Posted inଜାତୀୟ

୨୦୨୪ ସୁଦ୍ଧା ସାରା ଦେଶରେ ଏନ୍‌ଆର୍‌ସି: ସବୁ ଅନୁପ୍ରବେଶକାରୀ ବିଦାହେବେ

ରାଞ୍ଚି,୩ା୧୨(ପି.ଟି.): ସାରା ଦେଶରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) କାର୍ଯ୍ୟକାରୀ ହେବାର ସମୟସୀମା ୨୦୨୪। ଏହି ସମୟ ମଧ୍ୟରେ ଦେଶରୁ ସମସ୍ତ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ବିଦା କରାଯିବ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ସୋମବାର କହିଛନ୍ତି। ଏନ୍‌ଆର୍‌ସି ପ୍ରସଙ୍ଗ ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନରେ ଭାଜପା ପାଇଁ ମହଙ୍ଗା ପଡିଲା ବୋଲି ରାଜ୍ୟର କେତେଜଣ ଭାଜପା ନେତା ଅଭିଯୋଗ କରୁଥିବାବେଳେ ଏହାକୁ ଶାହା ଖଣ୍ଡନ କରିଛନ୍ତି। ବିରୋଧୀ ଦଳଗୁଡିକର ଭିନ୍ନମତ ସତ୍ତ୍ୱେ ଦେଶବ୍ୟାପୀ ଏନ୍‌ଆର୍‌ସି କାର୍ଯ୍ୟକାରୀ କରାଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଝାଡଖଣ୍ଡରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି କହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସାରା ଦେଶରେ ଏନ୍‌ଆର୍‌ସି କାର୍ଯ୍ୟକାରୀ ହୋଇଥିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।
ଏହି ଅବସରରେ ଶାହା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଥିଲେ। ସେ ରାହୁଲଙ୍କୁ ବ୍ୟଙ୍ଗ କରି କହିଥିଲେ, ରାହୁଲ ବାବା ବେଆଇନ ଅନୁପ୍ରବେଶକାରୀମାନଙ୍କୁ ବାହାର ନ କରିବା ପାଇଁ କହୁଛନ୍ତି। ସେମାନେ କୁଆଡେ ଯିବେ, କ’ଣ ଖାଇବେ କହିି କଂଗ୍ରେସ ନେତା ସେମାନଙ୍କ ପ୍ରତି ଦରଦ ଦେଖାଉଛନ୍ତି। ବେଆଇନ ଭାବେ ରହିଥିବା ଲୋକମାନେ ବିଦାହେବା ଉଚିତ ନୁହେଁ କି ବୋଲି ଶାହା ଝାଡ଼ଖଣ୍ଡର ବାହାରଗୋରା ସହରରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ପ୍ରଶ୍ନ କରିଥିଲେ। ଆତଙ୍କବାଦ, ମାଓବାଦର ମୂଳୋତ୍ପାଟନ, ଅଯୋଧ୍ୟାରେ ବିଶାଳ ରାମମନ୍ଦିର ନିର୍ମାଣ ଭଳି ଝାଡ଼ଖଣ୍ଡର ସ୍ଥାନୀୟ ସମସ୍ୟା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ ବୋଲି ଭାଜପା ଅଧ୍ୟକ୍ଷ କହିଥିଲେ। ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣିକୁ ବ୍ୟର୍ଥ କରିବା ପାଇଁ କଂଗ୍ରେସ ଉଦ୍ୟମ କରୁଥିଲା। ରାମ ଜନ୍ମଭୂମି ମାମଲାର ଶୁଣାଣି ଆବଶ୍ୟକ ନାହିଁ ବୋଲି କଂଗ୍ରେସ ନେତାମାନେ କହୁଥିଲେ। ତେବେ ଅଯୋଧ୍ୟାର ବିବାଦୀୟ ସ୍ଥଳରେ କେବଳ ରାମମନ୍ଦିର ନିର୍ମାଣ ଲାଗି କୋର୍ଟ ରାୟ ଦେଲେ। ଝାଡ଼ଖଣ୍ଡରେ କଂଗ୍ରେସ-ଜେଏମ୍‌ଏମ୍‌-ଆର୍‌ଜେଡି ମେଣ୍ଟକୁ ଶାହା କଡା ସମାଲୋଚନା କରିଥିଲେ। ଭାଜପା ସରକାର ଯୋଗୁ ଉକ୍ତ ରାଜ୍ୟରେ ମାଓବାଦୀ ଭୟ ଦୂର ହୋଇ ବିକାଶ ଆସିଥିବା ସେ କହିଥିଲେ। ସେଠାରେ କଂଗ୍ରେସ କ୍ଷମତାରେ ଥିଲାବେଳେ ଛାତ୍ର ଆନ୍ଦୋଳନକୁ ଦମନ କରିବା ପାଇଁ ଲାଠିଚାଳନା କରୁଥିଲା। ଏଭଳି ଦଳ ସହ ଜେଏମ୍‌ଏମ୍‌ କିପରି ହାତ ମିଳାଇଛି ବୋଲି ଶାହା ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

ଯୁବକଙ୍କ ହାତଗୋଡ଼ ବାନ୍ଧି ମରଣାନ୍ତକ ଆକ୍ରମଣ ପରେ ଅପହରଣ ଘଟଣା: ୫ ଦିନ ବିତିଲା, ପୋଲିସ ହାତ ଖାଲି

ଆଳି,୧।୬(ବନମାଳୀ ସେନାପତି)- କେନ୍ଦ୍ରାପଡ଼ା ଜିଲା ଆଳି ଥାନା ମହାଦେଇ ପାଟଣା ଗ୍ରାମର ଗୌରାଙ୍ଗ ସେଠୀଙ୍କୁ କିଛି ବ୍ୟକ୍ତି ହାତ ଗୋଡ଼ ବାନ୍ଧି ମାଡ଼ ମାରି ଅପହରଣ କରିବା…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ବ୍ଲକ ପରେ ଏବେ ପଞ୍ଚାୟତରେ ବି ଅଭିଯୋଗ ଶୁଣିବେ ଅଧିକାରୀ

ଦାରିଙ୍ଗବାଡି,୧।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଗ୍ରାମପଞ୍ଚାୟତରେ ପ୍ରଥମଥର ପାଇଁ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri