୨୩ରୁ ପିପିଲିକୁ ଗଡ଼ିବ ମୋ ବସ୍‌

ଭୁବନେଶ୍ୱର,୨୧।୬(ବ୍ୟୁରୋ)- ଆସନ୍ତା ୨୩ ତାରିଖରୁ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଏକ ନୁଆ ରୁଟ୍‌ (ରୁଟ୍‌ ନଂ-୩୩) ଆରମ୍ଭ କରିବାକୁ ଯାଉଛି। ଏହା ଭୁବନେଶ୍ୱର ରେଲୱେ ଷ୍ଟେସନ (ମାଷ୍ଟରକ୍ୟାଣ୍ଟିନ)ରୁ ପିପିଲିକୁ ସଂଯୋଗ କରିବ। ଏହି ରୁଟ୍‌ର ଦୂରତା ୨୪.୮ କି.ମି ରହିଥିବା କ୍ରୁଟ୍‌ର ମୁଖ୍ୟ ପ୍ରବନ୍ଧକ ଦିପ୍ତି ମହାପାତ୍ର ରବିବାର କହିଛନ୍ତି। ମୋ ବସ ପିପିଲିକୁ ଚଲାଇବା ପାଇଁ ବହୁ ଦିନରୁ ଅନେକ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଆସିଛନ୍ତି। ଏହି ଅନୁରୋଧକୁ ରକ୍ଷାକରିବାକୁ ଯାଇ ଓ ଜନସାଧାରଣଙ୍କ ଯାତାୟତର ସୁବିଧା ପାଇଁ କ୍ରୁଟ୍‌ ପକ୍ଷରୁ ଏହି ରୁଟ୍‌ ଆରମ୍ଭ କରିବାକୁ ସ୍ଥିର କରାଯାଇଛି। ଏହା କେବଳ ସ୍ଥାନୀୟ ବାସିନ୍ଦା ନୁହଁ ଏପରିକି ପର୍ଯ୍ୟଟକଙ୍କୁ ମଧ୍ୟ ପିପିଲି ପହଁଞ୍ଚିବା ପାଇଁ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ସର୍ବମୋଟ ୪ଟି ବସ ପ୍ରତ୍ୟେକଦିନ ୩୩ଟି ବସଷ୍ଟପ୍‌ ମଧ୍ୟରେ ଯାତ୍ରା କରିବ। ପ୍ରଥମ ବସ ଭୁବନେଶ୍ୱର ରେଳ ଷ୍ଟେସନରୁ ସକାଳ ୭ଟାରେ ବାହାରିବ ଓ ଶେଷ ବସ୍‌ ସଂଧ୍ୟା ୫.୫୦ରେ ପିପିଲି ଅଭିମୁଖେ ଯାତ୍ରା କରିବ। ଠିକ୍‌ ସେହିପରି ପିପିଲିରୁ ପ୍ରଥମ ବସ୍‌ ସକାଳ ୭.୪୫ ଏବଂ ଶେଷ ବସ୍‌ ସନ୍ଧ୍ୟା ୭ଟାରେ ବାହାରିବ। ୨୩ ତାରିଖ ଅର୍ଥାତ ଆସନ୍ତା ବୁଧବାର ସେବାର ପ୍ରଥମ ଦିନରେ ମାତ୍ର ଗୋଟିଏ ବସ ଚାଲିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୫୮.୧୪ କୋଟିର ଜିଏସ୍‌ଟି ଠକେଇ ଧରାପଡ଼ିଲା: ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସମେତ ୨ ଗିରଫ

କଟକ ଅଫିସ,୩।୯: ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ ୧୮୧୯ କୋଟିର ଜାଲ ବିଲ୍‌ ର଼୍ୟାକେଟକୁ ଧରିଛି। ଏଥିସହ ସମ୍ପୃକ୍ତ ୨ଜଣ ମାଷ୍ଟରମାଇଣ୍ଡ୍‌ଙ୍କୁ ଗୁରୁବାର ଗିରଫ କରିଛି।...

ଥୋମାସ କପ୍‌ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୬(ବ୍ୟୁରୋ): ଥୋମାସ କପ୍‌ ବିଜେତା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଟିମ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଏହା ସହ ଥୋମାସ କପ୍‌ ଜିତିଥିବା ଭାରତୀୟ...

ବାହାଘର ପ୍ରୋସେସନ ବେଳେ ଟେଣ୍ଟ ମାଲିକଙ୍କୁ ହତ୍ୟା

ଗୋପ,୨୩।୪(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ଥାନା ଅଧୀନ ବେଦପୁର ବାଲିକନ୍ଦଳ ଗାଁରେ ଶୁକ୍ରବାର ରାତିରେ ବାହାଘର ପ୍ରୋସେସନ ବେଳେ ଏକ ହିଂସାକାଣ୍ଡ ଘଟିଛି। କପଡ଼ା ଚିରିଯିବା...

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ: ମନ୍ତ୍ରୀ

ଭୁବନେଶ୍ୱର,୩୦।୩(ବ୍ୟୁରୋ): ଏପ୍ରିଲ ୨ରୁ ସକାଳୁଆ ସ୍କୁଲ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସକାଳ ୬ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ୮ମ...

ଅତିଥି ବେଶରେ ଆସି ବିବାହ ଉତ୍ସବରୁ ଗହଣା ବ୍ୟାଗ୍‌ ଲୁଟିଲେ

ଭୁବନେଶ୍ୱର,୪ା୩(ବ୍ୟୁରୋ): ଆପଣ କୌଣସି ମଣ୍ଡପରେ ବିବାହ ପାର୍ଟି କରୁଛନ୍ତି କି। ସେଠାକୁ ଏକାଧିକ ଅତିଥିଙ୍କୁ ଆମନ୍ତ୍ରିତ କରୁଛନ୍ତି କି। ତେବେ ଅଜଣା ଅତିଥିଙ୍କୁ ସାବଧାନ ହୋଇଯାଆନ୍ତୁ।...

ଧନୀଙ୍କୁ ମିଳୁଛି ପ୍ରଧାନମନ୍ତ୍ରୀ ଆବାସ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଆମେମାନେ ଜନ ପ୍ରତିନିଧି । ଲୋକଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କରେ ରହିଛୁ। ଯେଉଁ ଗରିବ ଲୋକ ଘର ଖଣ୍ଡେ ପାଇ ନାହିଁ ସେମାନେ ଆମକୁ...

ସରକାରୀ କ୍ୱାରିରୁ ବଢୁଛି ଚୋରି

ଅନୁଗୋଳ ଅଫିସ, ୧୫ା୭ ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ସରକାରୀ ପଥର କ୍ୱାରିରୁ ବଢ଼ୁଛି ଚୋରି। ଉକ୍ତ କ୍ୱାରିର ନିଲାମ ଅବଧି ଶେଷ ହୋଇଯାଇଥିଲେ...

ଗର୍ଭବତୀଙ୍କ ଜୀବନ ବଞ୍ଚାଇଥିବା ଆଶାକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ମୋରଡ଼ା,୨୮।୬ (ଡି.ଏନ.ଏ.):ରକ୍ତଦାନ କରି ଜଣେ ଗର୍ଭବତୀଙ୍କ ଜୀବନ ବଞ୍ଚାଇଛନ୍ତି ଆଶାକର୍ମୀ। ଏଭଳି ମାନବିକତାର ପରିଚୟ ଦେଇଛନ୍ତି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଧଡ଼ାସାହି ପଞ୍ଚାୟତ...

Advertisement
Archives

Model This Week