Posted inଜାତୀୟ

୩୦ ଦିନ ପୂରିଲା : ସ୍ବାଭାବିକ ହୋଇନି ଉପତ୍ୟକା

ଶ୍ରୀନଗର,୪ା୯(ପି.ଟି.): କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ୩୦ ଦିନ ପୂରିଥିବାବେଳେ ଏବେ ବି ଉପତ୍ୟକାରେ ସ୍ବାଭାବିକ ଅବସ୍ଥା ଫେରିନାହିଁ। କଶ୍ମୀରର ଅଧିକାଂଶ ସ୍ଥାନରେ ଦିନବେଳା କଟକଣା କୋହଳ ହୋଇଥିବାବେଳେ ବଜାର ଓ ସାଧାରଣ ପରିବହନ ସେବା ଏବେ ମଧ୍ୟ ବନ୍ଦ ରହିଛି। ୩୭୦ ଉଚ୍ଛେଦ ପୂର୍ବରୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଜମ୍ମୁ-କଶ୍ମୀରକୁ ଏକପ୍ରକାର ସେନା ଛାଉଣୀରେ ପରିଣତ କରାଯିବା ସହ ସେଠାକାର ପାଖାପାଖି ୩୦୦୦ ନେତା, ବିଚ୍ଛିନ୍ନତାବାଦୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଟକ ରଖାଯାଇଥିଲା। ବିଭିନ୍ନ ଅଞ୍ଚଳରେ ୧୪୪ ଧାରା ଜାରି ସମେତ କେତେକ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଥିଲା। ଟେଲିଫୋନ ଓ ଇଣ୍ଟରନେଟ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା।
ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ଉପତ୍ୟକାର ୯୦ ଭାଗ ଅଞ୍ଚଳରେ ସ୍ଥିତିରେ ଉନ୍ନତି ଆସିଥିବାରୁ ୯୨ଟି ଥାନା ଅଞ୍ଚଳରେ ଦିନବେଳା କଟକଣା ହଟାଯାଇଥିବା ମଙ୍ଗଳବାର ପ୍ରଶାସନ ପକ୍ଷରୁ କୁହାଯାଇଛି। ଘରୋଇ ଗାଡ଼ି ଓ ଅଟୋରିକ୍ସା କେତେକ ଅଞ୍ଚଳରେ ଚଳାଚଳ କରୁଛି। ଶ୍ରୀନଗର ସିଭିଲ ଲାଇନ୍‌, ଲାଲ୍‌ ଚୌକ-ଟିଆର୍‌ସି ଚୌକ-ଡାଲ୍‌ଗେଟ ଲାଇନରେ କେତେଜଣ ଦୋକାନୀ ସେମାନଙ୍କ ଷ୍ଟଲ୍‌ ଖୋଲିଥିବା ଜଣେ ଅଧିକାରୀ କହିଛନ୍ତି। ଉପତ୍ୟକାର ଅଧିକାଂଶ ଅଞ୍ଚଳରୁ ବାରିକେଡ଼ ହଟିଥିବାବେଳେ ସୁରକ୍ଷା ବଳ ମୁତୟନ ଜାରି ରହିଛି। କୁପ୍‌ଓ୍ବାରା ଓ ହଣ୍ଡଓ୍ବାରା ଥାନା ଅଞ୍ଚଳକୁ ବାଦ୍‌ ଦେଲେ ଉପତ୍ୟକାର ଅନ୍ୟ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସମେତ ଅନ୍ୟାନ୍ୟ ଇଣ୍ଟରନେଟ ଓ ମୋବାଇଲ ସେବା ବନ୍ଦ ରହିଛି। ଫଳରେ ପିସିଓ ଏବଂ ଏସ୍‌ଟିଡି ବୁଥ୍‌ଗୁଡିକରେ ଫୋନ କରିବା ପାଇଁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଲ୍ୟାଣ୍ଡଲାଇନ ସଂଯୋଗ ଦିଆଯାଇଥିବା ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପିସିଓ ଖୋଲାଯାଇଛି। ସ୍କୁଲ ଖୋଲିଥିଲେ ହେଁ ଉପସ୍ଥାନ ଯଥେଷ୍ଟ କମ୍‌ ରହୁଛି।
ସମ୍ପର୍କ ଅଭିଯାନ ମାଧ୍ୟମରେ ଲୋକଙ୍କ ପାଖରେ ୩୭୦ ଉଚ୍ଛେଦର ବାର୍ତ୍ତା ପହଞ୍ଚାଇ ସମର୍ଥନ ହାସଲ ଲାଗି ଭାଜପା ଉଦ୍ୟମ ଚଳାଇଥିବାବେଳେ ମଙ୍ଗଳବାର ଦଳ ଅଧ୍ୟକ୍ଷ ଅମିତ୍‌ ଶାହ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ଜଗମୋହନଙ୍କୁ ଭେଟି ରାଜ୍ୟ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ସେମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଥିଲେ। କଶ୍ମୀର ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ରଖୁଥିବା ଜଗମୋହନ ପୂର୍ବରୁ ଅଟଳ ବିହାରୀ ବାଜପେୟୀ ସରକାରରେ ମନ୍ତ୍ରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଲାଠିମାଡ଼

ପାଟନା, ୩୦।୧୨: କେନ୍ଦ୍ରର ନୂଆ କୃଷି ଆଇନ ପ୍ରତିବାଦରେ ବିହାରର ହଜାର ହଜାର ଚାଷୀ ରାଜଭବନ ଅମଭିମୁଖେ ଶୋଭାଯାତ୍ରାରେ ବାହାରିଥିବାବେଳେ ପୋଲିସ ସେମାନଙ୍କ ଉପରେ ଲାଠିଚାଳନା...

