୨୯ ବର୍ଷ ବୟସରେ…

ଅଭିନୟରେ ଅନୁପମ ଖେର କେତେ ଦକ୍ଷ ତାହା କହିବା ବାହୁଲ୍ୟ। ଭୂମିକାଟି ଯେମିତି ହୋଇଥାଉ ନା କାହିଁକି ତାକୁ ନେଇ ଆଣି ଥୋଇବାରେ ସେ ବେଶ୍‌ ପାରଙ୍ଗମ। ଥରେ ମନେପକାନ୍ତୁ ନା ସୁପରହିଟ୍‌ ଫିଲ୍ମ ‘ସାରାଂସ’କୁ। ଏଥିରେ ଅନୁପମ ଜଣେ ୬୦ବର୍ଷ ବୟସ୍କ ବୁଢ଼ା ଭୂମିକାରେ ଅଭିନୟ କରିଥିଲେ। ହେଲେ ସେତେବେଳେ ତାଙ୍କୁ କେତେ ବୟସ ହୋଇଥିଲା ଜାଣନ୍ତି ? ମାତ୍ର ୨୯ବର୍ଷ। ଅର୍ଥାତ୍‌, ଯୁବକ ଅବସ୍ଥାରେ ସେ ଏହି ରୋଲ୍‌ଟିକୁ ଏପରି ତୁଲାଇଥିଲେ ଯେ ତାହା ଏ ପର୍ଯ୍ୟନ୍ତ ଅନେକଙ୍କ ମନରେ ସତେଜ ହୋଇ ରହିଛି। ଏହାର ନିର୍ଦ୍ଦେଶକ ମହେଶ ଭଟ୍ଟ ପ୍ରଥମେ ଉକ୍ତ ଭୂମିକା ପାଇଁ ଅନୁପମଙ୍କୁ ଚୟନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ କାଷ୍ଟିଂରୁ ବାଦ୍‌ ଦିଆଯାଇଥିଲା। ହେଲେ ଠିକ୍‌ ସମୟରେ ନିଜ ଭୁଲ୍‌କୁ ବୁଝିପାରିବା ସହ ମହେଶ ପୁଣି ଥରେ ତାଙ୍କୁ ଯୋଗାଯୋଗ କରିଥିଲେ ଏବଂ ଅନୁପମ ପୂର୍ବ କଥାକୁ ଭୁଲି ଏଥିରେ ଅଭିନୟ କରିବାକୁ ରାଜି ହୋଇଥିଲେ। ‘ସାରାଂସ’ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବରେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୀନାଙ୍କୁ ଏଥର ନେଗେଟିଭ୍‌

ନା ସେ ଗଁ। ରେ ଡ୍ରାମା କରିଥିଲେ। ନା ତାଙ୍କର ଅଭିନୟର କୌଣସି ଅଭିଜ୍ଞତା ଥିଲା। ସେ କେବଳ ଭଲ ପାଉଥିଲେ ଯାତ୍ରାକୁ। ଯାତ୍ରା ପ୍ରତି...

ଇତିହାସ ରଚିଲା ସୁଶାନ୍ତଙ୍କ ଶେଷ ଫିଲ୍ମ

ବମ୍ବେ: ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ ହୋଇଛି ଅଭିନେତା ସୁଶାନ୍ତ ସିଂ ରାଜପୁତ ଅଭିନୀତ ଶେଷ ଫିଲ୍ମ ‘ଦିଲ ବେଚାରା’। ଡିଜନୀ ହଟ୍‌ଷ୍ଟାରରେ ରିଲିଜ କରାଯିବା ପରେ...

କରୀନାଙ୍କ ଡାଏଟ୍‌ ପ୍ଲାନ୍‌

କରୀନାଙ୍କୁ ସ୍କ୍ରିନ୍‌ରେ ଦେଖିବା କ୍ଷଣି ଫ୍ୟାନଙ୍କ ମନରେ ପ୍ରଶ୍ନ ଉଠେ କ’ଣ ଖାଉଛନ୍ତି? ଏତେ ସୁନ୍ଦର ଆଉ ସ୍ଲିମ୍‌ ରହୁଛନ୍ତି। ତେବେ ଜାଣନ୍ତୁ ତାଙ୍କ ଡାଏଟ୍‌...

ବିଦେଶରେ ଥାଇ ସଂସ୍କାର ଭୁଲିନାହାନ୍ତି ପ୍ରିୟଙ୍କା, ଦେଢ଼ଶୁରଙ୍କ ବିବାହ ଉତ୍ସବରେ ପିନ୍ଧିଲେ ଶାଢ଼ି

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶରେ ଥାଇ ମଧ୍ୟ ସଂସ୍କାର ଭୁଲି ନାହାନ୍ତି। ଏହି ଦେଖୁନାହାନ୍ତି ଦେଢ଼ଶୁର ଅର୍ଥାତ ନିକ୍‌ଙ୍କ ବଡ଼ଭାଇ ଜୋ ଜୋନ୍‌ସ ଏବଂ...

ସଲମାନଙ୍କ ପିତାଙ୍କୁ ହୃଦୟ ଦେଇବସିଥିଲେ ଏହି ଆଇଟମ୍‌ ଗର୍ଲ

ବଲିଉଡର ସବୁଠାରୁ ଚର୍ଚ୍ଚିତ ଡ୍ୟାନ୍ସର ଥିଲେ ହେଲେନ। ୨୧ ନଭେମ୍ବର ୧୯୩୮ରେ ମିଆଁମାରରେ ଜନ୍ମିତ ଏହି ଆଙ୍ଗ୍ଲୋ ଇଣ୍ଡିଆନ ଅଭିନେତ୍ରୀ ଆଜି ୮୧ ବର୍ଷରେ ପଦାର୍ପଣ...

ଏହି ବଲିଉଡ୍‌ ଷ୍ଟାର୍‌ମାନେ ଗୋଟିଏ ବିଜ୍ଞାପନକୁ କେତେ ଟଙ୍କା ନିଅନ୍ତି ଜାଣନ୍ତି କି?

ବଲିଉଡ୍‌ ଷ୍ଟାର୍‌ମାନେ ତ ଫିଲ୍ମ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ନେଇଥାନ୍ତି। କିନ୍ତୁ ଜାଣିଛନ୍ତି କି ବଲିଉଡର ଆଗଧାଡିର ଅଭିନେତାମାନେ ଗୋଟିଏ ବିଜ୍ଞାପନ...

ଅସୁସ୍ଥ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ

ମୁମ୍ବାଇ,୨୬।୧: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଅସୁସ୍ଥ ଥିବା ସୂଚନା ମିଳିଛି। ନିର୍ଦ୍ଦେଶକ ଜଗନ ଶକ୍ତି ମୁମ୍ବାଇରେ ତାଙ୍କ...

ହାସ୍ୟ ନାୟିକାରୁ ଯାତ୍ରା ଜଗତର ମୁଖ୍ୟ ନାୟିକା ଟିକିନା

ଜୀବନ ଯଦି ଗୋଟେ ଗତି ହୁଏ ତା’ହେଲେ କେହି ଜାଣେନା ସେ ଗତିର ଗତିପଥ କୁଆଡ଼େ? ଜୀବନ ତା’ ନିଜ ଇଚ୍ଛାରେ ଚାଲେ। ନିଜ ଇଚ୍ଛାରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *