୩୦ଲକ୍ଷରୁ ଊର୍ଦ୍ଧ୍ୱ ଆୟବହିର୍ଭୂତ ସମ୍ପତ୍ତି ଜବତ

ଭୁବନେଶ୍ୱର,୬ା୬(ବ୍ୟୁରୋ): ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ବିପୁଳ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ। ଭିଜିଲାନ୍ସର ଅଧିକାରୀମାନେ ତାଙ୍କ ଘରେ ଚଢ଼ାଉ କରି ଯାଞ୍ଚ ପରେ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି। ଏଥିମଧ୍ୟରେ ୨ଲକ୍ଷ ୮୨ ହଜାର ଟଙ୍କାର ସୁନା ଗହଣା ଓ ଗାଡ଼ି ଏବଂ ୮ ଲକ୍ଷ ଟଙ୍କାର ଏଲ୍‌ଆଇସି ବଣ୍ଡ୍‌ ରହିଛି। ୪ଟି ବ୍ୟାଙ୍କ୍‌ ଆକାଉଣ୍ଟରେ ରହିଛି ୩ଲକ୍ଷ ୧୩ ହଜାର ଟଙ୍କା। ସେହିପରି ତହସିଲଦାର ନିଜ ସମ୍ପର୍କୀୟଙ୍କ ନାମରେ ଟଙ୍କା, ଜମି ରଖିଥିବା ଭିଜିଲାନ୍ସ ଟିମ୍‌ ସନ୍ଦେହ କରୁଛି। ଭୁବନେଶ୍ୱରରେ ରହୁଥିବା ଦୁଇଟି ଘରକୁ ସେ କିଣିଛନ୍ତି ନା ଭଡ଼ାରେ ରହୁଛନ୍ତି ତାହାକୁ ନେଇ ମଧ୍ୟ ଭିଜିଲାନ୍ସ ଖୋଳତାଡ଼ କରୁଛି। ଏଥିସହ ଭୁବନେଶ୍ୱର ଓ ବାଲେଶ୍ୱରସ୍ଥିତ ତାଙ୍କର ସମ୍ପର୍କୀୟଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌। ସବୁଠୁ ବଡ଼ କଥା ହେଲା, ରଶ୍ମିରେଖାଙ୍କ ନାମରେ ଗୋଟିଏ ବର୍ଷରେ ୩୦ଥର ଅଭିଯୋଗ ଆସିଥିଲା। ପୂର୍ବରୁ ଭିଜିଲାନ୍ସ ତାଙ୍କୁ ୫ଥର ଧରିବାକୁ ଉଦ୍ୟମ କରି ବିଫଳ ହୋଇଥିବାବେଳେ ଗୁରୁବାର ତାଙ୍କୁ ଧରିବାରେ ସଫଳତା ପାଇଥିଲା। ତହସିଲଦାର ରଶ୍ମିରେଖାଙ୍କ ସହ ଗିରଫ ହୋଇଥିବା ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁଙ୍କ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଝାରପଡା ଜେଲ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୂତାଣୁ ଆତଙ୍କ; ଭୟଭୀତ ହୁଅନ୍ତୁ ନାହିଁ : ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨୭।୧(ବ୍ୟୁରୋ): କରୋନା ଭୂତାଣୁ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତ ଥିବାବେଳେ କେହି ଭୟଭୀତ ନ ହେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।...

୯ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ର ଅଣସଂରକ୍ଷିତ ଟିକେଟରେ ଯାତ୍ରାକୁ ଅନୁମତି

ଭୁବନେଶ୍ୱର,୩୧।୧୦: ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୯ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ର ଅଣସଂରକ୍ଷିତ ବଗିରେ ଅଣସଂରକ୍ଷିତ ଟିକେଟ୍‌ ଦ୍ୱାରା ଯାତ୍ରୀ ଯାତ୍ରା କରିପାରିବେ ବୋଲି ରେଳପଥ ପକ୍ଷରୁ...

ଚିଟଫଣ୍ଡ୍‌ ଅଭିଯୁକ୍ତଙ୍କ ସୂଚନା ଦେଲେ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧।୪(ବ୍ୟୁରୋ): ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଫେରାର ଥିବା ଏମ୍‌/ଏସ୍‌ ୱାୟାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଓ ଏମ୍‌/ଏସ୍‌ ଓ୍ବାୟାର୍ଡ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍ସ କର୍ପୋରେଶନ ଲିମିଟେଡ୍‌ର ୩ଜଣ ନିର୍ଦ୍ଦେଶକଙ୍କୁ ଓ୍ବାଣ୍ଟେଡ୍‌...

ପୁରୀ ପୌରପାଳିକା ଲିଜ୍‌ ଜମି ହେବ ନିୟମିତ, ସେପ୍ଟେମ୍ବର ଶେଷସୁଦ୍ଧା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ପାଇଁ ଟେଣ୍ଡର

ଭୁବନେଶ୍ୱର,୧୫ା୯(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବଙ୍କ ପୁରୀ ଓ ନୟାଗଡ଼ ଜିଲା ଗସ୍ତ ସମୟରେ ଜନସାଧାରଣଙ୍କଠାରୁ ବିଭିନ୍ନ ଅଭିଯୋଗ ମିଳିଥିଲା।...

୩ ଦିନ କାଳିଜାଇ ଦର୍ଶନ ମନା

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): କାଳିଜାଇ ମନ୍ଦିର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଆଜି ଠାରୁ ଜାନୁୟାରୀ ୨ ପର୍ଯ୍ୟନ୍ତ ପର୍ଯ୍ୟଟକ ଦର୍ଶନ କରିବାକୁ ବାରଣ କରାଯାଇଛି। ସଂକ୍ରମଣ ଆଶଙ୍କା...

୨ ଯୋଡ଼ା ହାତୀଦାନ୍ତ ଜବତ: ଜଣେ ଗିରଫ

ବାରିପଦା ଅଫିସ,୨୧ା୪: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ନିର୍ଦ୍ଦେଶ କ୍ରମେ ବିଭାଗର...

ବେଗୁନିଆ ନିର୍ବାଚନମଣ୍ଡଳୀ : ବିଜେଡିର ରାଜେନ୍ଦ୍ର କୁମାର ସାହୁ ଆଗୁଆ

ଖୋର୍ଦ୍ଧା ଅଫିସ, ୨୩।୫: ୧୧ ରାଉଣ୍ଡ ସୁଦ୍ଧା ବେଗୁନିଆ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ୯,୧୨୪ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ରାଜେନ୍ଦ୍ର...

୨୬ରେ ସୈନିକ ନିଯୁକ୍ତି ପାଇଁ ପରୀକ୍ଷା

କଟକ ଅଫିସ, ୯ା୧୦: ସୈନିକ ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ଆସନ୍ତା ୨୬ରେ କଟକ ବାରବାଟୀ ଷ୍ଟାଡିୟମରେ ସାଧାରଣ ପ୍ରବେଶିକା ପରୀକ୍ଷା(ସିଇଇ) ଅନୁଷ୍ଠିତ ହେବ। ପାରାଦୀପସ୍ଥିତ ଗୋପବନ୍ଧୁ...

Advertisement
Archives

Model This Week