ତଥା ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମାଲିକ୍‌ଙ୍କୁ ହାଜର ହେବାକୁ ଜମ୍ମୁର ଟାଡା କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେ ଅକ୍ଟୋବର ୧ରେ କୋର୍ଟରେ ହାଜର ହେବେ। ୩୦ ବର୍ଷ ପରେ ଏହାର ଶୁଣାଣି ବୁଧବାର ଟାଡା କୋର୍ଟରେ ହୋଇଛି। କୋର୍ଟରେ ଶୁଣାଣି ସମୟରେ କେବଳ ଜଣେ ଅଭିଯୁକ୍ତ ଅଲୀ ମହମ୍ମଦ୍‌ ମୀର୍‌ ଉପସ୍ଥିତ ଥିଲେ। ୧୯୯୦ ଜାନୁୟାରୀ ୨୫ରେ ୟାସିନ୍‌ ମାଲିକ୍‌ଙ୍କ ନେତୃତ୍ୱରେ ଜେକେଏଲ୍‌ଏଫ୍‌ ଆତଙ୍କବାଦୀ ଶ୍ରୀନଗରଠାରେ ବସ୍‌ରେ ଯିବାକୁ ଅପେକ୍ଷା କରିଥିବା ୪ ବାୟୁସେନା ଯବାନଙ୍କ ଉପରେ ଗୁଳିମାଡ଼ କରିଥିଲେ। ଏଥିରେ ସ୍କ୍ବାଡ୍ରନ୍‌ ଲିଡର ରବି ଖାନ୍ନାଙ୍କ ସମେତ ଅନ୍ୟ ୩ ଜଣ ଶହୀଦ୍‌ ହୋଇଥିଲେ। ଏହି ଘଟଣାରେ ୬ ଜଣ ଆହତ ହୋଇଥିଲେ। ୧୯୯୫ରେ ଏହି ମାମଲାକୁ ଜମ୍ମୁରୁ ଆଜମେର ସ୍ଥାନାନ୍ତର କରାଯାଇଥିଲା। ୧୯୯୮ରେ ଏହାକୁ ଜମ୍ମୁର ଡାଟା କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଲାଇଟ୍‌ କମ୍ବାଟ ହେଲିକପ୍ଟର କିଣିବ ଭାରତ

ନୂଆଦିଲ୍ଲୀ,୩୦।୩: ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସୁରକ୍ଷା କ୍ୟାବିନେଟ୍‌ କମିଟି (ସିସିଏସ୍‌) ବୁଧବାର ୧୫ ଲାଇଟ୍‌...

କରୋନାର ତୃତୀୟ ଲହର ପାଇଁ ଦାୟୀ ରହିବେ ସାଧାରଣ ଜନତା!

ନୂଆଦିଲ୍ଲୀ,୧୦ ।୭: ଯଦି ଦେଶରେ କରୋନାର ତୃତୀୟ ଲହର ଆସିବ ତେବେ ଏଥିପାଇଁ ସାଧାରଣ ଜନତାଙ୍କୁ ଦାୟୀ କରାଯାଇପାରେ । ଆଇଏଏନ୍‌ଏସ୍‌-ସି-ଭୋଟର-ସର୍ଭେ ଅନୁସାରେ ୫୭ ପ୍ରତିଶତ...

୧୩ ପାକ୍‌ ଆତଙ୍କବାଦୀ ନିହତ

ଜମ୍ମୁ,୨।୬: ଭାରତକୁ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିବା ୧୩ ପାକିସ୍ତାନୀ ଆତଙ୍କବାଦୀ ଭାରତୀୟ ସେନାର ଗୁଳିମାଡ଼ରେ ନିହତ ହୋଇଛନ୍ତି। ଏଥିସହ ଏକ ଟେରର୍‌ ଲଞ୍ଚ୍‌ପ୍ୟାଡ୍‌କୁ ମଧ୍ୟ...

୧୮ବର୍ଷ ପରେ ପିତାଙ୍କ ଋଣ ଶୁଝିଲେ ପୁଅ

ଜୟପୁର, ୧୦।୬: ରାଜସ୍ଥାନର ହନୁମାନଗଡ ଜିଲାରେ ଜଣେ ଯୁବକ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ମୃତ ପିତାଙ୍କ ୧୮ ବର୍ଷ ପୁରୁଣା ୫୫ ଲକ୍ଷ...

ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୧୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ୩୯୬ ମୃତ

ନୂଆଦିଲ୍ଲୀ,୧୨।୬ : ମହାମାରୀ କରୋନା ଶୁକ୍ରବାର ଭାରତରେ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ...

ଭାରତ ପାଇଁ ମାଡିଆସୁଛି ବିପଦ

ନୂଆଦିଲ୍ଲୀ,୨୮।୧୦: ଅକ୍ଟୋବର ୩୦ରୁ ରୋମରେ ହେବାକୁ ଥିବା ୧୬ତମ ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ଜଳବାୟୁ ପରିବର୍ତ୍ତନ ସହ ଜଡିତ ଏକ ରିପୋର୍ଟ ସମଗ୍ର...

ଲୋକ ସଭା, ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଏଆଇଏଡିଏମ୍‌କେ

ଚେନ୍ନାଇ,୬।୭: ଅଲ ଇଣ୍ଡିଆ ଆନ୍ନା ଦ୍ରାଭିଡ ମୁନେତ୍ରା କାଜଗମ(ଏଆଇଏଡିଏମ୍‌କେ) ଶନିବାର ତା’ର ଲୋକ ସଭା ଓ ରାଜ୍ୟ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।...

ଅକ୍ସଫୋର୍ଡ଼ ଟିକା ପରୀକ୍ଷଣ ଭାରତରେ ବନ୍ଦ: ସିରମ୍‌ ଇନଷ୍ଟିଚ୍ୟୁଟ୍‌ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ, ୧୦।୯: ଭାରତରେ ଏଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାର ମାନବ ପରୀକ୍ଷଣକୁ ବନ୍ଦ କରି ଦିଆଯାଇଛି। ପୁଣେ ସ୍ଥିତ...

Advertisement
Archives

Model This Week