୨ ବିଶ୍ବବିଦ୍ୟାଳୟ ହେବ ଅନୁବନ୍ଧିତ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର, ୧୭-୯(ବ୍ୟୁରୋ):ବଲାଙ୍ଗୀରର ରାଜେନ୍ଦ୍ର ଏକକ ବିଶ୍ବବିଦ୍ୟାଳୟ ଏବଂ ଭବାନୀପାଟଣା ଏକକ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ(ଆଫିଲିଏଟେଡ୍‌) ବିଶ୍ବବିଦ୍ୟାଳୟ ହେବ। ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦୁଇଟି ବିଶ୍ୱବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ପୂର୍ବରୁ ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଗତ ମାର୍ଚ୍ଚ ୬ରେ ଓ ବଲାଙ୍ଗୀର ରାଜେନ୍ଦ୍ର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଗତ ମାର୍ଚ୍ଚ ୨ରେ ଏକକ ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଥିଲା। କିନ୍ତୁ ଏହାକୁ ପରିବର୍ତ୍ତନ କରାଯାଇ ଉଭୟ ବିଶ୍ୱବିଦ୍ୟାଳୟକୁ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ କରାଯିବ। ଏଣିକି ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାର ପ୍ରାୟ ୬୫ଟି ମହାବିଦ୍ୟାଳୟ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଅଧୀନକୁ ଆସିବା ସହ ଅନୁବନ୍ଧିତ ହୋଇଯିବ। ସେହିପରି କଳାହାଣ୍ଡି ଏବଂ ନୂଆପଡ଼ା ଜିଲାର ପ୍ରାୟ ୫୦ଟି ମହାବିଦ୍ୟାଳୟ ଭବାନୀପାଟଣା ଏକକ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହେବ। ଏହି ମହାବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ଅଛିି। ତେବେ ଏହି ଦୁଇଟି ଏକକ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ହେଲେ ଛାତ୍ରୀଛାତ୍ର ଓ ଅଧ୍ୟାପିକା ଅଧ୍ୟାପକମାନଙ୍କୁ ବିଶ୍ବବିଦ୍ୟାଳୟ ସହ ଯୋଗାଯୋଗ ନିମନ୍ତେ ଦୂର ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ଏବଂ ପ୍ରଶାସନିକ ପ୍ରକ୍ରିୟାରେ ପାରଦର୍ଶିତା ଆସିପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ଉପରୋକ୍ତ ଚାରି ଜିଲାର ୧୧୫ଟି ମହାବିଦ୍ୟାଳୟ ବାଦ୍‌ ପଡ଼ିଲେ ସମ୍ବଲପୁର ବିଶ୍ବବିଦ୍ୟାଳୟର କାର୍ଯ୍ୟଭାର ଅନେକ ମାତ୍ରାରେ ଲାଘବ ହେବାସହ ଏହାର କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ପାଇବ। ଏହାସହ ପରୀକ୍ଷା ପରିଚାଳନା, ପରୀକ୍ଷା ଫଳ ପ୍ରକାଶନ, ଆଡ୍‌ମିଶନ୍‌ ପ୍ରକ୍ରିୟା ଆଦି ତ୍ବରାନ୍ବିତ ହୋଇପାରିବା ସହ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟ ମଧ୍ୟ ସହଜରେ ହୋଇପାରିବ। ବର୍ତ୍ତମାନ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ପ୍ରାୟ ୨୪୦ଟି ମହାବିଦ୍ୟାଳୟ ରହିଛି। ସୂଚନାଯୋଗ୍ୟ, ବଲାଙ୍ଗୀରର ରାଜେନ୍ଦ୍ର ମହାବିଦ୍ୟାଳୟ ୧୯୪୪ରେ ଓ ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ୧୯୬୦ରେ ପ୍ରତିଷ୍ଠା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଉଛୁଳିଲା ଟ୍ରମ୍ପଙ୍କ ପାକିସ୍ତାନ ପ୍ରେମ, ଜାଣନ୍ତୁ ଏଥର କ’ଣ କହିଲେ

