୨୬ ଜିଲାରେ ସ୍ଥିତି ସଙ୍ଗିନ

ଭୁବନେଶ୍ୱର, ୩୦।୬(ବ୍ୟୁରୋ): ରାଜ୍ୟରେ ନିଅଣ୍ଟିଆ ବର୍ଷା ଏବଂ ଚାଷ ଖର୍ଚ୍ଚ ବୃଦ୍ଧିକୁ ନେଇ ମହାସଙ୍କଟରେ ପଡିଛନ୍ତି ଚାଷୀ। ଏପରି କି ଅନେକ ଚାଷୀ ଚାଷ କାର୍ଯ୍ୟରୁ ନିଜକୁ ଦୂରେଇ ନେଲେଣି। ଗୋଟିଏପଟେ ପ୍ରାକୃତିକ ବିପର୍ଯ୍ୟୟ, ଅନ୍ୟପଟେ ଚାଷ କାର୍ଯ୍ୟରେ ହେଉଥିବା ଖର୍ଚ୍ଚ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ମିଳୁ ନ ଥିବାରୁ ଚାଷ ପ୍ରତି ଆଉ ଚାଷୀମାନେ ଆଗ୍ରହ ଦେଖାଉ ନାହାନ୍ତି। ଜମି ପଡିଆ ପଡୁଛି ପଛେ ବିଲକୁ ହଳ ଯାଉନି। ଅନ୍ୟପକ୍ଷରେ ଚଳିତ ବର୍ଷ ଦେବାଳିଆ ମୌସୁମୀ ଧାନ ଚାଷକୁ ବହୁଳ ଭାବେ ପ୍ରଭାବିତ କରିବା ନେଇ ଆଶଙ୍କା ଦେଖାଦେଇଛି। ଚଳିତ ବର୍ଷ ୨୨ ହଜାର ହେକ୍ଟର ଜମିରେ ଆଉ ଧାନ ଚାଷ ହେବ ନାହିଁ ବୋଲି ରାଜ୍ୟ ସରକାର ମଧ୍ୟ ଆକଳନ କରିଛନ୍ତି। କୃଷି ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୨୦୧୮ରେ ୩୬ ଲକ୍ଷ ୭୨ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ସ୍ବଳ୍ପ ବୃଷ୍ଟି ଯୋଗୁ ୩୬ ଲକ୍ଷ ୫୦ ହଜାର ହେକ୍ଟରକୁ ଧାନ ଚାଷ ହ୍ରାସ ହେବ ବୋଲି ଆକଳନ କରାଯାଇଛି। ଫଳରେ ୨୬ଟି ଜିଲାରେ ସଙ୍ଗିନ ସ୍ଥିତି ସୃଷ୍ଟି ହୋଇଛି।
ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ଧୋକା ଦେବାର ଆଶଙ୍କା ରହିଛି। ରାଜ୍ୟରେ ସ୍ବାଭାବିକଠାରୁ କମ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି। ରାଜ୍ୟକୁ ମୌସୁମୀ ବର୍ଷା ସ୍ବାଭାବିକ ସମୟ(ଜୁନ୍‌ ୧୦) ପରିବର୍ତ୍ତେ ୧୧ ଦିନ ବିଳମ୍ବ ଅର୍ଥାତ ଜୁନ୍‌ ୨୧ ତାରିଖରେ ପ୍ରବେଶ କରିଛି। ଦୁଇଦିନ କିଛି ପରିମାଣର ବର୍ଷା ହେବା ପରେ ପୁଣି ଉଭାନ ହୋଇଯାଇଛି। ଜୁନ୍‌ ପହିଲାରୁ ଧାନ ଚାଷ ପାଇଁ ଯେତିକି ବର୍ଷା ଦରକାର ତାହା ହୋଇ ନାହିଁ। ଅନେକ ଜମି ଏବେ ବି ପଡିଆ ରହିଛି। ରାଜ୍ୟରେ ୩୬ ଲକ୍ଷ ୫୦ ହଜାର ହେକ୍ଟରରୁ ଏ ପର୍ଯ୍ୟନ୍ତ ମାତ୍ର ୫ ଲକ୍ଷ ୧୬ ହଜାର ହେକ୍ଟରରେ ଧାନ ବୁଣା ହୋଇଥିବା ସରକାରୀ ଭାବେ କୁହାଯାଇଛି। ଆବଶ୍ୟକ ବର୍ଷା ନ ହେବାରୁ ବେଳକୁ ବେଳ ପରିସ୍ଥିତି ସଙ୍ଗିନ ହେବାକୁ ଯାଉଛି। ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ୍‌ ପହିଲାରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକଠାରୁ ୩୫ ପ୍ରତିଶତ କମ୍‌ ବର୍ଷା ହୋଇଛି। କେବଳ ୪ଟି ଜିଲାକୁ ବାଦ୍‌ ଦେଲେ ୧୮ଟି ଜିଲାରେ ସ୍ବାଭାବିକ ଠାରୁ କମ ବର୍ଷା ହୋଇଥିବା ବେଳେ ୮ଟି ଜିଲାରେ ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। କୋରାପୁଟ ଜିଲାରେ ଏହି ସମୟରେ ସ୍ବାଭାବିକ ଭାବେ ୧୯୯ ମିଲିମିଟର ବର୍ଷା ହେବାକୁ ଥିବାବେଳେ ହୋଇଛି ୧୯୫.୪ ମିଲିମିଟର । ସେହିପରି ଯାଜପୁର ଜିଲାରେ ୨୩୦.୬ ସ୍ଥାନରେ ୨୨୯, ନବରଙ୍ଗପୁର ଜିଲାରେ ୨୪୩.୪ ଜାଗାରେ ହୋଇଛି ୨୧୧.୯ ଏବଂ ପୁରୀ ଜିଲାରେ ୧୫୧.୩ ସ୍ଥାନରେ ୧୮୧.୭ ମିଲିମିଟର ବର୍ଷା ହୋଇଛି। ରାୟଗଡା ଜିଲାରେ ୧୮୮.୮ ସ୍ଥାନରେ ୭୩.୧, ଗଜପତି ଜିଲାରେ ୧୯୩ ସ୍ଥାନରେ ୬୮.୮ ମିଲିମିଟର ବର୍ଷା ହୋଇଛି। ଏହି ଦୁଇଟି ଜିଲାରେ ପରିସ୍ଥିତି ଅତ୍ୟନ୍ତ ସଙ୍ଗିନ ହୋଇଛି। ସେହିପରି ନୂଆପଡା, ବାଲେଶ୍ୱର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ନୟାଗଡ ଏବଂ ସୁନ୍ଦରଗଡ ଜିଲାରେ ଅନାବୃଷ୍ଟି ଅବସ୍ଥା ସୃଷ୍ଟି ହୋଇଛି।
କୃଷି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ୨୦୦୯ରେ ଚାଷୋପଯୋଗୀ ଜମି ଥିଲା ୬୧.୮୦ ଲକ୍ଷ ହେକ୍ଟର । ୨୦୧୮-୧୯ ରେ ରାଜ୍ୟର ୩୦ ଜିଲାରେ ୮୪୮ ହେକ୍ଟର ଚାଷ ଜମି ପଡିଆ ପଡିଛି। ପୁରୀ ଜିଲାରେ ସର୍ବାଧିକ ୭୫ ହେକ୍ଟର ଜମି ପଡି ରହିଥିବା ବେଳେ ମୟୂରଭଞ୍ଜରେ ୭୧, ବାଲେଶ୍ୱରରେ ୫୬, ଗଞ୍ଜାମରେ ୫୯, କୋରାପୁଟରେ ୫୧, କେନ୍ଦୁଝରରେ ୫୪ ହେକ୍ଟର ଜମି ଚାଷ ନ ହୋଇ ପଡିରହିଛି। ସେହିପରି ଅନ୍ୟାନ୍ୟ ଜିଲାରେ ମଧ୍ୟ ଅଳ୍ପ ବହୁତ ଚାଷ ଜମି ପଡିଆ ପଡିଛି। ମଜୁରି ବୃଦ୍ଧି ଏବଂ କୃଷି ଶ୍ରମିକ ମିଳୁ ନ ଥିବାରୁ ଚାଷ ବେଳକୁ ବେଳ ମହଙ୍ଗା ହେବାରେ ଲାଗିଛି। ବର୍ଷତମାମ ହାଡଭଙ୍ଗା ପରିଶ୍ରମ କରି ମଧ୍ୟ ଚାଷୀ ଉତ୍ପାଦିତ ମୂଲ୍ୟ ପାଇପାରୁନାହାନ୍ତି। ଧାନର ସହାୟକ ମୂଲ୍ୟ ଠାରୁ ଧାନ କୁଇଣ୍ଟାଲ ପିଛା ଦୁଇଗୁଣା ଖର୍ଚ୍ଚ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ୨୦୦୪-୦୫ରେ ଧାନ ଉତ୍ପାଦନ ପାଇଁ ହେକ୍ଟର ପିଛା ୭୨୯୫ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୨୦୧୧-୧୨ରେ ଏହା ୧୪,୪୩୯ ଟଙ୍କାକୁ ବୃଦ୍ଧି ପାଇଛି। ନିଅଣ୍ଟିଆ ବର୍ଷା ଏବଂ ମଜୁରି ବୃଦ୍ଧି ଯୋଗୁ ଚାଷୀମାନେ ବେଳକୁ ବେଳ ଅଣନିଃଶ୍ୱାସୀ ହୋଇ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦଖଲ ଉଚ୍ଛେଦକୁ ନେଇ ଅଡୁଆ ପରିସ୍ଥିତି

