Posted inଜାତୀୟ

୨୦ ଜଣଙ୍କ ନାଁରେ ମାମଲା

ନୂଆଦିଲ୍ଲୀ,୮ା୧(ପି.ଟି./ ଆଇଏଏନ୍‌ଏସ୍‌): ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଘଟିଥିବା ହିଂସାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବାବେଳେ ମଙ୍ଗଳବାର ପୋଲିସ ୨୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ ଏଫ୍‌ଆଇଆର୍‌ରେ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଐଶେ ଘୋଷ ଓ ଅନ୍ୟ ୧୯ ଜଣଙ୍କ ନାମ ରହିଛି। ଐଶେଙ୍କ ସହ ବହୁସଂଖ୍ୟକ ଛାତ୍ର ବିକ୍ଷୋଭକାରୀ କମ୍ୟୁନିକେଶନ ଆଣ୍ଡ ଇନଫର୍ମେଶନ ସର୍ଭିସେସ ଅଫିସକୁ ପ୍ରବେଶ କରି ସେଠାରେ ଥିବା ଗ୍ଲାସ୍‌ ଡୋର୍‌କୁ ଭାଙ୍ଗିଦେଇଥିଲେ। ଏହାସହ ଫାଇବର ଅଫ୍‌ଟିକ୍‌ କେବୁଲ, ସର୍ଭର ଓ ବାୟୋମେଟ୍ରିକ୍‌ ଡିଭାଇସ୍‌ଗୁଡ଼ିକୁ ମଧ୍ୟ ଭଙ୍ଗାରୁଜା କରି ନଷ୍ଟ କରିଦେଇଥିବା ଏତଲାରେ ଦର୍ଶାଯାଇଛି। ଇତିମଧ୍ୟରେ ହିନ୍ଦୁ ସୁରକ୍ଷା ଦଳ ନାମକ ଏକ ସଙ୍ଗଠନ ଜେଏନ୍‌ୟୁ ହିଂସା ପାଇଁ ନିଜକୁ ଦାୟୀ କରିଛି।
ଜାନୁୟାରୀ ୪ ତାରିଖ ରାତି ୧ଟାରେ ଜେଏନ୍‌ୟୁଏସ୍‌ୟୁ ସଭାପତି ଐଶେ ଘୋଷଙ୍କ ସମେତ ଅନ୍ୟ ୧୯ ଜଣ କ୍ୟାମ୍ପସରେ ଭଙ୍ଗାରୁଜା କରିବା ସହ ସିକ୍ୟୁରିଟି ଗାର୍ଡମାନଙ୍କୁ ଆକ୍ରମଣ କରିଥିଲେ ବୋଲି ଦିଲ୍ଲୀ ପୋଲିସର ଜଣେ ଅଧିକାରୀ କହିଛନ୍ତି। ଜେଏନ୍‌ୟୁର ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ଏତଲା ଅନୁସାରେ ରବିବାର ଏକ ମାମଲା ଦାଏର ହୋଇଥିଲା। ସେହିଦିନ ସନ୍ଧ୍ୟାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥତ୍ତ ବୋଲି କୁହାଯାଉଥିବା କେତେଜଣ ମୁଖାପିନ୍ଧା ଗୁଣ୍ଡା ଜେଏନ୍‌ୟୁ କ୍ୟାମ୍ପସକୁ ପଶିଥିଲେ। ସେମାନେ ଐଶେଙ୍କ ସମେତ କେତେଜଣ ଛାତ୍ରୀଛାତ୍ରଙ୍କୁ ଲାଠି ଓ ଲୁହାରଡ୍‌ରେ ଆକ୍ରମଣ କରିବା ପରେ ଫେରାର ହୋଇଯାଇଥିଲେ। ପୋଲିସ ଉପସ୍ଥିତିରେ ଆକ୍ରମଣକାରୀମାନେ ଏହି କାଣ୍ଡ ଭିଆଇଥିଲେ ହେଁ ସେମାନଙ୍କୁ ଧରାଯାଇ ପାରିନାହିଁ। ରବିବାରର ଆକ୍ରମଣ ନେଇ କେତେଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ବସନ୍ତକୁଞ୍ଜ ନର୍ଥ ଥାନାରେ ମାମଲା ରୁଜୁ ହୋଇଛି। ସେପଟେ ହିନ୍ଦୁ ରକ୍ଷା ଦଳ ନାମକ ଏକ ଦକ୍ଷିଣପନ୍ଥୀ ସଙ୍ଗଠନ ଜେଏନ୍‌ୟୁରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ସଙ୍ଗଠନ ପକ୍ଷରୁ ସୋସିଆଲ ମିଡିଆରେ ସୋମବାର ପୋଷ୍ଟ କରାଯାଇଥିବା ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ନିଜକୁ ପିଙ୍କି ଚଧରୀ ବୋଲି ପରିଚୟ ଦେଉଥିବା ଜଣେ ବ୍ୟକ୍ତି କହୁଛନ୍ତି, ଦେଶବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଲୋକଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କୁ ଜେଏନ୍‌ୟୁ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଭଳି ସମାନ ଢଙ୍ଗରେ ଜବାବ ଦିଆଯିବ। ତେବେ ପିଙ୍କି ଚୌଧରୀଙ୍କ ଏହି ଦାବିକୁ ନେଇ ପୋଲିସ ପକ୍ଷରୁ କିଛି ପ୍ରତିକ୍ରିୟା ଆସିନାହିଁ।
