୨୪% ଭୁବନେଶ୍ୱରବାସୀ ଜୀବନସାଥୀଙ୍କୁ ବିଶ୍ୱାସଘାତକ ଭାବନ୍ତି

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ):ବିବାହିତ ଦମ୍ପତିଙ୍କ ମଧ୍ୟରେ ଅସୁରକ୍ଷିତ ଭାବନା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି କି ନିଜ ଜୀବନସାଥିଙ୍କ ଉପରେ ଲୋକଙ୍କ ଭରସା କମିଯାଉଥିବା ବେଳେ ନିଜ ସନ୍ଦେହ ଦୂରକରିବା ପାଇଁ ସେମାନେ ଯାଞ୍ଚ ଆବଶ୍ୟକ କରୁଛନ୍ତି। ୪୫% ଭାରତୀୟ ନିଜ ଜୀବନସାଥୀଙ୍କ ଅନୁମତି ବିନା ତଥା ଅଗୋଚରରେ ସେମାନଙ୍କ ଫୋନ ଯାଞ୍ଚ କରିବା ପାଇଁ ଚାହଁୁଛନ୍ତି। ୫୫% ଏହା ଆଗରୁ କରିସାରିଥିବା ସ୍ବୀକାର କରିଛନ୍ତି। ସବୁଠାରୁ ବଡ଼କଥା ହେଲା ଭୁବନେଶ୍ୱର ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନି। ଭୁବନେଶ୍ୱରରେ ୫୬% ଲୋକ ନିଜ ଜୀବନସାଥୀଙ୍କ ଅଗୋଚରରେ ତାଙ୍କ ଫୋନ୍‌ ଚେକ୍‌ କରିଥିବା କହିଛନ୍ତି। ସେହିଭଳି ୨୪% ଲୋକ ସେମାନଙ୍କ ଜୀବନସାଥୀ ତାଙ୍କୁ ଧୋକା ଦେଉଥିବା ବିଶ୍ୱାସ କରୁଛନ୍ତି। ମାଇଣ୍ଡଶେୟାର ଏବଂ ୟୁନୋମୋ ସହଯୋଗରେ ନିକଟରେ ହଟ୍‌ଷ୍ଟାର୍‌ ପକ୍ଷରୁ କରାଯାଇଥିବା ଏକ ସ୍ବତନ୍ତ୍ର ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ବିଶ୍ୱାସଘାତକତାରେ ଭାରତୀୟମାନଙ୍କ ଦୃଷ୍ଟିକୋଣର ଅନୁସନ୍ଧାନ କରିବାକୁ କରାଯାଇଥିବା ଏହି ସର୍ଭେରେ ଭାରତରେ ବୈବାହିକ ସମ୍ପର୍କରେ ଆସୁଥିବା ପରିବର୍ତ୍ତନ ଓ ଜୀବନସାଥୀଙ୍କ ମଧ୍ୟରେ ରହିଥିବା ବିଶ୍ୱସନୀୟତାର ମହତ୍ତ୍ୱକୁ ଜାଣିବାକୁ ଚେଷ୍ଟା କରାଯାଇଥିଲା। ଭାରତର ପ୍ରାୟ ପ୍ରତ୍ୟେକ ବୟସଗୋଷ୍ଠୀ ଏବଂ ସହରଗୁଡ଼ିକରେ ଦମ୍ପତିିମାନଙ୍କ ଚିନ୍ତାଧାରାକୁ ଜାଣିବା ପାଇଁ ପ୍ରୟାସ କରାଯାଇଥିବା ବେଳେ ଏଥିରେ ଭୁବନେଶ୍ୱର ବାସିନ୍ଦାଙ୍କ କିଛି ପ୍ରମୁଖ ଦୃଷ୍ଟିକୋଣକୁ ମଧ୍ୟ ଆଲୋକପାତ କରାଯାଇଛି। ଏହାକୁ ହଟ୍‌ଷ୍ଟାର ‘ଆଉଟ୍‌ ଅଫ୍‌ ଲଭ୍‌’ ସର୍ଭେ ମଧ୍ୟ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ତାମିଲନାଡୁରୁ ସୁବର୍ଣ୍ଣପୁର

ସୋନପୁର,୭।୬(ନି.ପ୍ର.)-ତାମିଲନାଡୁର ଶ୍ରବଣପଲିରୁ ସୁବର୍ଣ୍ଣପୁର ଜିଲାର ନାରାୟଣପୁର ଦୀର୍ଘ ୧୭୦୦ କି.ମି. ସାଇକେଲ ଯାତ୍ରା। ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ନାରାୟଣପୁରର କରୁଣା ଧରୁଆ(୨୭), ଗିରିଗୋବର୍ଦ୍ଧନ ଧରୁଆ(୨୯),...

