୨୩୨ ରେଳ ଷ୍ଟେଶନରେ ନିର୍ମାଣ ହେବ ପୂର୍ବନିର୍ମିତ ଶୌଚାଳୟ

ଭୁବନେଶ୍ୱର,୪-୬: ସ୍ବଚ୍ଛ ଭାରତ ମିଶନ ପଦକ୍ଷେପ ଅନ୍ତର୍ଗତ ୨୩୨ ରେଳ ଷ୍ଟେଶନରେ ପୂର୍ବନିର୍ମିତ ଶୌଚାଳୟ ନିର୍ମାଣ କରାଯିବ। ଏଥି ଲାଗି ପୂର୍ବତଟ ରେଳପଥ, ରାଇଟ୍ସ ଏବଂ ମହାନଦୀ କୋଲ ଫିଲ୍ଡ ଲିମିଟେଡ (ଏମ୍‌ସିଏଲ୍‌) ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ରେଳ ଷ୍ଟେଶନର ବିସ୍ତୃତ ସ୍ଥାନଗୁଡିକରେ ଏହା ନିର୍ମାଣ ହେବ। ସ୍ଥାନୀୟ ଏମ୍‌ସିଏଲ୍‌ କାର୍ଯ୍ୟାଳୟଠାରେ ପୂର୍ବତଟ ରେଳପଥ ପ୍ରମୁଖ ଯନ୍ତ୍ରୀ ଏନ୍‌.ଏସ୍‌.ଉଇକେ, ଏମ୍‌ସିଏଲ୍‌ ସମ୍ବଲପୁର ସିଏସ୍‌ଆର୍‌ ମହାପ୍ରବନ୍ଧକ ବି.ସାଇରାମ, ରାଇଟ୍ସ ମହାପ୍ରବନ୍ଧକ ପ୍ରେମ ରଞ୍ଜନ କୁମାର ଏବଂ ପୂର୍ବତଟ ରେଳପଥର ଯୋଜନା ବିଭାଗ ମୁଖ୍ୟଯନ୍ତ୍ରୀ ବ୍ରଜେଶ ମିଶ୍ରଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହି ଚୁକ୍ତି ମୁତାବକ ଓଡ଼ିଶାର ୧୨୭, ଦକ୍ଷିଣ ପୂର୍ବ ରେଲଓ୍ବେର ୫୫ ଏବଂ ଦକ୍ଷିଣ ପୂର୍ବ ମଧ୍ୟ ରେଳପଥର ୫ଟି ଷ୍ଟେଶନରେ ଶୌଚାଳୟ ନିର୍ମାଣ କରାଯିବ। ଏହା ଦ୍ୱାରା ରେଳଯାତ୍ରୀଙ୍କ ସମେତ ବିଭିନ୍ନ ଲୋକ ଉପକୃତ ହେବେ। ଏହି ପ୍ରକଳ୍ପର କାର୍ଯ୍ୟକାରୀ ସଂସ୍ଥା ଭାବେ ରାଇଟ୍ସ ନିୟୋଜିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିବେଶକଙ୍କ ସମ୍ପତ୍ତି ଲକ୍ଷେ କୋଟି କମିଲା

ନୂଆଦିଲ୍ଳୀ: ଗତ ୨ ଦିନ ଧରି କାରବାର ଉନ୍ନତ ରହିବା ପରେ ଗୁରୁବାର ଦେଶର ପୁଞ୍ଜି ବଜାର ଉପରେ ଚାପ ପଡିଥିବା ଜଣାପଡିଛି। ଫଳରେ ନିବେଶକଙ୍କ...

ରେପୋ ରେଟ୍‌ରେ ୦.୫୦ ପ୍ରତିଶତ ବୃଦ୍ଧି…

ନୂଆଦିଲ୍ଲୀ, ୮।୬ : ଏବେ ଏଏମ୍‌ଆଇ ମହଙ୍ଗା ହେବାକୁ ଯାଉଛି । କ୍ରମାଗତ ଦ୍ୱିତୀୟ ମାସ ପାଇଁ ରେପୋ ରେଟ୍‌ ବୃଦ୍ଧି କରିବାକୁ ଆରବିଆଇ ନିଷ୍ପତ୍ତି...

