୨ ଦିନରେ ଟ୍ରେନ୍‌ରେ ଗଞ୍ଜାମ ଆସିଲେ ୫,୫୦୩ ପ୍ରବାସୀ

ଛତ୍ରପୁର,୫।୫(ଡି.ଏନ୍‌.ଏ.): କେରଳ ଓ ସୁରଟରୁ ଗତ ୨ଦିନ ହେଲା ସ୍ବତନ୍ତ୍ର ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରୁଛନ୍ତି। ରବିବାର କେରଳ ଓ ସୁରଟରୁ ଗୋଟିଏ ଲେଖାଏ ଟ୍ରେନ ଆସିଥିବା ବେଳେ ସୋମବାର କେରଳରୁ ଗୋଟିଏ ଏବଂ ସୁରଟରୁ ୩ଟି ଟ୍ରେନ ଆସି ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଥିଲା। କେରଳରୁ ଆସୁଥିବା ଟ୍ରେନ ଖୋର୍ଦ୍ଧାରୋଡ଼ ଷ୍ଟେଶନ ପର୍ଯ୍ୟନ୍ତ ଯାଉଛି। ଜଗନ୍ନାଥପୁର ଷ୍ଟେଶନରେ ଗଞ୍ଜାମ ସମେତ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲାର ଲୋକେ ଓହ୍ଲାଉଛନ୍ତି। ରବିବାର ଗଞ୍ଜାମ ଜିଲାକୁ ଟ୍ରେନ ଯୋଗେ ୧,୩୨୪ ଓ ସୋମବାର ୪,୧୭୯ ପ୍ରବାସୀ ଓଡ଼ିଆ ଆସିଛନ୍ତି। ଦୁଇ ଦିନରେ ମୋଟ ୫,୫୦୩ ଜଣ ଜିଲାକୁ ଆସିଛନ୍ତି। ମଙ୍ଗଳବାର ସୁରଟରୁ ଆଉ ୩ଟି ଟ୍ରେନରେ ଜିଲାକୁ ଲୋକେ ଫେରିବେ ବୋଲି ସୂଚନା ମିଳିଛି।
ସୋମବାର ସକାଳ ସାଢ଼େ ୫ଟାରେ କେରଳ ଏର୍ନାକୁଲମ- ଖୋର୍ଦ୍ଧାରୋଡ୍‌ ସ୍ପେଶାଲ ଟ୍ରେନ୍‌ ଜଗନ୍ନାଥପୁର ଜଙ୍କସନ୍‌ରେ ପହଞ୍ଚିଥିଲା। ଏଥିରେ ୧୯ଟି ଜିଲାର ୧,୧୬୧ ଜଣ ପ୍ରବାସୀ ଓଡିଆ ଆସଥିଲେ। ସେମାନଙ୍କ ମଧ୍ୟରୁ ୬୨୬ ଜଣ କେବଳ ଗଞ୍ଜାମ ଜିଲାର। ଷ୍ଟେଶନରେ ସମସ୍ତଙ୍କ ସ୍କ୍ରିନିଂ ପରେ ୪୧ଟି ବସ୍‌ ଯୋଗେ ଜିଲାର ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିଲା।
ସେହିପରି ମଧ୍ୟାହ୍ନ ୧୨ଟା ୪୦ରେ ସୁରଟରୁ ଆସି ପହଞ୍ଚିଥିବା ଟ୍ରେନରେ ଗଞ୍ଜାମ ଜିଲାର ୧,୧୮୮ ଜଣ ଆସିଥିଲେ। ସେଥିମଧ୍ୟରେ ବେଗୁନିଆପଡାର ୧୭୩, ବୁଗୁଡାର ୬୩, ଧରାକୋଟର ୩୩୬, ଜଗନ୍ନାଥପ୍ରସାଦର ୫୪, କବିସୂର୍ଯ୍ୟନଗରର ୧୬୨, ଖଲ୍ଲିକୋଟର ୫୪, କୁକୁଡାଖଣ୍ଡିର ୬୧, ପୋଲସରାର ୧୭୭, ପୁରୁଷୋତ୍ତମୁପୁର ଓ ସାନଖେମୁଣ୍ଡିର ୫୪ ଜଣ ଲେଖାଏଁ ରହିଥିଲେ। ସ୍କ୍ରିନିଂ ପରେ ସେମାନଙ୍କୁ ନିଜ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ବସ ଯୋଗେ ପଠାଯାଇଥିଲା।
‌ ଅପରାହ୍ନ ୪ଟା ୨୮ରେ ପହଞ୍ଚିଥିବା ଟ୍ରେନରେ ୧,୨୪୩ ଜଣ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୧୬୫ ଜଣ ଗଞ୍ଜାମ ଜିଲାର। ସେଥିମଧ୍ୟରେ ଆସିକାର ୫୧, ବେଗୁନିଆପଡାର ୧୮୭, ବେଲଗୁଣ୍ଠାର ୪୨, ଭଞ୍ଜନଗରର ୧୨, ବୁୁଗୁଡାର ୫୧, ଛତ୍ରପୁରର ୯, ଚିକିଟିର ୧୩, ଧରାକୋଟର ୭୯, ଦିଗପହଣ୍ଡିର ୧୧, ଗଞ୍ଜାମର ୨୧, ହିଞ୍ଜିିଳିର ୨୦, ଜଗନ୍ନାଥପ୍ରସାଦର ୧୮, କବିସୂର୍ଯ୍ୟନଗରର ୧୧୨, ଖଲିକୋଟର ୨୧୦, କୁକୁଡାଖଣ୍ଡିର ୧୪, ପାତ୍ରପୁରର ୨୪ ଜଣ, ପୋଲସରାର ୭୫, ପୁରୁଷୋତ୍ତମପୁରର ୧୨୦, ରଙ୍ଗେଇଲୁଣ୍ଡାର ୧୯, ସାନଖେମୁଣ୍ଡିର ୨୩, ଶେରଗଡର ୨୬ ଓ ସୋରଡାର ୨୮ ଜଣ ରହିଛନ୍ତି। ୩୮ଟି ବସ ଯୋଗେ ସେମାନଙ୍କୁ ନିଜ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିଲା। ସେହିପରି ରାତି ୮ଟା ୩୫ରେ ପହଞ୍ଚିଥିବା ଟ୍ରେନରେ ଜିଲାର ୧୨୦୦ ଜଣ ଆସିଥିବା ସୂଚନା ମିଳିଛି। ତେବେ କେଉଁ ବ୍ଲକକୁ କେତେଜଣ ଆସିଛନ୍ତି, ରିପୋର୍ଟ ଲେଖାଯିବା ସୁଦ୍ଧା ତାହା ଜଣାପଡିନାହିଁ। ବାହାର ରାଜ୍ୟ ଫେରନ୍ତାମାନଙ୍କୁ ମାସ୍କ ଓ ଖାଦ୍ୟ ପୁଡିଆ ପ୍ରଦାନ କରାଯାଇଛି।
ପ୍ରଶାସନ ପକ୍ଷରୁ ଷ୍ଟେଶନରେ ୧୨ଟି ସ୍କ୍ରିନିଂ ସେଣ୍ଟର ଖୋଲାଯାଇ ସମସ୍ତଙ୍କ ଥର୍ମାଲ ସ୍କିନିଂ ପରେ କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଯାଉଛି। ପ୍ରତି ଟିମ୍‌ରେ ଡାକ୍ତରଙ୍କ ସହ ୭ ଜଣିଆ ସଦସ୍ୟ ରହି ଘରବାହୁଡାଙ୍କ ସ୍କିନିଂ କରୁଛନ୍ତି। ଷ୍ଟେଶନରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଏସପି ବ୍ରିଜେଶ କୁମାର ରଏ, ଡିଆରଡିଏ ପିଡି ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ବ୍ରହ୍ମପୁର ଉପଜିଲାପାଳ ସିଦ୍ଧେ ଦତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ସମେତ ଆରପିଏଫ୍‌, ଜିଆରପିଏଫ୍‌, ପୋଲିସ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ଆଇଏଏସ୍‌ ଅଫିସର ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ମିଳିଲା ନୂୂଆ ଦାୟିତ୍ୱ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ସୋମବାର ନୂଆ ଦାୟିତ୍ୱ...