ମାଲକାନଗିରିରେ ଡିଜିପି: ମାଓବାଦୀ ଦମନ ନେଇ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ

ମାଲକାନଗିରି,୧୩।୧୦(ଡି.ଏନ୍‌.ଏ.): ଡିଜିପି ଅଭୟ ବୁଧବାର ମାଲକାନଗିରି ଜିଲା ଗସ୍ତରେ ଯାଇଛନ୍ତି। ତାଙ୍କ ସହ ଇଣ୍ଟେଲିଜେନ୍ସ ଡାଇରେକ୍ଟର ଲଳିତ ଦାସ, ଇଣ୍ଟେଲିଜେନ୍ସ ଆଇଜି ଅମିତାଭ ଠାକୁର ଏସ୍‌ଆଇଡବ୍ଲ୍ୟୁ...

ଖୋଲିଲା ଶାନ୍ତିସ୍ତୂପ ଧଉଳି

ପୁରୁଣା ଭୁବନେଶ୍ୱର,୨୫।୮(ଡି.ଏନ୍‌.ଏ.): କରୋନା କଟକଣା ଯୋଗୁ ଦୀର୍ଘ ୩ମାସ ବନ୍ଦ ରହିଥିବା ଶାନ୍ତିସ୍ତୂପ ଧଉଳି ପୀଠ ବୁଧବାର ଖୋଲିଛି। ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ମାସ୍କ, ସାନିଟାଇଜର...

ଧୋଇନେଲା ଲଘୁଚାପ

ଭୁବନେଶ୍ୱର,୨୮/୮(ବ୍ୟୁରୋ):ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ଝାଡ଼ଖଣ୍ଡ ଉପରକୁ ଚାଲିଯାଇଛି। ଦକ୍ଷିଣ ପଶ୍ଚିମ ଝାଡ଼ଖଣ୍ଡ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ଛତିଶଗଡ଼ରେ ଗୁରୁବାର ସକାଳୁ ବର୍ଷା...

କୃଷି ଯନ୍ତ୍ରାଂଶ ସବ୍‌ସିଡି ନାଁରେ ହଡ଼ପ

ଭୁବନେଶ୍ୱର,୧୧ା୩(ବ୍ୟୁରୋ):ଅନୁସୂଚିତ ଜାତି(ଏସ୍‌ସି) ଓ ଜନଜାତି(ଏସ୍‌ଟି) ଚାଷୀଙ୍କ ଆର୍ଥିକ ଅଭିଭୃଦ୍ଧି ଏବଂ ବୈଜ୍ଞାନିକ ପଦ୍ଧତିରେ ଉନ୍ନତ ମାନର ଚାଷ ପାଇଁ କୃଷି ଯନ୍ତ୍ରାଂଶ କିଣାରେ ରାଜ୍ୟ ସରକାର...

ଥାନାରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୪।୩(ବ୍ୟୁରୋ): ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ବାରିପଦା ଟାଉନ ଥାନାରେ ଶୁକ୍ରବାର ହାଜିର ହୋଇଛନ୍ତି। ପୂର୍ବରୁ ଅଧିକାରୀମାନେ କେନ୍ଦ୍ରମନ୍ତ୍ରୀ ମାଡ଼...

ଗାଁକୁ ନାହିଁ ରାସ୍ତା: ଷ୍ଟ୍ରେଚରରେ ବୁହାହେଲା ମୃତଦେହ

ଭବାନୀପାଟଣା,୧୯।୮(ସ୍ବ.ପ୍ର.): ଦାନ ମାଝୀ ଘଟଣା ଭଳି ପୁଣି ଥରେ ଦୁର୍ଗମ ଅଞ୍ଚଳରେ ଆଉ ଏକ ମୃତଦେହକୁ ସମ୍ମାନ ମିଳିନାହିଁ। ଗାଁକୁ ରାସ୍ତା ନ ଥିବାରୁ ୭...

ବିରୋଧୀ ଦଳ ନେତାଙ୍କ ଅଭିଯୋଗ: କେନ୍ଦୁପତ୍ର ତୋଳାଳି ପଇସା ପାଉ ନାହାନ୍ତି

ଭୁବନେଶ୍ୱର, ୧୨।୩(ବ୍ୟୁରୋ): କେନ୍ଦୁପତ୍ର ତୋଳାଳିଙ୍କୁ ସେମାନଙ୍କ ନ୍ୟାଯ୍ୟ ପତ୍ର ମିଳୁନାହିଁ। ସେମାନେ ଯେତିକି ପାଉଣା ପାଇବା କଥା ତାହା ପାଉ ନାହାନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉନ୍ନୟନ...

Advertisement
Archives

Model This Week