୨.୫ ଲକ୍ଷ ଗ୍ରାମପଞ୍ଚାୟତରେ ପହଞ୍ଚିବ ହାଇସ୍ପିଡ୍‌ ଇଣ୍ଟରନେଟ୍‌

ନୂଆଦିଲ୍ଲୀ,୧୯-୭: କେନ୍ଦ୍ର ସରକାର ଭାରତନେଟ୍‌ ପ୍ରକଳ୍ପ ଲାଗି ଅଦ୍ୟାବଧି ୨୦,୪୩୧ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏହି ଅର୍ଥ ବ୍ୟୟ କରି ଦେଶର ୨.୫ ଲକ୍ଷ ଗ୍ରାମ ପଞ୍ଚାୟତକୁ ହାଇସ୍ପିଡ୍‌ ବ୍ରଣ୍ଡବ୍ୟାଣ୍ଡ ନେଟ୍‌ଓ୍ବାର୍କ ସହ ଯୋଡାଯିବ ବୋଲି ସରକାର ପ୍ରକାଶ କରିଛନ୍ତି। ଟେଲିକମ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଗୁରୁବାର ରାଜ୍ୟ ସଭାରେ ଏକ ଲିଖିତ ଜବାବରେ କହିଛନ୍ତି ଯେ, ଦୁଇଟି ପର୍ଯ୍ୟାୟର ଭାରତନେଟ୍‌ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ମୋଟ ୪୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ପ୍ରକଳ୍ପ ଅଧୀନରେ ଦେଶର ୨.୫ ଲକ୍ଷ ଗ୍ରାମ ପଞ୍ଚାୟତକୁ ଓ୍ବାଇ-ଫାଇ ଅଥବା ଅନ୍ୟ କୌଣସି ଉଚିତ୍‌ ବ୍ରଡବ୍ରାଣ୍ଡ ଟେକ୍ନୋଲୋଜି,ଇଣ୍ଟରନେଟ ସେବା ସହ ଯୋଡାଯିବ। ଓ୍ବାଇ-ଫାଇ ଜରିଆରେ ଦେଶରେ ଜଣେ ଗ୍ରାହକ ହାରାହାରି ପ୍ରାୟ ୫୨ ଏମ୍‌ବି ଡାଟା ପ୍ରତି ମାସରେ ବ୍ୟବହାର କରିଥାଏ ବୋଲି ସେ କହିଛନ୍ତି। ୨୦୧୮ ଜୁଲାଇ ୪ ସୁଦ୍ଧା ଦେଶରେ ପ୍ରାୟ ୩,୪୫,୭୭୯ କିମି ଅପ୍ଟିକାଲ ଫାଇବର କେବଲ ବିଛା ଯାଇଛି। ଏହାଦ୍ୱାରା ୧,୩୧,୩୯୨ ଗ୍ରାମ ପଞ୍ଚାୟତକୁ ଯୋଡାଯାଇଛି। ଏଥିମଧ୍ୟରୁ ୧,୨୦,୫୬୨ ଗଁାରେ ଇଣ୍ଟରନେଟ୍‌ ସେବା ମିଳିବାକୁ ଯାଉଛି। ସେ କହିଛନ୍ତି ଯେ, ଭାରତନେଟ୍‌ ପ୍ରକଳ୍ପ ଅଧୀନରେ ସାଟେଲାଇଟ ମିଡିଆ ଜରିଆରେ ପ୍ରାୟ ୩୬୨୦ ଗ୍ରାମ ପଞ୍ଚାୟତକୁ ଯୋଡିବାର ଯୋଜନା ରହିଛି। ଏହି ଗଁାଗୁଡ଼ିକ ଅରୁଣାଚଳ ପ୍ରଦେଶ, ମେଘାଳୟ, ମଣିପୁର, ମିଜୋରାମ୍‌, ଝାଡ଼ଖଣ୍ଡ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ରହିଛି। ଏହି ଗଁାଗୁଡ଼ିକୁ ଜିସାଟ୍‌-୧୧ ଜରିଆରେ ଇଣ୍ଟରନେଟ୍‌ ସଂଯୋଗ ଦିଆଯିବ ବୋଲି ପ୍ରସାଦ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ୧ଲକ୍ଷ ଟପିଲା ଜିଓ ଫାଇବର ଗ୍ରାହକ

ଭୁବନେଶ୍ୱର,୨୨।୨ ରିଲାଏନ୍ସ ଜିଓର ଅଲ୍‌ଟ୍ରା ହାଇ-ସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ‘ଜିଓ ଫାଇବର’ର ଗ୍ରାହକ ସଂଖ୍ୟା ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ଓଡ଼ିଶାରେ ୧ ଲକ୍ଷ ଅତିକ୍ରମ...

ଯାଜପୁରରେ ସେନ୍‌କୋ ଆଉଟ୍‌ଲେଟ୍‌

ଭୁବନେଶ୍ୱର ୧୭।୮: ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ଯାଜପୁର ଶୋ’ରୁମ୍‌କୁ ନିକଟରେ ନବୀକରଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଯାଜପୁରର କେନ୍ଦ୍ର ସ୍ଥଳ ଦଳା ଛକରେ ଥିବା...

ବନ୍ଧନ ଏଫ୍‌ସି ଫଣ୍ଡ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୭: ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଏକ ଓପନ-ଏଣ୍ଡେଡ୍‌ ଇକ୍ୱିଟି ସ୍କିମ୍‌ ବନ୍ଧନ ଫାଇନାନ୍ସିଆଲ ସର୍ଭିସେସ୍‌ (ଏଫ୍‌ସି) ଫଣ୍ଡ୍‌ର ଶୁଭାରମ୍ଭ କରାଯାଇଛି। ଏହି ନୂଆ ଫଣ୍ଡ୍‌...

୫୨୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ କ୍ରୟ ଲକ୍ଷ୍ୟ

ନୂଆଦିଲ୍ଲୀ,୨୪।୮: ଚଳିତ ଆର୍ଥିକ ବର୍ଷର ଖରିଫ ବିପଣନ ଋତୁ ( କେଏମ୍‌ଏସ୍‌) ମଧ୍ୟରେ ଆବଶ୍ୟକ ପରିମାଣର ଚାଉଳ କ୍ରୟ ସହ ଅନ୍ୟାନ୍ୟ ଦିଗ ଉପରେ ଏକ...

ବିମାନ ଚଳାଚଳ କ୍ଷେତ୍ରକୁ ମିଳିପାରେ ୧୨ ହଜାର କୋଟି

ନୂଆଦିଲ୍ଲୀ,୨୦-୩: କରୋନା ପ୍ରଭାବକୁ କମ୍‌ କରିବା ଲାଗି ଦେଶର ବିମାନ ଚଳାଚଳ କ୍ଷେତ୍ରକୁ ୧୨ ହଜାର କୋଟି ଟଙ୍କାର ପ୍ୟାଜେକ ମିଳିପାରେ। ଏବେ ଅଧିକାଂଶ କମ୍ପାନୀ...

ଅରୁନ୍ଧତୀ ଜୁଏଲର୍ସର ଫେଷ୍ଟିଭ୍‌ ଧମାଲ

ଭୁବନେଶ୍ୱର,୨୭।୯: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ନିକଟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଫେଷ୍ଟିଭ୍‌ ଧମାଲ ଲକ୍ଷପତି ଲକି ଡ୍ର ବିଜେତା...

ଫ୍ୟୁଚର କଞ୍ଜ୍ୟୁମର ଲିମିଟେଡର ନୂଆ ଉତ୍ପାଦ

ଭୁବନେଶ୍ୱର,୧୫-୭: ଫ୍ୟୁଚର କଞ୍ଜ୍ୟୁମର ଲିମିଟେଡ ପକ୍ଷରୁ ଡିଟରଜେଣ୍ଟ ସେଗମେଣ୍ଟରେ ନୂଆ ପ୍ରଡକ୍ଟ ଭୂମ ବଜାରକୁ ଆସିଛି। ଏହାକୁ ଫ୍ୟାଶନ ବିଶେଷଜ୍ଞଙ୍କ ଦ୍ୱାରା ଡିଜାଇନ କରାଯାଇଛି। ଫ୍ୟାବ୍ରିକ...

ଭାରତରେ ପ୍ରବେଶ କଲା ଟେସ୍‌ଲା

ନୂଆଦିଲ୍ଲୀ,୧୪।୧: ଆମେରିକାର ଇଲେକ୍‌ଟ୍ରିକ କାର ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ଭାରତ ବଜାରରେ ପ୍ରବେଶ କରିଛି। ଏହା ବିଶ୍ୱର ସବୁଠାରୁ ବଡ ଇ-କାର୍‌ ନିର୍ମାତା। ଟେସ୍‌ଲା ଇଣ୍ଡିଆ ମୋଟର୍ସ...

Advertisement
Archives

Model This Week