୨୫ ମାସର ସର୍ବନିମ୍ନ ସ୍ତରରେ ପାଇକାରୀ ମୁଦ୍ରସ୍ଫୀତି

ନୂଆଦିଲ୍ଲୀ,୧୪-୮: ଖୁଚୁରା ମୁଦ୍ରାସ୍ଫୀତି ପରେ ପାଇକାରୀ ମୁଦ୍ରାସ୍ଫୀତି କ୍ଷେତ୍ରରେ ମୋଦି ସରକାର ଆଶ୍ୱସ୍ତ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ୧.୦୮ ପ୍ରତିଶତକୁ ହ୍ରାସ ପାଇଛି। ଏହା ଗତ ୨୩ ମାସରେ ସର୍ବନିମ୍ନ ସ୍ତର କୁହାଯାଉଛି। ଜୁନ୍‌ରେ ଏହା ୨.୦୨% ରହିଥିବା ବେଳେ ଗତବର୍ଷ ଜୁଲାଇରେ ଏହା ୫.୨୭ ପ୍ରତିଶତ ରହିଥିଲା। ଏଥିପୂର୍ବରୁ ୨୦୧୭ ଜୁନ୍‌ରେ ପାଇକାରୀ ମୁଦ୍ରାସ୍ଫୀତି ୦.୯୦ ପ୍ରତିଶତ ରହିଥିଲା। ଜୁଲାଇରେ ଖାଦ୍ୟପଦାର୍ଥର ପାଇକାରୀ ମୁଦ୍ରାସ୍ଫୀତି ହାର ୫.୦୪ ପ୍ରତିଶତରୁ ହ୍ରାସ ପାଇ ୪.୫୪ ପ୍ରତିଶତ ହୋଇଛି। ସେହିପରି ପ୍ରାଇମେରି ଆର୍ଟିକିଲ୍ସର ମୁଦ୍ରାସ୍ଫୀତି ହାର ୬.୭୨ ପ୍ରତିଶତରୁ ୫.୦୩ ପ୍ରତିଶତକୁ କମିଛି। ଇନ୍ଧନ ଓ ବିଜୁଳି କ୍ଷେତ୍ରରେ ପାଇକାରୀ ମୁଦ୍ରାସ୍ଫୀତି ହାର ଜୁଲାଇରେ -୩.୬୪ ପ୍ରତିଶତକୁ ଖସିଆସିଥିବା ବେଳେ ଜୁନ୍‌ରେ ଏହା -୨.୨% ରହିଥିଲା। ସୂଚନାଥାଉ କି, ଜୁଲାଇର ଖୁଚୁରା ମୁଦ୍ରାସ୍ଫୀତି ୩.୧୫ ପ୍ରତିଶତକୁ ଖସିଆସିଛି, ଯାହା କି ଜୁନ୍‌ରେ ୩.୧୮ ପ୍ରତିଶତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପରେ ପେଟ୍ରୋଲ-ଡିଜେଲ ଦାମ୍‌ ୧୫ ଟଙ୍କା ବଢ଼ିବା ଆଶଙ୍କା, ୮ ବର୍ଷର ରେକର୍ଡ ଭାଙ୍ଗିଲା ଆଶୋଧିତ ତୈଳ…

ନୂଆଦିଲ୍ଲୀ, ୧୫।୨ : ସମ୍ପ୍ରତି ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଛି। ଏହାପରେ...

ଗ୍ରୁପ୍‌ କମ୍ପାନୀରେ ନିବେଶ: ଇପିଏଫଓ ଫଣ୍ଡ ମ୍ୟାନେଜରଙ୍କ ଉପରେ କଟକଣା

ନୂଆଦିଲ୍ଲୀ,୧୯।୬: ଗ୍ରୁପ୍‌ କମ୍ପାନୀରେ ନିବେଶ ନେଇ ଏମ୍ପ୍ଲୟି ପ୍ରୋଭିଡେଣ୍ଟ ଫଣ୍ଡ ଅଗାନାଇଜେଶନ(ଇପିଏଫ୍‌ଓ) ନିଜର ଆସେଟ ମ୍ୟାନେଜରଙ୍କ ଉପରେ କଟକଣା ଜାରି କରିଛି। ନିକଟ ଅତୀତରେ କେତେକ...

ମହଙ୍ଗା ହେଲା ଇଲେକଟ୍ରୋନିକ୍ସ ପ୍ରଡକ୍ଟ

ନୂଆଦିଲ୍ଲୀ,୨୯।୬ : ଚାଇନା ସାମଗ୍ରୀ ଉପରେ ଭାରତ ବର୍ତ୍ତମାନ ନିର୍ଭରଶୀଳ ଥିବାରୁ ଚାହିଁଲେ ମଧ୍ୟ ରାତାରାତି ଏହାକୁ ନିଷେଧ କରି ପାରୁନାହିଁ। ଗଲଓ୍ବାନ ଘାଟିରେ ଚାଇନା...

୩୦ ବିଲିୟନ ଡଲାର ବଢ଼ିଲା ଜୁକରବର୍ଗଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୫।୫: ଗତ କିଛିଦିନ ତଳେ ଫେସ୍‌ବୁକ୍‌ର ମାର୍କ ଜୁକରବର୍ଗ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟ୍‌ଫର୍ମରେ ୪୪ ହଜାର କୋଟି ଟଙ୍କା ନିବେଶ...

ହଜାରେ କର୍ମଚାରୀଙ୍କୁ ଛଟେଇ କରିବ ଏମିରେଟ୍ସ

ନୂଆଦିଲ୍ଲୀ,୧୧।୬: କରୋନା ବିମାନ ଚଳାଚଳ କ୍ଷେତ୍ରକୁ କ୍ଷତିଗ୍ରସ୍ତ କରିଛି। ବର୍ତ୍ତମାନ ଏହି କ୍ଷେତ୍ରରେ ବୃହତ୍‌ ପରିମାଣର ଛଟେଇ ହୋଇଥିବା ବେଳେ ଅନେକଙ୍କ ଚାକିରି ଉପରେ ସଙ୍କଟ...

ଭାରତରେ ଶାଖା ଖୋଲିବ ବ୍ୟାଙ୍କ ଅଫ୍‌ ଚାଇନା

ମୁମ୍ବାଇ,୩-୮: ବିଶ୍ୱରେ ୫ମ ସ୍ଥାନ ହାସଲ କରିଥିତ୍ବା ବ୍ୟାଙ୍କ ଅଫ୍‌ ଚାଇନା ଭାରତରେ ଏକ ଶାଖା ଖୋଲିବାକୁ ଯାଉଛି। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାକୁ...

ପାକ୍‌ ବାୟୁସୀମା ଦେଇ ଭାରତ ଆସିଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ,୬-୬: ପାକିସ୍ତାନ ଏହାର ବାୟୁସୀମାରୁ କଟକଣା ପ୍ରତ୍ୟାହାର କରିନେବା ପରେ ଭାରତୀୟ ଘରୋଇ ବିମାନ ଇଣ୍ଡିଗୋର ପ୍ରଥମ ବିମାନ ସୁରକ୍ଷିତ ଭାବେ ଭାରତରେ ପହଞ୍ଚତ୍ଛି। ପାକିସ୍ତାନ...

୧୭ ଯାଏ ରିମାଣ୍ଡରେ ଗଲେ ଦୀପକ କୋଚ୍ଚର

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କର ବେଆଇନ ଋଣ ପ୍ରଦାନ ମାମଲାରେ ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଳିତ ମାସ ୧୭...

Advertisement
Archives

Model This Week