ମୁମ୍ବାଇରେ ବୋମା ଆତଙ୍କ, ଫୋନ୍‌ରେ ଧମକ…

ମୁମ୍ବାଇ,୨୦।୧୦: ମୁମ୍ବାଇ ପୋଲିସକୁ ବୁଧବାର ଜଣେ ଅଜ୍ଞାତ ବ୍ୟକ୍ତି ସହରର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟାଇବାକୁ ଧମକ ଦେଇଥିଲେ। ସେ ପୋଲିସ ହେଲ୍ପଲାଇନ ନମ୍ବର ୧୧୨...

ବିଶ୍ୱ ମହାସାଗର ଦିବସରେ ଚେନ୍ନାଇ ସମୁଦ୍ର କୂଳ ସଫା କଲେ କିରେନ ରିଜିଜୁ…

ଚେନ୍ନାଇ,୮।୬ : ବିଶ୍ୱ ମହାସାଗର ଦିବସରେ ଚେନ୍ନାଇର ବେସନ୍ତ ନଗର ବେଳାଭୂମିର ସଫେଇ କାର୍ଯ୍ୟରେ କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରୀ କିରେନ ରିଜିଜୁ ଅଂଶଗ୍ରହଣ କରିଥିଲେ।...

ଖାନ ସାର୍‌ ଫସିଲେ

ନୂଆଦିଲ୍ଲୀ,୨୭।୧: ରେଲଓ୍ବେ ରିକ୍ରୁଟମେଣ୍ଟ ପରୀକ୍ଷା ଫଳ ବିରୋଧରେ ବିହାର ରାଜଧାନୀ ପାଟଣାରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନରେ ଜଡ଼ିତ ଥିବା ଅଭିଯୋଗରେ ୟୁଟ୍ୟୁବର ଖାନ ସାରଙ୍କ ବିରୋଧରେ...

ବୈଜ୍ଞାନିକଙ୍କ ସତର୍କ ସୂଚନା: କରୋନା ଚିକିତ୍ସାରେ ମ୍ୟାଲେରିଆ ଔଷଧ ହୃତ୍‌ପିଣ୍ଡରେ ସମସ୍ୟା ସୃଷ୍ଟି କରିପାରେ

ନୂଆଦିଲ୍ଲୀ,୩ା୪(ପି.ଟି.): କରୋନା ଭୂତାଣୁ ବା କୋଭିଡ୍‌-୧୯ ଚିକିତ୍ସା ଲାଗି ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସକ୍ଲୋରୋକୁଇନ୍‌ ଏବଂ ଆଣ୍ଟିବାୟୋଟିକ୍‌ ଆଜିଥ୍ରୋମାଇସିନ୍‌ ବ୍ୟବହାର କରାଯାଉଛି। ତେବେ ଏଭଳି ଔଷଧ ସେବନ...

ଏନ୍‌ଆଇଏକୁ ମିଳିଲା ଧମକପୂର୍ଣ୍ଣ ଇ-ମେଲ୍‌: ମୁମ୍ବାଇରେ ଆଲର୍ଟ ଜାରି

ମୁମ୍ବାଇ,୩।୨: ନ୍ୟାଶନାଲ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି (ଏନ୍‌ଆଇଏ)କୁ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଛି। ଇ-ମେଲ୍‌ ପଠାଇଥିବା ବ୍ୟକ୍ତି ନିଜକୁ ତାଲିବାନ ସହ ଜଡିତ ଥିବା କହୁଥିବା ବେଳେ...

ଜେଲ ଦଣ୍ଡରୁ ବର୍ତ୍ତିବା ପାଇଁ ନିଜ ମୃତ୍ୟୁର ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧୨ା୧୨: ନିଜ ୧୩ ବର୍ଷୀୟା ଝିଅର ହତ୍ୟା ମାମଲାର ଅଭିଯୁକ୍ତ ପାରୋଲରେ ଜେଲରୁ ବାହାରିବା ପରେ ଆଉ ଏକ ହତ୍ୟା କାଣ୍ଡ ଘଟାଇଛନ୍ତି। ମୃତଦେହକୁ ନିଜ...

ପୈତୃକ ଗ୍ରାମର ୨ ହଜାର ପରିବାରକୁ ଦିଆଯିବ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର: ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ୍‌, ୨୩।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ(କେସିଆର୍‌) ନିଜ ପୈତୃକ ଗ୍ରାମ ଚିନ୍ତାମଡାକାର ରହୁଥିବା ୨ ହଜାର ପରିବାରକୁ ୧୦-୧୦ ଲକ୍ଷ ଟଙ୍କା ଲେଖାଏଁ ପୁରୁସ୍କାର...

Advertisement
Archives

Model This Week