୨ ହଜାର କର୍ମଚାରୀଙ୍କୁ ଛଟେଇ କଲା ଇଣ୍ଡିଆବୁଲ୍‌ସ

ମୁମ୍ବାଇ,୨୩।୫: ବର୍ତ୍ତମାନ କରୋନା ପ୍ରଭାବରୁ କମ୍ପାନୀଗୁଡ଼ିକ ବୃହତ୍‌ ପରିମାଣର କ୍ଷତି ସହୁଥିବା ବେଳେ କର୍ମଚାରୀଙ୍କୁ ଛଟେଇ କରୁଥିବା ନଜରକୁ ଆସିଛି। ଏଭଳି ଅସୁବିଧା ଯୋଗୁ ଇଣ୍ଡିଆ ବୁଲ୍‌ସ ଏହାର ମୋଟ୍‌ ୨୦ ହଜାର କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୨ ହଜାରଙ୍କୁ ଛଟେଇ କରିଥିବା ଜଣାପଡିଛି। ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ଲାଗି କମ୍ପାନୀ ଏଭଳି ପନ୍ଥା ଆପଣାଇଥିବା ସୂଚନା ରହିଛି। ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ପରଫରମାନ୍ସ ରିଭ୍ୟୁ ଭିତ୍ତିରେ କମ୍ପାନୀ କର୍ମଚାରୀଙ୍କୁ ଚାକିରି ଛାଡ଼ିବାକୁ କହିଥିବା ଜଣାପଡ଼ିଛି। ପରଫରମାନ୍ସ ଭିତ୍ତିରେ ୧୦ରୁ ୧୫% କର୍ମଚାରୀଙ୍କୁ ଛଟେଇ କରାଯାଇଥାଏ ବୋଲି କମ୍ପାନୀ ମତ ରଖିଛି। କମ୍ପାନୀର ଏଭଳି କାର୍ଯ୍ୟ ବିରୋଧରେ କର୍ମଚାରୀ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ହ୍ବାଟ୍ସଆପ୍‌ କଲ୍‌ ଦ୍ୱାରା ସେମାନଙ୍କୁ ଚାକିରି ଛାଡ଼ିବାକୁ କୁହାଯାଇଥିବା କର୍ମଚାରୀ ଅଭିଯୋଗ କରିଛନ୍ତି। ଟୁଇଟରରେ କେତେକେ ଅସନ୍ତୋଷ ପ୍ରକାଶକରି କହିଛନ୍ତି ଯେ, ମେ ୩୧ରେ ଚାକିରି ଛାଡ଼ିବାକୁ କୁହାଯାଇଛି। କେବଳ ମେ’ମାସ ଲାଗି ବେତନ ବାଦ୍‌ ଅନ୍ୟ କୌଣସି ସୁବିଧା ସୁଯୋଗ କମ୍ପାନୀ ଦେବ ନାହିଁ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଣ୍ଡିକେଟ ବ୍ୟାଙ୍କର ନୂତନ କ୍ଷେତ୍ରୀୟ ପ୍ରବନ୍ଧକ

ଭୁବନେଶ୍ୱର,୨୧-୫: ସିଣ୍ଡିକେଟ ବ୍ୟାଙ୍କ କ୍ଷେତ୍ର-୨ର ନୂତନ ପ୍ରବନ୍ଧକ ଭାବେ ଚନ୍ଦ୍ରକାନ୍ତ ଦାସ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ କାନପୁର କ୍ଷେତ୍ରୀୟ କାର୍ଯ୍ୟାଳୟର...

ବଜେଟରେ ମିଳି ନ ପାରେ ଆୟକର ରିହାତି

ନୂଆଦିଲ୍ଲୀ,୨୭-୧୨: ସରକାର କର୍ପୋରେଟ ଟିକସ ହାର ହ୍ରାସ କରିବା ପରେ ବ୍ୟକ୍ତିଗତ ଆୟକର ହ୍ରାସ ହେବା ନେଇ ଚର୍ଚ୍ଚା ହେଉଛି। ଫେବୃୟାରୀ ପହିଲାରେ ଆସିବାକୁ ଥିବା...

ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ ସଂଘର ଆମରଣ ଅନଶନ ଆଜି

ନୂଆଦିଲ୍ଲୀ,୨୫-୧୧: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) କର୍ମଚାରୀ ସଂଘ ଦେଶବ୍ୟାପୀ ନଭେମ୍ବର ୨୫(ସୋମବାର)ରେ ଆମରଣ ଅନଶନ କରିବେ। ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍‌ଏସ୍‌) ନେବାକୁ କମ୍ପାନୀ...

ସେବା ରପ୍ତାନି ବୃଦ୍ଧି

ନୂଆଦିଲ୍ଲୀ,୫।୫: ଆର୍ଥିକ ବର୍ଷ ୨୦୨୧-୨୨ରେ ଦେଶର ସେବାଗୁଡ଼ିକର ରପ୍ତାନି ୨୫୪.୪ ବିଲିୟନ ଡଲାର ଛୁଇଁଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏ ସମ୍ପର୍କରେ ସୂଚନା...

ବିଲ୍‌ ନେବା ଲାଗି ଗ୍ରାହକଙ୍କୁ ପ୍ରୋତ୍ସାହନ

ନୂଆଦିଲ୍ଲୀ,୫-୨: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କ୍ଷେତ୍ରରେ ସାମଗ୍ରୀ କ୍ରୟରେ ଦୋକାନରୁ ବିଲ୍‌ ନେବା ଲାଗି ଗ୍ରାହକଙ୍କୁ ସରକାର ଉତ୍ସାହିତ କରିବାକୁ ଏକ ଯୋଜନା...

ମାନ୍ଦାବସ୍ଥା ଝଟକା;ଜିଡିିପି ଅଭିବୃଦ୍ଧି ୪.୫%କୁ ଖସିଲା

  ନୂଆଦିଲ୍ଲୀ,୩୦-୧୧: ଚଳିତ ଆର୍ଥତ୍କ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୪.୫%କୁ ଖସିଛି। ଏହା ଗତ ଆର୍ଥତ୍କ ବର୍ଷ ସମାନ ସମୟରେ ୭.୧%...

୬.୯୩% ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୪।୮: ଖୁଚୁରା ମୁଦ୍ରାସ୍ଫୀତି ଭିତ୍ତିକ ଖାଉଟି ମୂଲ୍ୟସୂଚୀ (ସିପିଆଇ) ଜୁଲାଇ ମାସରେ ୬.୯୩% ସ୍ତରକୁ ବଢ଼ିଛି। ଏହା ଜୁନ୍‌ ମାସରେ ୬.୨୩% ସ୍ତରରେ ରହିଥିଲା। ଖାଦ୍ୟ...

ଏମ୍‌ଏସ୍‌ଏମ୍‌ଇ ଋଣ ଗ୍ୟାରେଣ୍ଟି ସୀମାରେ ପରିବର୍ତ୍ତନ

ନୂଆଦିଲ୍ଲୀ,୨।୮: ଦେଶର ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ଲାଗି ସରକାର ଘୋଷଣା କରିଥିବା ୩ ଲକ୍ଷ କୋଟିର ଋଣ ଗ୍ୟାରେଣ୍ଟି ଯୋଜନାରେ କିଛିଟା ପରିବର୍ତ୍ତନ କରିଛନ୍ତି।...

Advertisement
Archives

Model This Week