Posted inଜାତୀୟ

୨ ଆତଙ୍କବାଦୀଙ୍କୁ ଚଣ୍ଡିଗଡ଼ରେ ପହଞ୍ଚାଇବା ପାଇଁ ଡିଏସ୍‌ପି କରିଥିଲେ ୧୨ ଲକ୍ଷ ଟଙ୍କାର ଡିଲ୍‌

ଶ୍ରୀନଗର,୧୩।୧: ଡିଏସ୍‌ପି ଦେବିନ୍ଦର ସିଂଙ୍କୁ ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗରେ ଗିରଫ କରାଯାଇଛି। କଶ୍ମୀରର କୁଲଗାମ୍‌ରେ ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଏବଂ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ୨ ଆତଙ୍କବାଦୀଙ୍କୁ ଚଣ୍ଡିଗଡ଼ରେ ପହଞ୍ଚାଇବା ପାଇଁ ଦେବିନ୍ଦର ୧୨ ଲକ୍ଷ ଟଙ୍କାର ଡିଲ୍‌ କରିଥିଲେ। ସେଥିପାଇଁ ଦେବିନ୍ଦର ୪ ଦିନ ଛୁଟି ମଧ୍ୟ ନେଇଥିଲେ। ସେ ଆତଙ୍କବାଦୀଙ୍କ ଲାଗି ଅସ୍ତ୍ରଶସ୍ତ୍ର ଡିଲ୍‌ ମଧ୍ୟ କରୁଥିବା ପଚରାଉଚରା ସମୟରେ ଜଣାପଡ଼ିଛି। ଦେବିନ୍ଦରଙ୍କୁ ପଚରାଉଚରା ସମୟରେ ଆଇବି ଏବଂ ସୁରକ୍ଷା ସଂସ୍ଥା ର ଅଧିକାରୀ ଉପସ୍ଥିତ ରହିବେ ବୋଲି କୁହାଯାଉଛି। ପାର୍ଲାମେଣ୍ଟ ଉପରେ ଆକ୍ରମଣ ପରେ ଦେବିନ୍ଦରଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ଏହି ଘଟଣାର ମାଷ୍ଟର ମାଇଣ୍ଡ ଅଫଜଲ ଗୁରୁ ଦେବିନ୍ଦର ହିଁ ତାଙ୍କୁ କାର୍‌ ଯୋଗାଇ ଦେଇଥିବା ସେତେବେଳେ କହିଥିଲେ। ତେବେ କଶ୍ମୀରର ତତ୍‌କାଳୀନ ପୋଲିସ ମହାନିରୀକ୍ଷକ ବିଜୟ କୁମାର ଏହାକୁ ଖଣ୍ଡନ କରିଥିଲେ। ତାଙ୍କ ପାଖରେ ଏନେଇ କୌଣସି ତଥ୍ୟ ନ ଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ହାର ୧.୧୯ ପ୍ରତିଶତ, ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ…

ନୂଆଦିଲ୍ଲୀ, ୬।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ମୋଦି ଅତିଥିଙ୍କ ପାଇଁ ‘ଶାହୀ ଦାଓ୍ବତ’

ନୂଆଦିଲ୍ଲୀ,୨୯।୫: ନରେନ୍ଦ୍ର ମୋଦି ଔପଚାରିକତା ଭାବେ ଦ୍ୱିତୀୟ ଥର ପାଇଁ ଗୁରୁବାର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ। ମୋଦିଙ୍କ ଶପଥ ଗ୍ରହଣ ସମାରୋହ ଲାଗି...

ହିମାଚଳ ପ୍ରଦେଶରେ କଂଗ୍ରେସକୁ ଘାରିଛି ଅପରେଶନ ଲୋଟସ ଭୟ, ବିଧାୟକ ଯିବେ ରାଜସ୍ଥାନ…

ଶିମଲା,୮।୧୨ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳରେ ରାଜ୍ୟର ୬୮ ବିଧାନସଭା ଆସନ ମଧ୍ୟରୁ ଭାଜପା ୨୭ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୩୮...

ପିଓକେ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ,୧୩-୯(ପି.ଟି./ଆଇଏଏନ୍‌ଏସ୍‌):ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)କୁ ଭାରତକୁ ଫେରାଇ ଆଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି।...

ପ୍ରେମିକଙ୍କୁ ହତ୍ୟା କରିବାକୁ ଏହି ରାସ୍ତା ଆପଣେଇଥିଲେ ପ୍ରେମିକା

ନୈନିତାଲ,୨୧।୭: ଉତ୍ତରାଖଣ୍ଡର ହଲଦ୍ୱାନିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଜଣକ ପୂର୍ବତନ ପ୍ରେମିକଙ୍କୁ ନାଗସାପ ଛାଡି ହତ୍ୟା କରିଥିବା ଜଣାପଡିଛି। ମିଳିଥିବା ସୂଚନା...

ଠକଠାରୁ ଜ୍ୟାକଲିନ ନେଇଥିବା ଉପହାର ତାଲିକାରେ ୯ ଲକ୍ଷ ଟଙ୍କାର ବିଲେଇ

ନୂଆଦିଲ୍ଲୀ, ୫।୧୨: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ୫୨ ଲକ୍ଷ ଟଙ୍କାର ଏକ ଘୋଡ଼ା ଏବଂ ୯ ଲକ୍ଷ ଟଙ୍କାର ଏକ ପର୍ସିଆନ ବିଲେଇକୁ ମିଶାଇ...

ସମାଜବାଦୀ ପାର୍ଟିକୁ ଲାଗିପାରେ ବଡ଼ ଝଟ୍‌କା: ଭାଜପାରେ ସାମିଲ ହୋଇପାରନ୍ତି ଅଖିଳେଶଙ୍କ ବନ୍ଧୁ

ଲକ୍ଷ୍ନୌ,୧।୧୦: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି(ଏସ୍‌ପି)କୁ ଲାଗିପାରେ ବଡ଼ ଝଟ୍‌କା। ଏସ୍‌ପିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ନିକଟତମ ବନ୍ଧୁ ତଥା ଗତ ସରକାରରେ...

ଉପତ୍ୟକାରେ ଅନିଶ୍ଚିତତା

ନୂଆଦିଲ୍ଲୀ, ୫ା୮(ପି.ଟି.): ଜମ୍ମୁ-କଶ୍ମୀରକୁ କେନ୍ଦ୍ର ସରକାର ଅତିରିକ୍ତ ୩୮ ହଜାର ସେନା ପ୍ରେରଣ କରିବା ପରେ ଏହାକୁ ନେଇ ଉପତ୍ୟକାରେ ଅନିଶ୍ଚିତତା ଜାରି ରହିଛି। ଆତଙ୍କବାଦୀ...

Advertisement
Archives

Model This Week