ଛାତ୍ରୀଛାତ୍ରଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିବାବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଛାତ୍ରୀଛାତ୍ର ବିକ୍ଷୋଭ କରୁଥିବାବେଳେ ମଙ୍ଗଳବାର ସନ୍ଧ୍ୟାରେ ଜେଏନ୍‌ୟୁ କୁଳପତି ଏମ୍‌. ଜଗଦୀଶ କୁମାର ଅତୀତକୁ ପଛରେ ପକାଇ ବିଶ୍ୱବିଦ୍ୟାଳୟ କ୍ୟମ୍ପସକୁ ଫେରିଆସିବା ପାଇଁ ଆହ୍ବାନ ଦେଇଛନ୍ତି। ଏକ ବିବୃତିରେ କୁଳପତି କହିଛନ୍ତି, ଆହତ ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଆମେ ଦୁଃଖିତ। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ସମସ୍ତ ଛାତ୍ରୀଛାତ୍ର ଅତୀତକୁ ଭୁଲି କ୍ୟାମ୍ପସକୁ ଫେରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ପ୍ରକାଶ ଯେ ରବିବାର ସନ୍ଧ୍ୟାରେ ହୋଇଥିବା ଆକ୍ରମଣରେ ୩୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଓ ଫାକଲ୍ଟି ମେମ୍ବର ଆହତ ହୋଇଥିଲେ। ଏହି ହିଂସାକାଣ୍ଡର ତଦନ୍ତ ପାଇଁ ଜେଏନ୍‌ୟୁ କ୍ୟାମ୍ପସରେ ଅନେକ ଫରେନ୍ସିକ୍‌ ଲାବରେଟୋରି (ଏଫ୍‌ଏସ୍‌ଏଲ୍‌) ଟିମ୍‌ ତନାଘନା ଚଳାଇଛନ୍ତି। ଉକ୍ତ ଟିମ୍‌ଗୁଡ଼ିକରେ ଫିଜିକ୍ସ, କେମେଷ୍ଟ୍ରି ଓ ବାୟୋଲୋଜି ବିଭାଗର ସଦସ୍ୟ ରହିଛନ୍ତି। ସେହିପରି ସିସିଟିଭି ଫୁଟେଜ ଯାଞ୍ଚ କରି ପ୍ରମାଣ ସଂଗ୍ରହ କରିବା ଲାଗି ଏକ କମ୍ପ୍ୟୁଟର ଫରେନ୍ସିକ୍‌ ଟିମ୍‌କୁ ପଠାଇବା ପାଇଁ ଏଫ୍‌ଏସ୍‌ଏଲ୍‌କୁ ଦିଲ୍ଲୀ ପୋଲିସ ଅନୁରୋଧ କରିଛି। ହିଂସାକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଗକୁ ଯେପରି କୌଣସି ଅଘଟଣ ନ ଘଟେ ତାହା ସୁନିଶ୍ଚିତ କରିବା ପାଇଁ ବହୁସଂଖ୍ୟକ ପୋଲିସ କର୍ମଚାରୀ ବିଶ୍ୱବିଦ୍ୟାଳୟର ବିଭିନ୍ନ ପ୍ରବେଶପଥରେ ମୁତୟନ ହୋଇଛନ୍ତି। ଗେଟ୍‌ଗୁଡ଼ିକରେ ବ୍ୟାରିକେଡ୍‌ କରାଯାଇଛି। ବୈଧ ପରିଚୟପତ୍ର ଧରିଥିବା ବ୍ୟକ୍ତିଙ୍କୁ ହିଁ ଭିତରକୁ ଛଡ଼ାଯାଉଛି। କ୍ରାଇମବାଞ୍ଚ ଓ ସ୍ଥାନୀୟ ପୋଲିସ ସିସିଟିଭି ଫୁଟେଜ ସଂଗ୍ରହ କରୁଛନ୍ତି। ଏହାସହ ସେମାନେ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ ଓ ହ୍ବାଟ୍ସଆପ୍‌ରେ ପ୍ରସାର କରାଯାଇଥିତ୍ବା କେତେକ ଭିଡିଓ କ୍ଲିପ୍‌କୁ ମଧ୍ୟ ଅନୁଧ୍ୟାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?