୨୫% ଦରମା କାଟିବ ଇଣ୍ଡିଗୋ

ନୂଆଦିଲ୍ଲୀ,୧୧।୫- ଦେଶର ସର୍ବବୃହତ୍‌ ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋ ଏୟାର ଲାଇନ୍ସ ଆର୍ଥିକ ବର୍ଷ ୨୦୨୦-୨୧ପାଇଁ ଏହାର କର୍ମଚାରୀଙ୍କ ବେତନରୁ ୫% ରୁ ୨୫% କାଟ କରିବା ପାଇଁ ନିଷ୍ପତ୍ତି ନେଇଛି ା ତେବେ ବରିଷ୍ଠ ବର୍ଗର କର୍ମଚାରୀଙ୍କ କ୍ଷେତ୍ରରେ୨୫% ବେତନ କାଟ ହେବ ବୋଲି ଶୁକ୍ରବାର କମ୍ପାନୀ ପକ୍ଷରୁ ସୂଚନା ମିଳିଛି ା କରୋନା ସଂକ୍ରମଣର ଭୟାବହତା କାରଣରୁ ମାର୍ଚ୍ଚ ତୃତୀୟ ସପ୍ତାହରୁ ସରକାରୀ ଓ ଘରୋଇ ବିମାନ ସେବାକୁ ସାମୂହିକ ବନ୍ଦ ରଖିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଣାଳୟ ର୍ନିର୍ଦ୍ଦେଶାବଳୀ ଜାରି କରିଥିଲା ା ଏହି ନିଷ୍ପତ୍ତି ଅନୁସାରେ କମ୍ପାନୀ ଗୁଡିକ ସେବା ବନ୍ଦ ରଖିଛନ୍ତି । ସେବା ବନ୍ଦ ଥିବାରୁ ଏଭଳି ପରିସ୍ଥିିତିରେ କର୍ମଚାରୀଙ୍କୁ ଶତ ପ୍ରତିଶତ ବେତନ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା କଷ୍ଟକର । ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ରଣଜୟ ଦତ୍ତ ଟୁଇଟ୍‌ ଓ ଇମେଲ ମାଧ୍ୟମରେ କର୍ମଚାରୀମାନଙ୍କୁ ଅବଗତ କରାଇଛନ୍ତି ା ସେ ଆହୁରି କହିଛନ୍ତି ଯେ , ଗତ ମାର୍ଚ୍ଚ ଶେଷ ସପ୍ତାହରୁ କର୍ମଚାରୀଙ୍କ ବେତନ ହ୍ରାସ ଘୋଷଣା କରାଯାଇଥିଲା । ସେହିଭଳି ମେ , ଜୁନ ଏବଂ ଜୁଲାଇ ମାସର ବେତନ ପ୍ରଦାନ ବିଷୟରେ କମ୍ପାନୀ ପକ୍ଷରୁ ଚିନ୍ତା କରାଯାଉଛି ା ଗତ ୨ମାସ ହେଲା ବିମାନ ଚଳାଚଳ ବନ୍ଦ ରହିଥିବାରୁ କମ୍ପାନୀ ବର୍ତ୍ତମାନ ବ୍ୟାପକ ସମସ୍ୟାରେ ରହିଛି । ଏହି କାରଣ ପାଇଁ ବରିଷ୍ଠ ଅଧିକାରୀଙ୍କର ୨୫%, ବରିଷ୍ଠ ଉପାଧ୍ୟକ୍ଷ ବର୍ଗରେ ୨୦% , ଉପାଧ୍ୟକ୍ଷ ବର୍ଗର ୧୫%, ସହ ଉପାଧ୍ୟକ୍ଷଙ୍କର ୧୫% ସମେତ ଅନ୍ୟ ବର୍ଗଙ୍କ ପାଇଁ ୫% ହିସାବରେ ଦରମା କାଟ ନିଷ୍ପତ୍ତି ହୋଇଥିବା ସେ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri