୩୦ରେ ପୂରିବ ସଂଶୋଧିତ ମୋଟରଯାନ ଆଇନ କୋହଳ ଅବଧି: ଡ୍ରାଇଭିଂ ଲାଇସେନ୍ସଧାରୀଙ୍କ ସଂଖ୍ୟା ୭ ଗୁଣ ବୃଦ୍ଧି

କଟକ ଅଫିସ, ୨୧।୧୧: ସଂଶୋଧିତ ମୋଟରଯାନ ଆଇନର କୋହଳ ଅବଧି ନଭେମ୍ବର ୩୦ରେ ପୂରିଯିବ। ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି ଏହି ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏହି କୋହଳ ଅବଧି ମଧ୍ୟରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ତାହା ହେଉଛି ବିନା ଡ୍ରାଇଭିଂ ଲାଇସେନ୍ସରେ ରାଜ୍ୟରେ ଦୈନିକ ବହୁ ସଂଖ୍ୟକ ଚାଳକ ଗାଡ଼ି ଚାଳନା କରୁଥିଲେ। ୨୦୧୮ ସେପ୍ଟେମ୍ବର ପହିଲାରୁ ନଭେମ୍ବର ୧୭ ଏବଂ ୨୦୧୯ ସେପ୍ଟେମ୍ବର ପହିଲାରୁ ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ତଥ୍ୟକୁ ତୁଳନା କଲେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳୁଛି। ୨୦୧୮ ସେପ୍ଟେମ୍ବର ପହିଲାରୁ ନଭେମ୍ବର ୧୭ ମଧ୍ୟରେ ରାଜ୍ୟର ୩୮ଟି ଆର୍‌ଟିଓ ଅଫିସ ଓ ଭୁବନେଶ୍ୱରସ୍ଥିତ ସରକାରୀ ଡ୍ରାଇଭିଂ ସ୍କୁଲରୁ ୭୧ହଜାର ୮୬୬ ଜଣ ପ୍ରଶିକ୍ଷଣ ଲାଇସେନ୍ସ ପାଇଥିଲେ। ମାତ୍ର ୨୦୧୯ ସେପ୍ଟେମ୍ବର ପହିଲାରୁ ନଭେମ୍ବର ୧୭ ତାରିଖ ମଧ୍ୟରେ ପ୍ରଶିକ୍ଷଣ ଲାଇସେନ୍ସଧାରୀଙ୍କ ସଂଖ୍ୟା ୪ ଲକ୍ଷ ୭୭ ହଜାର ୨୦୩ ରହିଛି। ସେହିପରି ଚୂଡ଼ାନ୍ତ ଲାଇସେନ୍ସ ଓ ନବୀକରଣକାରୀଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି। ୨୦୧୮ ସେପ୍ଟେମ୍ବର ପହିଲାରୁ ନଭେମ୍ବର ୧୭ ତାରିଖ ମଧ୍ୟରେ ରାଜ୍ୟରେ ୯୬ ହଜାର ୭୩୮ ଜଣଙ୍କୁ ଚୂଡ଼ାନ୍ତ ଲାଇସେନ୍ସ ଦିଆଯିବା ସହ ଲାଇସେନ୍ସ ନବୀକରଣ କରାଯାଇଥିଲା। ଏହି କ୍ରମରେ ୨୦୧୯ ସେପ୍ଟେମ୍ବର ପହିଲାରୁ ନଭେମ୍ବର ୧୭ ତାରିଖ ମଧ୍ୟରେ ଏମାନଙ୍କ ସଂଖ୍ୟା ୧ ଲକ୍ଷ ୬୭ହଜାର ୨୯୮ ଥିବା ତଥ୍ୟ କହୁଛି। ଏହି ତଥ୍ୟକୁ ତର୍ଜମା କଲେ ଜଣାଯାଏ ଯେ, ବିନା ଡ୍ରାଇଭିଂ ଲାଇସେନ୍ସରେ ଦୈନିକ ବହୁ ସଂଖ୍ୟକ ଗାଡ଼ି ଚଳାଚଳ କରୁଥିଲା। ଏବେ ନିୟମ କଡ଼ାକଡ଼ି ହେବା ପରେ ଲାଇସେନ୍ସ ପାଇଁ ଏମାନଙ୍କ ଭିଡ଼ ଆରଟିଓ ଅଫିସରେ ଲାଗି ରହିଛି। ସୂଚନା ଥାଉକି, ଅଗଷ୍ଟ ପହିଲାରୁ ରାଜ୍ୟରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ କରାଯାଇଥିଲା। ଏହାକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଫଳରେ ରାଜ୍ୟ ସରକାର ଏହି ଆଇନକୁ ୩ ମାସ ପାଇଁ କୋହଳ କରିଥିଲେ। ଆଇନ ଲାଗୁ ଓ କୋହଳ ହେବା ପରେ ବି ଦଲାଲଙ୍କ ରାଜୁତି କମିନାହିଁ। ଯେହେତୁ ଚଳିତ ମାସ ୩୦ ତାରିଖରେ କୋହଳ ଅବଧି ପୂରିଯାଉଛି ତେଣୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଲୋକେ ଜୀବନ ବିକଳରେ ଲାଗି ପଡ଼ିଛନ୍ତି। ୫୦ ଟଙ୍କା ଖର୍ଚ୍ଚ ଜାଗାରେ ଲୋକେ ୫୦୦ ଟଙ୍କା ଦେଇ ଲାଇସେନ୍ସ ହାତଉଥିବା ଦେଖିବାକୁ ମିଳିଛି। ପ୍ରଥମାବସ୍ଥାରେ ଆର୍‌ଟିଓ ଅଫିସଗୁଡ଼ିକ ଉପରେ ଭିଜିଲାନ୍ସ ଓ ପୋଲିସକୁ ନଜର ରଖିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। ମାତ୍ର ତାହା ୮ରୁ ୧୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ଏହା ପରଠାରୁ ଦଲାଲମାନେ ପୁଣି ସକ୍ରୀୟ ହୋଇପଡ଼ିଛନ୍ତି। ଗତ ମଙ୍ଗଳବାର ଏହିଭଳି ଏକ ଘଟଣା କଟକ ଆର୍‌ଟିଓ ଅଫିସ୍‌ରେ ଦେଖିବାକୁ ମିଳିଥିଲା। ଡ୍ରାଇଭିଂ ଲାଇସେନ୍ସ ପାଇଁ ଜଣେ ଯୁବକ ଜନୈକ ମଧ୍ୟସ୍ଥଙ୍କୁ ୧୭୦୦ ଟଙ୍କା ଦେଇଥିବା ଜଣାପଡ଼ିଥିଲା। ଉକ୍ତ ଘଟଣା ଆର୍‌ଟିଓ ଦୀପ୍ତିରଞ୍ଜନ ପାତ୍ରଙ୍କ ପାଖକୁ ଯାଇଥିଲା। ତୁରନ୍ତ ମଧ୍ୟସ୍ଥଙ୍କ ବିରୋଧରେ ଥାନାରେ ଏତଲା ଦେବା ପାଇଁ ଆର୍‌ଟିଓ ପାତ୍ର ସମ୍ପୃକ୍ତ ଯୁବକଙ୍କୁ ପରାମର୍ଶ ଦେଇଥିଲେ। ତେବେ ୧୭୦୦ ଟଙ୍କା ବରଂ ଯାଉ ମୋତେ ଲାଇସେନ୍ସ କିଭଳି ସହଜରେ ମିଳିପାରିବ ତାହା ଉପରେ ମୁଁ ଗୁରୁତ୍ୱ ଦେବି ବୋଲି ଯୁବକ ଜଣକ କହିଥିଲେ। କେବଳ ଏହି ଗୋଟିଏ ନୁହେଁ ଆର୍‌ଟିଓ ଅଫିସରେ ଦୈନିକ ଏହିଭଳି ଘଟଣାମାନ ଦେଖିବାକୁ ମିଳୁଛି। ଏ ନେଇ ଆର୍‌ଟିଓ ପାତ୍ର କହିଛନ୍ତି, ଅଫିସ ପରିସରରେ ସେଭଳି କୌଣସି କାର୍ଯ୍ୟକୁ ପ୍ରଶ୍ରୟ ଦିଆଯାଉ ନାହିଁ। ଲୋକେ ଆର୍‌ଟିଓ ଅଫିସକୁ ଆସିବା ଦରକାର ନାହିଁ। ସମସ୍ତ ବ୍ୟବସ୍ଥା ଅନ୍‌ଲାଇନରେ ଉପଲବ୍ଧ ଅଛି। ଏହାସତ୍ତ୍ବେ ଯଦି ଲୋକେ ମଧ୍ୟସ୍ଥଙ୍କୁ ଧରି ଠକାମିର ଶିକାର ହେବେ ଆମେ କ’ଣ କରିପାରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଅମଳ ବେଳେ ଉଜାଡ଼ୁଛନ୍ତି ହାତୀପଲ

ଢେଙ୍କିକୋଟ, ୨୯।୧୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ୍‌ର ଦେଓବନ୍ଧ ଫରେଷ୍ଟ ସେକ୍ସନ ସାନ୍ତରାପୁର ପଞ୍ଚାୟତର ଛତିଆ ଗ୍ରାମ ହୁଡ଼ି ସାହିରେ ସୋମବାର ସାଠାରୁ ରାତି...