ଓ୍ବାଶିଂଟନ,୧୭।୪: ଗତ ଦେଢ଼ ମାସ ଧରି ମଧ୍ୟପ୍ରାଚ୍ୟରେ ଚାଲିଥିବା ବିସ୍ଫୋରକ ସଂଘର୍ଷ ମଧ୍ୟରେ, କୂଟନୈତିକ ଟେବୁଲରୁ ଗୁରୁତ୍ୱପୂର୍ଣ୍ଣ ଖବର ଏବେ ଛାଣି ହୋଇ ଆସୁଛି। ଆମେରିକା ରାଷ୍ଟ୍ରପତି…

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

ଲୋକ ସଭା ଭୋଟିଂ ପୂର୍ବରୁ ନାରୀଙ୍କୁ ନେଇ ସ୍ବତନ୍ତ୍ର ପୋଷ୍ଟ ଶେୟାର କଲେ ମୋଦି, ଜାଣନ୍ତୁ କ’ଣ ଲେଖିଲେ

ନୂଆଦିଲ୍ଲୀ,୧୭।୪: ଆଜି (୧୭ ଏପ୍ରିଲ) ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ। ଏହି ସ୍ବତନ୍ତ୍ର ଅଧିବେଶନ ସମୟରେ, କେନ୍ଦ୍ର ସରକାର ମୋଟ ତିନୋଟି ବିଲ ଆଗତ କରିବାକୁ…

ମୁଣ୍ଡ ନୁଆଁଇବ ନାହିଁ ଭାରତ, ଆମେରିକାର ରୋକ୍‌ ମଧ୍ୟରେ କିଣିବ ରୁଷୀୟ ତେଲ

ନୂଆଦିଲ୍ଲୀ,୧୭।୪: ଭାରତ କେଉଁଠାରୁ ଏବଂ କାହାଠାରୁ ତେଲ କିଣିବ? ଆମେରିକା ଏହା ନିଷ୍ପତ୍ତି ନେବ ନାହିଁ। ଭାରତ ନିଜେ ନିଷ୍ପତ୍ତି ନେବ। ହଁ, ଆମେରିକା ରୁଷୀୟ ତେଲ…

ପଡ଼ିଆ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା- ବୁମ୍‌ରାଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା! କାରଣ ଜାଣିଲେ…

ନୂଆଦିଲ୍ଲୀ,୧୭।୪: IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏପର୍ଯ୍ୟନ୍ତ କିଛି ଭଲ ଚାଲିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଲଗାତାର ଚାରୋଟି ମ୍ୟାଚ ହାରିଛି। ବିଶ୍ୱର ସବୁଠାରୁ…

ଯୁଦ୍ଧକୁ ନେଇ ଅଲ୍ଟିମେଟମ୍‌ ଦେଲା ଭାରତ: ବରଦାସ୍ତ କରିବୁ ନାହିଁ…

ନୂଆଦିଲ୍ଲୀ,୧୭।୪: ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନୀ ହରିଶ ଇରାନ ଏବଂ ଉପସାଗରୀୟ ଅଞ୍ଚଳରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଭାରତର ସ୍ପଷ୍ଟ ମତ ରଖିଛନ୍ତି। ସେ ଉଲ୍ଲେଖ…

ବ୍ରିଜ କାନ୍ଥକୁ ପିଟି ହୋଇ ଓଲଟି ପଡିଲା CRPF ବାଟାଲିଅନ ଗାଡ଼ି, ୨ ଗୁରୁତର

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର ): ଦୁର୍ଘଟଣା ଗସ୍ତ ହେଲା CRPF ବାଟାଲିଅନ ଗାଡ଼ି । ସମ୍ବଲପୁର ବରଗଡ଼ ୫୩ନଂ ଜାତୀୟ ରାଜପଥ ଅତାବିରା ଦମଦମା ପୋଲ ଉପରେ…

ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ସଫଳତା, ୯୮% ରଖି ପ୍ରିୟାଂଶୁ ମହାରଣା ପ୍ରଥମ

ଲାଞ୍ଜିଗଡ,୧୭।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ସିବିଏସଇ ଦଶମ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ବୁଧବାର ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri