୨ ବର୍ଷ ବଢିଲା ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୨୭-୬: ନୀତି ଆୟୋଗ ସିଇଓ ଭାବେ କାର୍ଯ୍ୟ କରୁଥିବା ଅମିତାଭ କାନ୍ତଙ୍କ କାର୍ଯ୍ୟକାଳକୁ ସରକାର ଆଉ ୨ ବର୍ଷ ବୃଦ୍ଧି କରିଛନ୍ତି। ୨୦୨୧ ଜୁନ ୩୦ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିବେ ବୋଲି ଜଣାପଡିଛି। କ୍ୟାବିନେଟର ନିଯୁକ୍ତି କିମିଟି କାନ୍ତଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ବୁଧବାର ମଞ୍ଜୁରୀ ଦେଇଛନ୍ତି। ୨୦୧୬ ଫେବୃୟାରୀ ୧୭ରେ ସେ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗର ସିଇଓ ଭାବେ ନିଯୁକ୍ତ ହୋଇଥିଲେ। ୨ ବର୍ଷ ଲାଗି ତାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୨୦୧୯ ଜୁନ ୩୦ କରାଯାଇଥିଲା। ନୀତି ଆୟୋଗ ସିଇଓ ଭାବେ ନିଯୁକ୍ତ ହେବା ଆଗରୁ ସେ ଶିଳ୍ପ ନୀତି ଏବଂ ପ୍ରୋତ୍ସାହନ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ। କେନ୍ଦ୍ର ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ, ଷ୍ଟାର୍ଟ ଅପ୍‌ ଇଣ୍ଡିଆ, ଇନକ୍ରେଡିବଲ ଇଣ୍ଡିଆ ଏବଂ ଗଡ୍‌ସ ଓନ୍‌ କଣ୍ଟ୍ରି ଭଳି ପଦକ୍ଷେପ ଆଣିବା ପଛରେ ଅମିତାଭ କାନ୍ତ ଏକ ପ୍ରମୁଖ ବ୍ୟକ୍ତି। ଅତିଥି ଦେବୋ ଭବ ଏବଂ ଗେଷ୍ଟ ଇଜ ଗଡ କ୍ୟାମ୍ପେନ ମଧ୍ୟ ସେ ପରିକଳ୍ପନା କରିଥିଲେ। ଏହା ଦ୍ୱାରା ପର୍ଯ୍ୟଟନର ଉନ୍ନତିକରଣ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। କାନ୍ତ ଦିଲ୍ଲୀର ମଡର୍ନ ସ୍କୁଲରୁ ପ୍ରାଥମିକ ଶିକ୍ଷା, ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଅର୍ଥନୀତିରେ ସ୍ନାତକ ଏବଂ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟରୁ ସ୍ନାତ୍ତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିପ୍ଟୋ କରେନ୍ସି ଟ୍ରେଡିଂ କଟକଣା ହଟିଲା

ନୂଆଦିଲ୍ଲୀ,୫-୩: ବିବାଦୀୟ କ୍ରିପ୍ଟୋକରେନ୍ସି କାରବାର ଉପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୨ ବର୍ଷ ପୂର୍ବେ ପ୍ରତିବନ୍ଧକ ଲଗାଇଥିଲା। ଦେଶ ମଧ୍ୟରେ ଏହାର କାରବାର ନ...

ନିଲାମୀରେ ବିକ୍ରି ହୋଇପାରିନି ସ୍ପେକ୍ଟ୍ରମ;ସରକାରଙ୍କର ୫.୪ଲକ୍ଷ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୧୭-୯: ଗତ ନିଲାମୀରେ କିଛି ସ୍ପେକ୍ଟ୍ରମ ବିକ୍ରି ହୋଇପାରି ନ ଥିବାରୁ ସରକାରଙ୍କର ପ୍ରାୟ ୫.୪ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ବୋଲି ଉଦ୍ୟୋଗ...

ଫ୍ୟୁଚର ଗ୍ରୁପ୍‌ ବିରୋଧରେ ସେବି ଦ୍ୱାରସ୍ଥ ହେଲା ଆମାଜନ

ମୁମ୍ବାଇ : ଫ୍ୟୁଚର ଗ୍ରୁପ୍‌ ଏବଂ ରିଲାଏନ୍ସ ଡିଲ୍‌କୁ ନେଇ ଆମାଜନ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)ର ଦ୍ୱାରସ୍ଥ ହୋଇଛି। ଫ୍ୟୁଚର ଗ୍ରୁପ୍‌ ମିଛ...

ଚାଇନାକୁ ଟ୍ରମ୍ପଙ୍କ ଚେତାବନୀ: ସାଲିସ ନ କଲେ ପରିଣାମ ଭୋଗିବ

ନୂଆଦିଲ୍ଲୀ,୧୩।୫: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଥମୁନାହିଁ। ଏପରିସ୍ଥିତିରେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ ଚେତାବନୀ ଦେଇଛନ୍ତି। ବାଣିଜ୍ୟ ନେଇ...

ନାତିଙ୍କୁ ୪୦ କୋଟିର ଗିଫ୍ଟ ଦେଲେ ରାଣା କପୁରଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୮: ୟେସ୍‌ ବ୍ୟାଙ୍କର ପ୍ରମୋଟର ରାଣା କପୁରଙ୍କ ବିରୋଧରେ ଋଣ ମାମଲା ନେଇ ବର୍ତ୍ତମାନ ତଦନ୍ତ ଚାଲିଛି। ରାଣାଙ୍କ ସ୍ତ୍ରୀ ବିନ୍ଦୁ କପୁର ତାଙ୍କ ୯...

ଅତନୁ ଚକ୍ରବର୍ତ୍ତୀ ଏଚ୍‌ଡିଏଫ୍‌ସିର ଅସ୍ଥାୟୀ ଅଧ୍ୟକ୍ଷ

ମୁମ୍ବାଇ,୨୫।୪: ଭାରତୀୟ ରିଜର୍ଭ ବ୍ୟାଙ୍କପକ୍ଷରୁ ବରିଷ୍ଟ ପ୍ରଶାସନିକ ଅଧିକାରୀ ଅତନୁ ଚକ୍ରବର୍ତ୍ତୀଙ୍କୁ ଏଚ୍‌ଡିଏଫ୍‌ସିର ଅସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ବ୍ୟାଙ୍କ ତାର ବୋର୍ଡ...

ଶୀଘ୍ର ଆସିବ ବାଧ୍ୟତାମୂଳକ ଇ-ଇନ୍‌ଭଏସିଂ

ମାଙ୍ଗାଲୋର,୨୪।୭: ଇ-ଇନଭଏସିଂ ସ୍କିମାକୁ ଶୀଘ୍ର ବାଧ୍ୟତାମୂଳକ କରାଯିବ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ଏ ନେଇ ଗୋଟିଏ ସପ୍ତାହ ମଧ୍ୟରେ...

ଉର୍ଜିତ ପଟେଲ ଏଆଇଆଇବି ଉପାଧ୍ୟକ୍ଷ

ବେଜିଂ,୧୦ା୧: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଉର୍ଜିତ ପଟେଲଙ୍କୁ ଏସିଆନ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ (ଏଆଇଆଇବି) ଭାଇସ୍‌-ପ୍ରେସିଡେଣ୍ଟ ଭାବେ ନିଯୁକ୍ତି ମିଳିଛି। ସେ ଆସନ୍ତା ମାସରୁ...

Advertisement
Archives

Model This Week