ଡିଲେଶ୍ୱର ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’

ଭୁବନେଶ୍ୱର,୨୯।୧୧(ଶର୍ମିଷ୍ଠା ପାଣିଗ୍ରାହୀ) : ଯୁବ ଗାଳ୍ପିକ ଡିଲେଶ୍ବର ରଣା ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୩’। କଳାହାଣ୍ଡି ମାଟିର ପୁଅ ଡିଲେଶ୍ବର ତାଙ୍କ ଲିଖିତ...

କଞ୍ଚା କଦଳୀରେ ମାଛର ସ୍ବାଦ

କେନ୍ଦ୍ରାପଡ଼ା, ୨୯।୧୧ (ଜଗନ୍ନାଥ ଧଳ): କଞ୍ଚା କଦଳୀରେ ମାଛ, ପନିରରେ ଅଣ୍ଡା, ସୋୟାବଢ଼ିରେ ମଟନ, ଚିକେନର ସ୍ବାଦକୁ କେନ୍ଦ୍ରାପଡ଼ା ସହରବାସୀ ମଙ୍ଗଳବାର ଚାଖିଛନ୍ତି। ଏପରି ନିରାମିଷ...

ସଡ଼କ ଦୁର୍ଘଟଣାରେ ଲାଗୁନି ବ୍ରେକ୍‌

ଭୁବନେଶ୍ୱର,୨୯।୧୧(ଅନିଲ ଦାସ): ସଡ଼କ ଦୁର୍ଘଟଣାରେ ଚାଲିଯାଉଛି ବହୁମୂଲ୍ୟ ଜୀବନ। ଉଜୁଡ଼ିଯାଉଛି ଘରସଂସାର। ଅନାଥ ହୋଇଯାଉଛନ୍ତି ପରିବାର। ରାଜ୍ୟରେ ସଡ଼କ ଦୁର୍ଘଟଣା ଏକ ବଡ଼ ସମସ୍ୟା ଭାବେ...

କଳାଧନ: ସୁପ୍ରିମକୋର୍ଟଙ୍କୁ ଦିଆଗଲାଣି ୮ ରିପୋର୍ଟ

କଟକ,୨୯।୧୧ (କାର୍ତ୍ତିକ ସାହୁ): କଟକ ତେଲେଙ୍ଗାବଜାରସ୍ଥିତ ଜଷ୍ଟିସ ଅରିଜିତ ପଶାୟତଙ୍କ ବାସଭବନରେ ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି)ର ଦଶମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜଷ୍ଟିସ...

ଖୋର୍ଦ୍ଧାରେ ହେବ ଏନ୍‌ଏମ୍‌ଆଇଏମ୍‌ଏସ୍‌ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୨୯।୧୧(ଅନିଲ ଦାସ): ଗୁଣାତ୍ମକ ଉଚ୍ଚଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନକୁ ଦୃଷ୍ଟିରେ ରଖି ରାଜ୍ୟରେ ଏକ ଆନ୍ତର୍ଜାତିକ ମାନର ଘରୋଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ...

ନିୟମଗିରି ପାଦଦେଶରେ ଷ୍ଟ୍ରବେରୀ ଚାଷ

ରାୟଗଡ଼ା ଜିଲାର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ନିୟମଗିରି ପାଦଦେଶରେ ଷ୍ଟ୍ରବେରି ଚାଷ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବରୁ ଡଙ୍ଗରିଆମାନେ କଦଳୀ, ସପୁରି, ହଳଦୀ,...

୫ ଓଡ଼ିଆ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର,୨୯ା୧୧: ଉତ୍ତରକାଶୀ ସୁଡ଼ଙ୍ଗ ମଧ୍ୟରୁ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ୫ ଓଡ଼ିଆ ରହିଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ଜିଲା ବଡ଼କୁଦରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri