୨୪ ଘଣ୍ଟା ନ ପୁରୁଣୁ ଓଡ଼ିଶାକୁ ମିଳିଲା ୫୦୦ କୋଟି

ଭୁବନେଶ୍ୱର,୨୩।୫(ବ୍ୟୁରୋ): ୨୪ ଘଣ୍ଟା ନ ପୁରୁଣୁ ରାଜ୍ୟକୁ ଅମ୍ଫନ ସହାୟତା ମିଳିଛି। ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୫୦୦ କୋଟି ଟଙ୍କା ଓଡ଼ିଶାକୁ ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟକୁ ଏହି ଟଙ୍କା ମିଳିଛି। ଏନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଟଙ୍କା ମଞ୍ଜୁର ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରଣାଳୟଙ୍କୁ ରାଜ୍ୟ ସରକାର ଧନ୍ୟବାଦ ଜଣାଇଛନ୍ତି।

ପ୍ରକାଶ ଯେ, ଶୁକ୍ରବାର ଆକାଶମାର୍ଗରୁ ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ଏକ ସମୀକ୍ଷା ବୈଠକରେ ରାଜ୍ୟ ସରକାର ବାତ୍ୟା କ୍ଷୟକ୍ଷତି ନେଇ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ। କ୍ଷୟକ୍ଷତିର ଚୁଡ଼ାନ୍ତ ଆକଳନ ପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏଥିପାଇଁ ଖୁବ୍‌ଶୀଘ୍ର କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସିବ। ହେଲେ ଏବେ ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଜରୁରିକାଳୀନ ଭିତ୍ତିରେ ୫୦୦ କୋଟି ଟଙ୍କାର ଆଗୁଆ ସହାୟତା ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ବ୍ରାଉନସୁଗାର ବ୍ୟବସାୟୀ ଜେଲ୍‌ ଗଲେ: ୫ ଲକ୍ଷର ବ୍ରାଉନସୁଗାର, ୫ ମୋବାଇଲ ଓ କାର ଜବତ

ଭୁବନେଶ୍ୱର,(ବ୍ୟୁରୋ)/ପାତ୍ରପଡ଼ା, ୨୧।୧୧(ଡି.ଏନ୍‌.ଏ.): ଖଣ୍ଡଗିରି ଥାନା ପୋଲିସ ଓ କ୍ୟୁଏଟି ମିଳିତ ଭାବେ ଚଢ଼ାଉ କରି ୩ଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ନୟାପଲ୍ଲୀ...

ସକାଳ ୮ଟାରୁ ଦିନ ୨ଟା ଯାଏ ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର,୧୯।୭(ବ୍ୟୁରୋ)-କରୋନା ସଂକ୍ରମଣ ରୋକିବା ପାଇଁ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲା ସମେତ ରାଉରକେଲା ମହାନଗର ନିଗମରେ ଜୁଲାଇ ୧୭ ରାତି ୯ଟାରୁ ଜୁଲାଇ...

ଆଜି ୧୬ ଜୀବନ ନେଲା କରୋନା

ଭୁବନେଶ୍ବର,୧୭।୨:ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ। ମଙ୍ଗଳବାର କରୋନା ୧୬ ଜଣଙ୍କ ଜୀବନ ନେଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ଆଖି ବୁଜିଲା ପୋଖରୀରେ ଫସିଥିବା ହାତୀ

ସମ୍ବଲପୁର,୨୧।୬(ବ୍ୟୁରୋ): ପୋଖରୀରେ ଫସିଥିବା ଅସୁସ୍ଥ ହାତୀର ମଙ୍ଗଳବାର ମୃତ୍ୟୁ ହୋଇଛି। ଏ ନେଇ ସମ୍ବଲପୁର ଡିଏଫଓ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ...

ପରୀକ୍ଷାମୂଳକ ଭାବେ ଗଡ଼ିଲା ବିଦ୍ୟୁତ୍‌ ଟ୍ରେନ୍‌

ନୟାଗଡ଼ ଅଫିସ,୩୧।୩: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ପରୀକ୍ଷାମୂଳକ ଭାବେ ବିଦ୍ୟୁତ୍‌ ଟ୍ରେନ ଚଳାଚଳ କରିଛି। ମଙ୍ଗଳବାର ପୂର୍ବାହ୍ନ ୯ଟାରେ ଖୋର୍ଦ୍ଧା ରୋଡ଼(ଜଟଣୀ)ରୁ ବାହାରିଥିବା ଏହି ଟ୍ରେନ ନୟାଗଡ଼ରେ...

ଆଜିଠାରୁ ଶ୍ରୀମନ୍ଦିରରେ ନୂଆ ଏସ୍‌ଓପି

ପୁରୀ ଅଫିସ ୧୬।୧୨: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ନୂଆ ଏସ୍‌ଓପି ଜାରି କରାଯାଇଛି। ଏହି ନୂଆ ଏସ୍‌ଓପି ଚଳିତ ମାସ ୧୬ ତାରିଖ ଅର୍ଥାତ୍‌...

ରାଜ୍ୟରେ ୧୨ ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ

କଟକ ଅଫିସ,୯।୬: ପଶ୍ଚିମବଙ୍ଗରେ ବାତ୍ୟା ‘ଅମ୍ଫାନ’ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇ ଫେରିଥିବା ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରୁ ୧୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି।...

ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ରୋମ ଗସ୍ତ ଆରମ୍ଭ କଲେ ନବୀନ

ଭୁବନେଶ୍ୱର,୨୧ା୬(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱର ସର୍ବପୁରାତନ ସହର ରୋମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମଙ୍ଗଳବାର ନବୀନ ରୋମର ପିଆଜା ଗାନ୍ଧୀଠାରେ ଥିବା ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ...

Advertisement
Archives

Model This Week