ପୁରୀରେ ହେବ ଅତ୍ୟାଧୁନିକ ମାଛ ମାର୍କେଟ

ପୁରୀ ଅଫିସ,୨୮।୮: ପୁରୀରେ ହେବ ଅତ୍ୟାଧୁନିକ ମାଛ ମାର୍କେଟ। ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଏହି ପ୍ରକଳ୍ପକୁ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ରୂପ ଦିଆଯିବ। ପୁରୀ ସହରର ସମସ୍ତ...

ରୁକ୍ମିଣୀ ଦେବୀଙ୍କ ପରଲୋକ

କୋଣାର୍କ,୨୮ା୧୦(ଡି.ଏନ୍‌.ଏ.): ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନର ନିୟନ୍ତ୍ରିକା ତଥା କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ରୁକ୍ମିଣୀ ଦେବୀଙ୍କର ୭୫ ବର୍ଷ ବୟସରେ ମଙ୍ଗଳବାର କଟକ ବିଡ଼ାନାସୀସ୍ଥ...

ଜିଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ: ଲକ୍ଷଣ ଥାଉ ବା ନ ଥାଉ ତୁରନ୍ତ କ୍ୱାରାଣ୍ଟାଇନ୍‌ରେ ରହିବେ ସଂକ୍ରମିତ ଅଞ୍ଚଳରୁ ଆସିଥିବା ଲୋକେ

ଭୁବନେଶ୍ୱର,୨୯।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଲାଗି ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସଂକ୍ରମିତ ଦେଶ କିମ୍ବା ଅଞ୍ଚଳରୁ ଓଡ଼ିଶାକୁ ଆସିଥିବା ଲୋକମାନଙ୍କୁ ତୁରନ୍ତ କ୍ୱାରାଣ୍ଟାଇନ୍‌ରେୁ...

ପୂଜକଙ୍କୁ ଆର୍ଥତ୍କ ସହାୟତା ଦିଆଯାଉ

ବାରିପଦା ଅଫିସ, ୧୨ା୪- କରୋନା ଯୋଗୁଁ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ମନ୍ଦିର ୧୫ ଦିନ ହେବ ବନ୍ଦ ରହିଛି। ଫଳରେ ଏହି...

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ: ଅସନ୍ତୋଷ ପରେ ଟପ୍ପର ତାଲିକା ପ୍ରକାଶ ପାଇଁ ପ୍ରତିଶ୍ରୁତି

ଭୁବନେଶ୍ୱର,୧।୧୧(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଥିବା ରାଜ୍ୟର ୪୮ ମହିଳା ମହାବିଦ୍ୟାଳୟର ୟୁଜି ଓ ପିଜି ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଥିଲା।...

ସଡକ ଦୁର୍ଘଟଣାରେ ୨ ଏନଟିପିସି କର୍ମଚାରୀଙ୍କ ଜୀବନ ଗଲା

ସୁନ୍ଦରଗଡ଼, ୩।୯(ଡି.ଏନ.ଏ.): ସୁନ୍ଦରଗଡ଼ ବାଲିଯୋରୀ ଛକରେ ମଙ୍ଗଳବାର ଏକ ସଡକ ଦୁର୍ଘଟଣାରେ ଦୁଇଜଣ ଏନଟିପିସି କର୍ମଚାରୀଙ୍କ ମୃତ ଘଟିଛି। ସେମାନେ ହେଲେ ସସ୍ମିତା କବିରାଜ ଓ...

ପିଆଜ ବିକିବେ ସରକାର

ଭୁବନେଶ୍ୱର, ୭।୧୧(ବ୍ୟୁରୋ): କି.ଗ୍ରା. ପ୍ରତି ୧୦ରୁ ୧୫ ଟଙ୍କାରେ ମିଳୁଥିବା ପିଆଜ ଏବେ ୬୫ ଟଙ୍କା ଛୁଇଁଲାଣି। ପିଆଜ ଗତ ଦୁଇମାସ ହେବ ଗରିବ ଓ...

Advertisement


Archives

Model This Week