ବଢୁଛି ବିଟ୍‌କଏନ୍‌ ବ୍ୟବହାର: ୨୦୩୦ ବେଳକୁ ୧କୋଟି ଛୁଇଁବ ମୂଲ୍ୟ

ନୂଆଦିଲ୍ଲୀ,୧୧।୧: ବର୍ତ୍ତମାନ ସମୟରେ ବିଟ୍‌ କଏନର ବ୍ୟବହାର ଓ ଚାହିଦା ମାତ୍ରାଧିକ ବୃଦ୍ଧି ପାଉଛି। ଫଳରେ ଦେଶ ବିଦେଶରେ ପ୍ରଚଳିତ ବିଭିନ୍ନ ମୁଦ୍ରାର ଏକ ବିକଳ୍ପ ହୋଇଛି...

ଜନ ଧନ ଆକାଉଣ୍ଟ ସଂଖ୍ୟା ୪୦ କୋଟି ଟପିଲା, ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ, ୩।୮: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(ପିଏମ୍‌ଜେଡିଓ୍ବାଇ)ଅଧୀନରେ ୪୦ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଏହି ଯୋଜନା ୬ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା।...

କମିଲା ଖାଇବା ତେଲ ଦର

ନୂଆଦିଲ୍ଲୀ,୨୪।୫ ଗତ କିଛି ମାସ ପରେ ବର୍ତ୍ତମାନ ସୋରିଷ ତେଲ, ବାଦାମ, ସୋୟାବିନ୍‌ ଏବଂ ପାମୋଲିନ୍‌ ସହିତ ସମସ୍ତ ପ୍ରକାର ଖାଇବା ତୈଳ ଦରରେ ହ୍ରାସ...

ପୁଣି ଆକ୍ସନରେ ମୋଦି ସରକାର;୧୫ ବରିଷ୍ଠ ଆୟକର ଅଧିକାରୀ ଜବରଦସ୍ତ ବିଦା

ନୂଆଦିଲ୍ଲୀ,୨୮-୯: ଅପାରଗ ଅଧିକାରୀଙ୍କ ବିରୋଧରେ ପୁନର୍ବାର ମୋଦି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁର୍ନୀତି, ସିବିଆଇ ମାମଲା ଓ ଅନ୍ୟ କେତେକ କାରଣ ଯୋଗୁ ସରକାର...

କର୍ନାଟକରେ ହେବ ଟେସ୍ଲା କରିଡର

ନୂଆଦିଲ୍ଲୀ: ଆମେରିକୀୟ ଇଲେକ୍ଟ୍ରିକ କାର ନିର୍ମାତା କମ୍ପାନୀ ଟେସ୍ଲା କର୍ନାଟକ ରାଜଧାନୀ ବେଙ୍ଗାଲୁରୁଠାରେ ନିଜର ପ୍ରଥମ ଉପତ୍ାଦନ ୟୁନିଟ୍‌ କରିବ ବୋଲି ଜଣାପଡିଛି। ଏ ସମ୍ପର୍କରେ କର୍ନାଟକ...

ଅପହଞ୍ଚ ଗ୍ରାମରେ ପହଞ୍ଚିବ ୪-ଜି ସେବା

ନୂଆଦିଲ୍ଲୀ,୧୮।୧୧: ଦେଶ ମଧ୍ୟରେ ଟେଲିକମ୍‌ ସେବା ଦ୍ରୁତଗତିରେ ଅଗ୍ରଗତି କରୁଛି। ଏବେ ମଧ୍ୟ ଅନେକ ସ୍ଥାନ ରହିଛି ଯେଉଁଠାରେ ଏହି ସେବାଠାରୁ ଲୋକ ବହୁ ଦୂରରେ...

Advertisement
Archives

Model This Week