ଭଦ୍ରକ ଅଫିସ/ବନ୍ତ,୬।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ତହସିଲ କାର୍ଯ୍ୟାଳୟରେ ପଶି ଜଣେ ବ୍ୟକ୍ତି ତହସିଲଦାରଙ୍କୁ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗ...

୬ ମାସ ହେଲା ଏସ୍‌ଏଚଜି ସଦସ୍ୟାଙ୍କୁ ମିଳିନି ପ୍ରାପ୍ୟ: ଜିଲାପାଳଙ୍କ ଠାରେ ଅଭିଯୋଗ

ନୟାଗଡ଼ ଅଫିସ,୧୮।୭: ନୟାଗଡ଼ ଜିଲାରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚଜି)ର ମହିଳାମାନେ ବିଦ୍ୟୁତ୍‌ ବିଭାଗ ତରଫରୁ ବିଲ୍‌ ସଂଗ୍ରହ କରି ସ୍ବାବଲମ୍ବୀ ହେବା ଜିଲା ତଥା...

ବଞ୍ଚିବାର ରାହା ଖୋଜୁଛନ୍ତି ଆଦିବାସୀ

ଭବାନୀପାଟଣା,୧୬।୧(ସ୍ବ.ପ୍ର.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ...

ବଲାଙ୍ଗୀରରେ ଟଣା ହେବନି ରଥ

ବଲାଙ୍ଗୀର ଅଫିସ,୧୬।୬: ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ରଥଯାତ୍ରା ହେବକି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲା...

ଚାଲିଛି ହାର୍‌ଜିତ୍‌ ଆକଳନ

ଚଣ୍ଡିଖୋଲ,୨୬ା୨(ଡି.ଏନ.ଏ.): ବଡ଼ଚଣା ବ୍ଲକର ୪୩ ପଞ୍ଚାୟତରେ ୧୮ ତାରିଖରେ ମତଦାନ ଶେଷ ହୋଇଛି। ଏହାପରେ ପ୍ରାର୍ଥୀ ହାର୍‌ଜିତକୁ ନେଇ ଅଙ୍କ କଷିବାରେ ବ୍ୟସ୍ତ ଅଛନ୍ତି। ୬୩୭ୱାର୍ଡ...

ଭାଜପାର କଳାହାଣ୍ଡି ବନ୍ଦ

କଳାହାଣ୍ଡି,୧୯।୧୦: ବେସରକାରୀ କଲେଜ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଛି। ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ପୋଲିସ ବଙ୍ଗୋମୁଣ୍ଡ ବ୍ଲକ ଝରିଆଲ ପଞ୍ଚାୟତ...

ଦୀଘା ମୁହାଣରୁ ଧରାହେଲା ବିରଳ ପ୍ରଜାତିର ସଙ୍କର ଚିଲ ମାଛ

ଭୋଗରାଇ, ୧୯।୧୧(ଡି.ଏନ.ଏ.): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ମୁହାଣ ଗଭୀର ସମୁଦ୍ରରୁ ଶୁକ୍ରବାର ପୁଣି ଏକ ବିରଳ ପ୍ରଜାତିର ସଙ୍କର ଚିଲ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ...

ନିର୍ବନ୍ଧ ପାଇଁ ଯାଉଥିଲେ: ଜଳ ଭଣ୍ଡାରରେ ଅଟକି ଗଲା ଲଞ୍ଚ

ଭବାନୀପାଟଣା/ଜୟପାଟଣା,୨୧।୧: କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ଜଳଭଣ୍ଡାରେ ୭ଜଣଙ୍କୁ ଧରି ଯାଉଥିବା ଏକ ଲଞ୍ଚ ଗୁରୁବାର ଅଟକି ଯାଇଥିଲା। ହେଲେ ଏକ ଆମ୍ବୁଲାନ୍ସ ଡଙ୍ଗା ପହଞ୍ଚି ୭ଜଣଙ୍କୁ...

Advertisement
Archives

Model This Week