୩ୟ ସ୍ତ୍ରୀଙ୍କୁ ମାରି ଥାନାରେ ଅଭିଯୁକ୍ତ

ବିଶୋଇ,୧୩ା୨(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ଖଡ଼ମବେଡା ପଞ୍ଚାୟତର ବାଢୁଣିଆ ଗ୍ରାମ କଲୋନୀ ସାହିରେ ତୃତୀୟ ସ୍ତ୍ରୀଙ୍କୁ ହତ୍ୟା କରି ଜଣେ ବ୍ୟକ୍ତି ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ଅଭିଯୁକ୍ତ ଗୋରା ମାହାଲି(୫୫)ଙ୍କୁ ଗିରଫ କରିବା ସହ ଏକ ମାମଲା (ନଂ.୧୮/୨୦) ରୁଜୁ କରି ତଦନ୍ତ ଜାରି ରଖିଛି। ପୋଲିସ ସୂଚନା ଅନୁଯାୟୀ, ବାଢୁଣିଆ ସ୍ଥିତ କଲୋନୀ ସାହିରେ ରହୁଥିବା ଗୋରା ଓ ତାଙ୍କ ତୃତୀୟ ସ୍ତ୍ରୀ ମାଇନ ମାହାଲି (୪୫)ଙ୍କ ମଧ୍ୟରେ ମଙ୍ଗଳବାର ରାତିରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଏକ ଟାଙ୍ଗିଆ ସାହାଯ୍ୟରେ ଗୋରା ଆକ୍ରମଣ କରିବାରୁ ଘଟଣାସ୍ଥଳରେ ମାଇନଙ୍କର ମୃତ୍ୟୁ ଘଟିଥିଲା। ବୁଧବାର ସକାଳେ ଅଭିଯୁକ୍ତ ଗୋରା ବିଶୋଇ ଥାନାରେ ଆତ୍ମସମର୍ପଣ କରିବା ପରେ ଘଟଣା ପଦାକୁ ଆସିଥିଲା। ରାଇରଙ୍ଗପୁର ଏସଡିପିଓ ସ୍ନେହାଶିଷ ସାହୁଙ୍କ ସମେତ ଥାନା ଅଧିକାରିଣୀ କୁନି ବେଶ୍ରା, ଏସଆଇ ଶୁଭେନ୍ଦୁ ଭୂଷଣ ମହାନ୍ତି ପ୍ରମୁଖ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ମେଡିକାଲ ପଠାଯାଇଥିବା ବେଳେ ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଉଲ୍ଲେଖଯୋଗ୍ୟ ଯେ, ଗୋରାଙ୍କ ପ୍ରଥମ ସ୍ତ୍ରୀ ସେହି ଗାଁରେ ରହୁଥିତ୍ବା ବେଳେ ଦ୍ୱିତୀୟ ସ୍ତ୍ରୀ ଘର ଛାଡି କେଉଁଆଡ଼େ ପଳାଇ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟ ପରିବାରକୁ ପଲିଥିନ ଭରସା

ବାରିପଦା ଅଫିସ,୫ା୧୦- ଦିନରେ ଚାଳରୁ ପାଣି ଗଳୁଛି ତ ରାତିରେ ଜହ୍ନ ଆଲୁଅ ଦିଶୁଛି। ଓଳିଏ ଖାଇ ଓଳିଏ ଉପବାସ ରହୁଥିବା ପରିବାରକୁ ମିଳୁନି ପକ୍କାଘର।...

ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ

ଠାକୁରମୁଣ୍ଡା,୧୨ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଘୁଳୁଘୁଳିଆ ଶାଳନ୍ଦୀ ସେତୁ ନିକଟରେ ସୋମବାର ସାରେ ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ବ୍ୟକ୍ତିଙ୍କ...

ଉଦ୍ଧାର ତୀରବିଦ୍ଧ ସମ୍ବର ମୃତ

ବାରିପଦା ଅଫିସ,୩ା୧୨- ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ବାରିପଦା ରେଞ୍ଜର କାଦୁଆଳବନ୍ଧ ଗ୍ରାମ ନିକଟରୁ ସୋମବାର ଏକ ତୀରବିଦ୍ଧ ସମ୍ବର ଉଦ୍ଧାର ହୋଇଥିଲା। ସ୍ଥାନୀୟ...

ଘରେ ହେଲା ନମାଜ ପାଠ

ବାଙ୍ଗିରିପୋଷି,୨୬ା୫(ଡି.ଏନ.ଏ): ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ ଡାଉନ ଜାରି ରହିଛି। ଏହି ସମୟ ମଧ୍ୟରେ କୌଣସି ଧାର୍ମିକ ସ୍ଥଳରେ ପୂଜାର୍ଚ୍ଚନା...

ଶିମିଳିପାଳରୁ ଶମ୍ବର ଶିକାର: ୬ ଶିକାରୀ ଗିରଫ

ଠାକୁରମୁଣ୍ଡା,୧୪ା୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ବିଟ ଅନ୍ତର୍ଗତ ଶିମିଳିପାଳ ସଂଲଗ୍ନ ଡ଼ଙ୍ଗାଡିହା ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ କର୍ମଚାରୀମାନେ ୬...

ଭୁବନେଶ୍ୱରରୁ ସାଇକେଲ୍‌ରେ ଫେରିଲେ ୧୧ ଶ୍ରମିକ

ଠାକୁରମୁଣ୍ଡା,୫ା୫(ଡି.ଏନ୍‌.ଏ.)- ଭୁବନେଶ୍ୱର କିଟ୍‌ ନିକଟ ପଥରଗୋଡ଼ିଆରେ ରହି ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳର ୧୧ ଜଣ ଶ୍ରମିକ ସାଇକେଲ...

ବାଇକ୍‌ରୁ ପଡ଼ି ୨ ଜଣଙ୍କ ଜୀବନ ଗଲା

କପ୍ତିପଦା,୧୬ା୩(ଡ଼ି.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ନେଦାମ ନିକଟରେ ସୋମବାର ଅପରାହ୍ନ ୪ଟାରେ ଏକ ବାଇକ୍‌ରୁ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ...

ଭାଲୁ ତାଡ଼ିଦେଲା ଦୁଇ ଆଖି

ଉଦଳା,୨୦ା୧୨(ଡି.ଏନ୍‌.ଏ.) – ଘର ବାଡ଼ି ପାଖକୁ ଗୋରୁ ଖୋଜିବାକୁ ଯିବା ହେଲା କାଳ । ବାଉଁଶବୁଦାରେ ଲୁଚି ରହିଥିବା ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି ଜଣେ...

Advertisement

BGU

Archives

Model This Week

Why Dharitri