୨୩ ମାସର ସର୍ବନିମ୍ନ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୬-୭: ମୋଦି ସରକାରଙ୍କୁ ମୁଦ୍ରାସ୍ଫୀତି କ୍ଷେତ୍ରରେ ଆଶ୍ୱସ୍ତି ମିଳିଛି। ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି ତଥ୍ୟ ସୋମବାର ଜାରି କରାଯାଇଛି। ଜୁନ୍‌ରେ ମୁଦ୍ରାସ୍ଫୀତି ୨.୦୨ ପ୍ରତିଶତ ରହିଛି। ଗତ ମାସରେ ଏହା ୨.୪୫% ରହିଥିଲା। ଏପରି ଦେଖିଲେ ଗୋଟିଏ ମାସ ମଧ୍ୟରେ ମୁଦ୍ରାସ୍ଫୀତି ହାର ୦.୪୩% ହ୍ରାସ ପାଇଛି। ଜୁନ୍‌ର ତଥ୍ୟ ଗତ ୨୩ ମାସର ସର୍ବନିମ୍ନ ସ୍ତର କୁହାଯାଉଛି। ଏଥିପୂର୍ବରୁ ୨୦୧୭ ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ହାର ୧.୮୮ ପ୍ରତିଶତ ରହିଥିଲା। ସେହିପରି ଏକ ବର୍ଷ ପୂର୍ବର ତଥ୍ୟ ସହ ତୁଳନା କଲେ ଜଣାପଡେ ଯେ, ୨୦୧୮ ଜୁନ୍‌ରେ ପାଇକାରୀ ମୁଦ୍ରାସ୍ଫୀତି ହାର ୫.୬୮ ପ୍ରତିଶତ ରହିଥିଲା। ପ୍ରକାଶିତ ତଥ୍ୟ ଅନୁଯାୟୀ, ପନିପରିବା, ଇନ୍ଧନ ଓ ବିଜୁଳି କ୍ଷେତ୍ର ସହ ଜଡ଼ିତ ସାମଗ୍ରୀ ଦର ହ୍ରାସ ପାଇବା କାରଣରୁ ମୁଦ୍ରାସ୍ଫୀତି କ୍ରମାଗତ ଦ୍ୱିତୀୟ ମାସ ହେବ କମିଛି। ଖାଦ୍ୟପଦାର୍ଥ ମୁଦ୍ରାସ୍ଫୀତି ସାମାନ୍ୟ କମି ୬.୯୮ ପ୍ରତିଶତ ରହିଥିବା ବେଳେ ପନିପରିବା ମୁଦ୍ରାସ୍ଫୀତି ହାର ୨୪.୭୬ ପ୍ରତିଶତକୁ ହ୍ରାସ ପାଇଛି। ସୂଚନାଥାଉ କି, ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ସାମାନ୍ୟ ବୃଦ୍ଧି ପାଇବା କାରଣରୁ ଜୁନ୍‌ରେ ଏହା ୩.୧୮%କୁ ବୃଦ୍ଧି ପାଇଥିଲା। ଗତବର୍ଷ ଏହା ୪.୯୨% ଥିଲା। ଚଳିତ ବର୍ଷ ଜାନୁୟାରୀରୁ ଖୁଚୁରା ମୁଦ୍ରାସ୍ଫୀତି ବଢ଼ିଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୧୦ ସହରରେ ଜିଓ ଟ୍ରୁ ୫ଜି ସେବା

ନୂଆଦିଲ୍ଲୀ,୨୫ା୧: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ମଙ୍ଗଳବାର ଓଡ଼ିଶାର ଆଉ ୬ ଟି ସହରରେ ଜିଓ ଟ୍ରୁ ୫ଜି ସେବାର ଶୁଭାରମ୍ଭ...

