୨୦୨୫ରେ ଜାପାନକୁ ଟପିବ ଭାରତ

ନୂଆଦିଲ୍ଲୀ,୧୩।୭: ଚଳିତ ବର୍ଷ ବ୍ରିଟେନକୁ ଟପି ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ହେବ। ସେହିଭଳି ୨୦୨୫ରେ ଏହା ଜାପାନକୁ ଟପି ତୃତୀୟ ବୃହତ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି ବୋଲି ଶୁକ୍ରବାର ଆଇଏସ୍‌ଏସ୍‌ ମାର୍କିଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। କେନ୍ଦ୍ରରେ ଭାଜପା ଶାସନାଧୀନ ସରକାର ପୁଣିଥରେ କ୍ଷମତାକୁ ଫେରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦେଶର ଅର୍ଥନୈତିକ ରୋଡମ୍ୟାପ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ୨୦୧୯ରେ ୩ ଟ୍ରିଲିୟନ ଡଲାର ଏବଂ ୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଥିରେ କୁହାଯାଇଛି। ଭାରତକୁ ଉଚ୍ଚ ମଧ୍ୟମ ଆୟକାରୀ ବର୍ଗର ଦେଶ ଭାବେ ରୂପାନ୍ତରିତ କରିବା ଲାଗି ରୂପରେଖ ପ୍ରସ୍ତୁତ ହୋଇଛି। ଭାରତ ଚଳିତ ବର୍ଷ ବ୍ରିଟେନକୁ ଟପିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ସେହିଭଳି ୨୦୨୫ ବେଳକୁ ଭାରତର ଜିଡିପି ଜାପାନକୁ ଅତିକ୍ରମ କରିବାର କ୍ଷମତା ରଖିଛି ବୋଲି ଆଇଏସ୍‌ଏସ୍‌ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ, ୨୦୧୯ରେ ଭାରତର ଖାଉଟି ବଜାର ୧.୯ ଟ୍ରିଲିୟନ ଡଲାରରୁ ବୃଦ୍ଧି ଘଟି ୨୦୨୫ ବେଳକୁ ୩.୬ ଟ୍ରିଲିୟନ ଡଲାର ଛୁଇଁବ। ଭାରତର ଜିଡିପି ଅଭିବୃଦ୍ଧି ଧାରା ତ୍ୱରାନ୍ବିତ ହେଉଥିବା ବେଳେ ଏହା ବିଶ୍ୱ ଜିଡିପି ଅଭିବୃଦ୍ଧିକୁ ମଧ୍ୟ ଯୋଗଦାନ ରଖୁଛି। ଏହାବାଦ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ ଏକ ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ ଭାବେ କାର୍ଯ୍ୟ କରିବ। ଏହି ଅଞ୍ଚଳରେ ବାଣିଜ୍ୟ ଏବଂ ନିବେଶ ଆଗମନକୁ ତ୍ୱରାନ୍ବିତ କରିବାରେ ଭାରତ ସହାୟତା କରିବ ବୋଲି ଆଇଏସଏସ୍‌ ପକ୍ଷରୁ କୁହାଯାଇଛି। ଏହି ଲକ୍ଷ୍ୟ ହାସଲ ଲାଗି ଆଗାମୀ ୫ ବର୍ଷରେ ଦେଶରେ ନିବେଶ ବୃଦ୍ଧି, ସଞ୍ଚୟ ଏବଂ ରପ୍ତାନି ବଢ଼ାଇବା ଉପରେ ଧ୍ୟାନ ଦେବାକୁ ହେବ। ଉଦ୍ଭାବନ, ତ୍ୱରିତ ଉତ୍ପାଦକତା ବୃଦ୍ଧି, ନୂଆ ଟେକ୍ନୋଲୋଜି ଆପଣାଇବା, ନିଯୁକ୍ତି ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ନିବେଶର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଦେଶରେ ନୂଆ ଇକୋନୋମୀ ଷ୍ଟାର୍ଟଅପ ସୃଷ୍ଟି ସହ ମୂଲ୍ୟଯୁକ୍ତ ଏବଂ କୁଶଳୀ ନିଯୁକ୍ତି ଭିତ୍ତିକ ଅଭିବୃଦ୍ଧି ଉପରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ମୋଦି ସରକାରଙ୍କ ପ୍ରଥମ ପାଳିରେ ନୂଆ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ବନ୍ଦର, ଶକ୍ତି କ୍ଷେତ୍ର, ନିୟାମକ ବୋଝ ହ୍ରାସ, ସରକାରୀ ନିଲିଫିତାର ପ୍ରଭାବ ହ୍ରାସ ଭଳି ପ୍ରସଙ୍ଗକୁ ଧ୍ୟାନରେ ରଖି ନୂଆ ନୀତି ଉପରେ କାର୍ଯ୍ୟ କରିବାକୁ ରିପୋର୍ଟ କୁହାଯାଇଛି। ୨୦୧୯ରେ ପ୍ରକାଶିତ ବିଶ୍ୱ ବ୍ୟାଙ୍କ ଇଜ ଅଫ୍‌ ଡୁଇଙ୍ଗ ବିଜନେସ ର଼୍ୟାଙ୍କିଙ୍ଗରେ ଭାରତ ୧୯୦ ଦେଶ ମଧ୍ୟରୁ ୭୭ତମ ସ୍ଥାନରେ ରହିଛି। ଚଳିତ ବର୍ଷର ଅର୍ଥନୈତିକ ସର୍ଭେରେ ଆଇନ ବ୍ୟବସ୍ଥାରେ ସଂସ୍କାର, ଡୁଇଙ୍ଗ ବିଜନେସ ର଼୍ୟାଙ୍କିଙ୍ଗରେ ଉନ୍ନତିକୁ ଗୁରୁତ୍ୱ ଦିଆଯାଇଛି। କଣ୍ଟ୍ରାକ୍ଟ ଲାଗୁ କରିବା କ୍ଷେତ୍ରରେ ଭାରତ ବର୍ତ୍ତମାନ ୧୬୩ ତମ ସ୍ଥାନରେ ରହିଛି। ଏହା ଏକ ଚିନ୍ତାରବିଷୟ ବୋଲି ଉଲ୍ଲେଖ କରାଯାଇଛି। ନ୍ୟାୟିକ ବ୍ୟବସ୍ଥାରେ ମାମଲାଗୁଡିକୁ ତ୍ୱରୀତ ଫଇସଲା କରିବା ଲାଗି ଅତିରିକ୍ତ ବିଚାରପତି ନିଯୁକ୍ତି, ଶ୍ରମ ଆଇନରେ ସଂସ୍କାର ଉପରେ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି। ଏହି ସବୁ ପ୍ରସଙ୍ଗ କ୍ଷେତ୍ରରେ ଭାରତ ତୁର୍କୀ(୪୩ତମ), ଚାଇନା (୪୬ତମ) ଏବଂ ମେକ୍ସିକୋ (୫୪ତମ) ଠାରୁ ବହୁ ନିମ୍ନ ର଼୍ୟାଙ୍କରେ ରହିଛି।
୨୦୧୫ରୁ ୨୦୫୦ ମଧ୍ୟରେ ଦେଶର ଜନସଂଖ୍ୟା ୩୫୦ ନିୟୁତକୁ ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ଆବଶ୍ୟକତା ମୁତାବକ ଭିତ୍ତିଭୂମି ସୁବିଧା ଯୋଗାଣ, ବିଦ୍ୟୁତ, ପରିମଳ,ସୁଲଭ ବାସଗୃହ ଏବଂ ସରକାରୀ ପରିବହନ ସେବା ଯୋଗାଇବା ସରକାରଙ୍କ ଲାଗି ବିତ୍ତୀୟ ଚ୍ୟାଲେଞ୍ଜ ସୃଷ୍ଟି କରିବ। ସେହିଭଳି ଜନସଂଖ୍ୟା ଅଭିବୃଦ୍ଧି ଆଗାମୀ ୨ ଦଶନ୍ଧିରେ ଧିମା ହେବା ନେଇ ଆକଳନ କରାଯାଇଛି। ବୟସ୍କଙ୍କ ସଂଖ୍ୟା ବଢିବାରୁ ଏହି ବର୍ଗର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଣ, ପେନଶନ ଏବଂ ସାମାଜିକ ନିରାପତ୍ତା ଯୋଗାଇବା ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ। ଦେଶ ସାମ୍ନାରେ ବିଭିନ୍ନ ଅର୍ଥନୈତିକ ଚ୍ୟାଲେଞ୍ଚ ରହିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନାଧୀନ ସରକାର ପାଇଁ ଇକୋନୋମିକ ଆଉଟଲୁକ ସକାରାତ୍ମକ ରହିଛି। ୨୦୧୯-୨୩ ପର୍ଯ୍ୟନ୍ତ ଦେଶର ଅଭିବୃଦ୍ଧି ୭% ରହିବ ବୋଲି ଆଇଏସ୍‌ଏସ୍‌ ମାର୍କିଟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?