ଏସ୍‌ପ୍ଲାନେଡ୍‌ ମଲ୍‌ରେ ହିଲିଅସ୍‌ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୧।୧୧: ଟାଟା ଗ୍ରୁପ୍‌ର ଲାଇଫ୍‌ ଷ୍ଟାଇଲ୍‌ କମ୍ପାନୀ ‘ହିଲିଅସ୍‌’ର ଆଉ ଏକ ପ୍ରିମିୟମ ଆଉଟ୍‌ଲେଟ୍‌ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ନେକ୍ସସ ଏସ୍‌ପ୍ଲାନେଡ୍‌ ମଲ୍‌ରେ ହିଲିଅସ୍‌ର...

ଏଚ୍‌-୧ ବି ଭିଜା ଆପ୍ଲିକେଶନ ଫି ବଢ଼ିଲା

ମୁମ୍ବାଇ,୨।୮: ଏଚ୍‌-୧ ବି ଭିଜା ଆପ୍ଲିକେଶନର ବେସିକ୍‌ ଫି ବା ସାଧାରଣ ଦେୟକୁ ବର୍ତ୍ତମାନ ବୃଦ୍ଧି କରାଯାଇଛି। ଏଥିଲାଗି ୪୬୦ ଡଲାର (୩୪,୪୬୭.୭୫ ଟଙ୍କା) ଦେବାକୁ...

ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ଦୁର୍ବଳ

ମୁମ୍ବାଇ,୩୦ା୬(ପି.ଟି.): ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ବୁଧବାର ସର୍ବକାଳୀନ ଦୁର୍ବଳ ହୋଇଛି। ସନ୍ଧ୍ୟା ସୁଦ୍ଧା ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ୧୮...

ସରିଲା ଡେଡ୍‌ଲାଇନ, କଟିବ ଫାଇନ

ନୂଆଦିଲ୍ଲୀ,୧୧।୧:  ଗତ ରବିବାର ଥିଲା ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ରିଟର୍ନ ଦାଖଲ କରିବାର ଶେଷ ଦିନ। ଏହା ପୂର୍ବରୁ ଆଇଟିଆର ଫାଇଲ କରିବାର ଶେଷ ତାରିଖ...

ଆର୍‌ବିଆଇ ଟୁଇଟରରେ ୧୦ ଲକ୍ଷ ଫଲୋଅର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ଟୁଇଟର ହ୍ୟାଣ୍ଡେଲରେ ଫଲୋଅରଙ୍କ ସଂଖ୍ୟା ଏବେ ୧୦ ଲକ୍ଷ ଟପିଛି। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ରବିବାର ଏ...

ରିଲାଏନ୍ସ ରିଟେଲରେ ‘ଏନ୍‌ବିଏ ମର୍ଚ୍ଚାଣ୍ଡାଇଜ୍‌ ରେଞ୍ଜ୍‌’

ନୂଆଦିଲ୍ଲୀ,୧୪।୧୦:ରିଲାଏନ୍ସ ରିଟେଲ ଲିମିଟେଡ୍‌ ଏବଂ ନ୍ୟାଶନାଲ ବାସ୍କେଟବଲ୍‌ ଆସୋସିଏସନ (ଏନ୍‌ବିଏ) ପକ୍ଷରୁ ଭାରତ ବଜାରରେ ଏନ୍‌ବିଏ ମର୍ଚ୍ଚଣ୍ଡାଇଜ୍‌ର ବିସ୍ତୃତ ବର୍ଗମାଳାର ଉନ୍ମୋଚନ କରାଯାଇଛି। ଏହି ନୂଆ...

କଲ୍ୟାଣକୁମାର ଜେଏସ୍‌ଏଲ୍‌ର ନୂଆ ସିଏସ୍‌ଓ

ନୂଆଦିଲ୍ଲୀ,୧୦।୧: ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସ୍‌ଏଲ୍‌)ର ନୂଆ ଚିଫ ସଷ୍ଟେନବିଲିଟି ଅଫିସର (ସିଏସଓ) ଭାବେ କଲ୍ୟାଣ କୁମାର ଭଟ୍ଟାଚାର୍ଜୀ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ...

Advertisement
Archives

Model This Week